ଯଦି ନୂଆ ଘର ତିଆରି କରୁଛନ୍ତି କିମ୍ୱା କେବେ କରିବେ ତାହେଲେ ଆପଣ ଏହା ନିଶ୍ଚୟ ଜାଣି ରଖନ୍ତୁ।

ଆଜି ଆମେ ଆପଣଙ୍କ ପାଖରେ ବାସ୍ତୁ ବାବଦରେ ଏକ ବଡ କଥା ବସ୍ତୁ କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଏକ ବଡ଼ ଉପାୟ ନେଇକି ଆସିଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ଆପଣ ଜାଣନ୍ତି କି ବୈଭବର ପ୍ରତିଷ୍ଠା ପାଇଁ ନାସ୍ତୁର ଅଭମାନନା କରିବା ଜମା ବି ଠିକ ନୁହଁ।

bastu

ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ କୁହା ଯାଇଛି। ଯଦି ଆପଣ ସେହି ଉପାୟ ମାନଙ୍କୁ ଅନୁସରଣ କରି ସବୁ କାର୍ଯ୍ୟ କରିବେ ତଥା ନୂତନ ଗୃହ ଆଉ ବୈଭବ ପ୍ରତିଷ୍ଠା କରିବେ ତାହେଲେ ଆପଣଙ୍କୁ ସର୍ବଦା ମାତା ଲକ୍ଷ୍ମୀଙ୍କର କୃପା ଲାଗି ରହିବ।ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ଉପାୟ ବାବଦରେ ଯାହା କି ଆପଣଙ୍କୁ ଭବିଷ୍ୟତରେ କାମ ଦେଇପାରେ।

ବାସ୍ତୁ ଶାସ୍ତ୍ରରେ ଦିଗର ଉଲ୍ଲେଖ କରା ଯାଇଛି। ଏହାକୁ ସବୁଠୁ ଅଧିକ ମହତ୍ତ୍ୱ ଦିଆ ଯାଇଛି । ବାସ୍ତୁରେ କୁହା ଯାଇଛି କି ଉତ୍ତର ଦିଗ ଭଗବାନ କୁବେରଙ୍କର ଦିଗ ହେଇଥାଏ ଆଉ ଏହି ଦିଗରେ ଘର କରିବା ଦ୍ୱାରା ତାହା ଆପଣଙ୍କ ଘରେ ଧନ ବର୍ଷା କରିଥାଏ। ମାନା ଯାଇଥାଏ ଜଦି ନୂଆ ଘର ତିଆରି କରିବା ସମୟରେ ଉତ୍ତର ଦିଗର ବାସ୍ତୁ ଠିକ ଅଛି ତାହେଲେ ତାହା ସର୍ବଦା ବହୁତ ଅଧିକ ଉନ୍ନତ ହେଇଥାଏ ଆଉ ଧନଧାନ୍ୟରେ ଘର ପରିପୂର୍ଣ ହେଇଯାଏ। ଆପଣଙ୍କ ଜୀବନ ସୁଖମୟ ହେଇଯାଏ ଆଉ ଆପଣଙ୍କ ଘରର ସବୁ ସଦଶ୍ୟ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସଠିକ ରହିଯାଏ।

ତେବେ ଉତ୍ତର ଦିଗରେ କିଛି କାର୍ଯ୍ୟ ଉପରେ ମହତ୍ତ୍ୱ ଦିଆ ଯାଇଥାଏ ଯାହା କି ଆମ ବାସ୍ତୁ ଠିକ କରିବା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ ହେଇଥାଏ। ତେବେ ଆସନ୍ତୁ ଜାଣିବା ଏହା କଣ କଣ।

house

ବାସ୍ତୁ ଶାସ୍ତ୍ରରେ ଏହା କୁହା ଯାଇଛି କି ଉତ୍ତର ଦିଗର କାନ୍ଥରେ ଯଦି କିଛି ଫାଟ ଦେଖାଯାଏ ତାହେଲେ ତାହା ଆମ ଘର ତଥା ଏହାର ସଦଶ୍ୟ ମାନଙ୍କ ପାଇଁ ଜମା ଠିକ ହେଇନଥାଏ କାରଣ ଏହାଦ୍ୱାରା ଘରର ଲୋକ ମାନଙ୍କ ଭିତରେ କଲି ଝଗଡା ସୃଷ୍ଟି ହେଇଯାଏ। ଏହାଦ୍ୱାରା ଶାନ୍ତି ରହେ ନାହିଁ। ତେଣୁ ନୂଆ ଘର କଲେ ଆପଣ ଉତ୍ତର ଦିଗର କାନ୍ଥ ଭଲ ଭାବରେ ମରାମତି କରନ୍ତୁ।

ବାସ୍ତୁ ଅନୁସାରେ ଆଲନ ଉତ୍ତର ଦିଗରେ ପାଣି ମୋଟର ଅଥବା ପାଣି କଳ ରଖିବେ ନାହିଁ କାରଣ ଏହା ଘରର ଆର୍ଥିକ ସ୍ଥିତି ବିଗାଡି ଦେଇଥାଏ।

ଉତ୍ତର ଦିଗରେ ଗାଧୁଆ ଘର ଅଥବା ପାଇଖାନା ମଧ୍ୟ ରଖିବା ବିଲକୁଲ ବି ଉଚିତ ନୁହଁ କାରଣ ଏହା ଘରର ଭବିଷ୍ୟତ ବିଗାଡି ଦେଇଥାଏ।

Leave a Reply

Your email address will not be published. Required fields are marked *