କିପରି ମୁକ୍ତି ପାଇବେ କେଶ ଝଡ଼ିବା ସମସ୍ୟାରୁ, ଶୀଘ୍ର ଏବଂ ଲମ୍ବା କେଶ ପାଇବାର ରହସ୍ୟ ଜାଣନ୍ତୁ।

Hair loss

ଆଜି ଆମେ ଜାଣିବା କି କିପରି ଆପଣ ନିଜର ଚୁଟିକୁ ଦୁଇ ଗୁଣା ବଢେଇ ପାରିବେ ଆଉ ନିଜର ଛୁଟି ଝଡ଼ିବା ସମସ୍ୟାକୁ ସବୁଦିନ ପାଇଁ ଦୂର କରିବେ। ସାଙ୍ଗମାନେ ଚୁଟି ନ ଝଡ଼ିବା ପାଇଁ ସବୁ ଠାରୁ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ ତେଲ। ଆମକୁ ଯେମିତି ହେଲେ ସପ୍ତାହରେ ଦୁଇ ଥର ତେଲ ଲଗେଇବା ନିହାତି ଜରୁରୀ। ଯଦି ଦୁଇ ଥର ଲଗେଇ ପାରୁନାହାନ୍ତି ତେହେଲେ ଥରେ ଲଗାନ୍ତୁ। ତେଲ ଲଗେଇଲା ପରେ ଯଦି ଆପଣ ନିଜ ମୁଣ୍ଡକୁ ଭଲ ଭାବେ ମସାଜ କରିବେ ଏହା ଦ୍ବାରା ଆପଣ ହେୟାର ରୁଟ ଶକ୍ତ ରହିବ ଯାହା ଦ୍ଵାରା ଆପଣଙ୍କ ଚୁଟି କେବେବି ଝଡିବନି।

ବହୁତ ଜଣ ଜାଣି ପାରନ୍ତି ନାହିଁ କି ଆପଣ ନିଜ ଚୁଟି ଅନୁସାରେ କେଉଁ ତେଲ ବ୍ୟବହାର କରିବେ। ଆଜି ମୁଁ ଆପଣଙ୍କୁ ଏମିତି ଏକ ତେଲ କହିବି ଯାହାକୁ ସମସ୍ତେ ବ୍ଯବହାର କରି ପାରିବେ। ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବାହାରରୁ କିଛି ବି ଜିନିଷ ଆଣିବାକୁ ପଡ଼ିବ ନାହିଁ। ଘରେ ଥିବା ଜିନିଷରେ ଆମେ ଏହି ତେଲକୁ ପ୍ରସ୍ତୁତ କରିବା। ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚୁଟି ଦୁଇ ଗୁଣା ଶୀଘ୍ର ବଢିବ। ଯଦି ଆପଣଙ୍କର ଚୁଟିରେ ସୁଖିଯିବାର ଅସୁବିଧା ରହିଛି ଏହା ମଧ୍ୟ ଠିକ ହୋଇଯିବ।

Hair loss

ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟେ ଗିନାରେ କିଛି ସୋରିଷ ତେଲ ନିଅନ୍ତୁ। ଏହି ସୋରିଷ ତେଲ କେବଳ ଆମ ଶରୀର ପାଇଁ ନୁହଁ ଆମ ଚୁଟି ପାଇଁ ମଧ୍ୟ ବେଷ୍ଟ ହୋଇଥାଏ। ଆପଣ ଦେଖିଥିବେ ଏହାକୁ ଖାଦ୍ୟ ପ୍ରସ୍ତୁତ ଓ ଶରୀରରେ ମାଲିସରେ ବ୍ୟବହାର କରାଯାଏ। ଏହା ଭିତରେ ଓମେଗା – ୩ ଥାଏ ଯାହା ଆମ କେଶକୁ ଶକ୍ତ କରିବାରେ ବହୁତ ସାହାର୍ଯ୍ୟ କରିଥାଏ ଆଉ ହେଲଦି ବି ରଖେ।

ସୋରିଷ ତେଲ ଆମ ଧଳା ଚୁଟିକୁ କଳା ମଧ୍ୟ କରିଥାଏ। ଏଥିରେ ଆଡ କରନ୍ତୁ ଏକ ଚାମଚ ଆଲମଣ୍ଡ ତେଲ। ଏହି ତେଲରେ ବହୁତ ମାତ୍ରାରେ ଭିଟାମିନ ଇ ଥାଏ। ଯାହା ଆମ ଚୁଟି ପାଇଁ ବହୁତ ଅଧିକ ଲାଭ କରି ହୋଇଥାଏ।

Hair

ଏବେ ଏଥିରେ ଗୋଟେ ଚାମଚ ରାଶି ତେଲ ମିଶାନ୍ତୁ। ରାଶି ତେଲ ଆମ ମୁଣ୍ଡକୁ ଥଣ୍ଡା ରଖିଥାଏ। ମୁଣ୍ଡ ଥଣ୍ଡା ରହିବା ଦ୍ଵାରା ଆମ ଚୁଟି ଝଡି ନଥାଏ। ଏହା ସହ ରାଶି ତେଲ ଆମ ଚୁଟିକୁ ଧଳା ହେବାକୁ ଦିଏ ନାହିଁ। ଏହା ପରେ ଗୋଟେ ଭିଟାମିନ ଇ କ୍ୟାପସୁଲ ଏଥିରେ ଆଡ କରନ୍ତୁ। ଏବେ ଯେଉଁ ମିଶ୍ରଣ ପ୍ରସ୍ତୁତ ହେଉଛି ତାକୁ ଧୀରେ ଧୀରେ ନିଜ ହାତରେ ଚୁଟିରେ ଲଗାନ୍ତୁ। ୪ ରୁ ୫ ମିନିଟ ପର୍ଯ୍ୟନ୍ତ ଚୁଟିକୁ ମସାଜ କରନ୍ତୁ। ବେଶି ଜୋର ଜୋର ମସାଜ କରିବେ ନାହିଁ ଧୀରେ ଧୀରେ କେଶରେ ଏହି ତେଲକୁ ଲଗେଇବେ।

Leave a Reply

Your email address will not be published. Required fields are marked *