ନବୀନ କରିଦେଲେ ବଡ ଘୋଷଣା । ଓଡିଶାରେ ରହୁଥିଲେ ନିଶ୍ଚୟ ପଢନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳରେ ଆପଣ ମାନଙ୍କ ପାଇଁ କିଛି ବଡ ଖବର ନେଇ କରି ଆସିଛୁ । ଜାହା ସମସ୍ତେ ଜାଣିରଖିବା ନିହାତି ଜରୁରୀ ଜାହା ଆପଣ ମାନଙ୍କୁ ବହୁତ ସାରା କାମରେ ଆସିଯିବ । ତେବେ ଆସନ୍ତୁ ନଜର ପକେଇବା ଏହି ଅପଡେଟ୍ ଉପରେ ।

ଆସନ୍ତା ଅଗଷ୍ଟ 15 ରୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟ ରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ 92 ଲକ୍ଷ୍ୟ 50 ହଜାର ହିତାଧିକାରୀ ଙ୍କୁ ପର୍ଯ୍ୟାୟ କର୍ମେ କାର୍ଡ ପ୍ରଦାନ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ମାଲକାନାଗିରି , ସୁନ୍ଦରଗଡ , ଗଜପତି , ବଲାଙ୍ଗିର , ଏବଂ ମୟୁରଭଞୀ ଜିଲ୍ଲାର ହିତାଧିକାରୀ ଙ୍କୁ କାର୍ଡ ପ୍ରଦାନ କରାଯିବ ।

naveen

ତେବେ ପରବର୍ତି ପର୍ଯ୍ୟାୟ ରେ ନଭେମ୍ବର 2021 ସୁଦ୍ଧା ସବୁ ହିତାଧିକାରୀ ଙ୍କୁ ମିଳିବ ସ୍ମାର୍ଟ କାର୍ଡ । ତେବେ 2018 ଅଗଷ୍ଟ 15 ତାରିଖ ରେ ରାଜ୍ୟସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ତେବେ ସାର୍ବଜନିତ ସ୍ୱାସ୍ଥ୍ୟ ସେବା ରେ ବାର୍ଷିକ ପରିବାର ପିଛା 5 ଲକ୍ଷ୍ୟ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗେଇ ଦିଆଯିବ ।

ସେହି ପରି ପରବର୍ତି ଖବର ଟି ହେଲା ଆସନ୍ତା କାଲି ଚାଷୀମାନଙ୍କ ଖାତାକୁ ଆସିବ ପି.ଏମ୍ କିଷାନ ଯୋଜନାର ଆଉ ଗୋଟିଏ କିସ୍ତି, 9.5 କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ଆଉ ଗୋଟିଏ କିସ୍ତି। ଗୋଟିଏ କିସ୍ତି ଆସନ୍ତା କାଲି ଚାଷୀ ଭାଇ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ । ଏହି ଯୋଜନା ଅଧୀନରେ ଏହା ନବମ କିସ୍ତି ଭାବେ ଚାଷୀଭାଇ ମାନେ ପାଇବାକୁ ଯାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଅଗଷ୍ଟ-9 ତାରିଖ ମଧ୍ୟାହ୍ନ 12.30 ମିନିଟରେ ଏକ ଭିଡିଓ କନଫରେନ୍ସି ମାଧମରେ 9.5 କୋଟି ଚାଷୀଙ୍କ ପରିବାରକୁ 19,500 କୋଟିରୁ ଅଧୀକ ଟଙ୍କା ଟ୍ରାନ୍ସଫର କରିବେ । ଏନେଇ କେନ୍ଦ୍ର ସରକାରଙ୍କ ଟୁଇଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି ।

Pm

ସେହି ପରି ପରବର୍ତି ଅପଡେଟ ରହିଛି ଏଣିକି ୱାଟସପ ରେ ମିଳିବ କୋଭିଡ୍ ସାର୍ଟିଫିକେଟ । କୋଭିଡ୍ ଟିକା ନେଇଥିବା ବ୍ୟକ୍ତିମାନେ ଏଣିକି ୱାଟସପ ଜରିଆରେ ପାଇପାରିବେ କୋଭିଡ୍ ଭ୍ୟକସିନ ସାର୍ଟିଫିକେଟ୍ । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ହ୍ଵାଟସ୍‌ଆପ୍‌ରେ 9013151515 ନମ୍ବରକୁ
ସେଭ୍ କରନ୍ତୁ । ଏହା ପରେ ‘covid certificate’ ଲେଖା ପଠାନ୍ତୁ । କିଛି ସେକେଣ୍ଡ ମଧ୍ୟରୁ ଆପଣଙ୍କ ମୋବାଇଲକୁ ଏକ OTP ଆସିବ । ସେହି OTP କୁ ଦେବାର କିଛି ସମୟ ମଧ୍ୟରେ ୱାଟସପ କୁ ଆପଙ୍କ ସାର୍ଟିଫିକେଟ ଆସିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *