ତେବେ ଆପଣ ବି ଜାଣନ୍ତି କି ମହିଳା ମାନଙ୍କର ଋତୁସ୍ରାବ ବହୁତ ଅଧିକ କଷ୍ଟ ଦାୟକ ହେଇଥାଏ। ଏହି ସମୟରେ ବାହାରକୁ ବାହାରିବା ଯେତିକି କଷ୍ଟ ସାଧ୍ୟ ହେଇଥାଏ, ନିଜର ଯନ୍ତ୍ରଣାକୁ ସହ୍ୟ କରିବା ସେତିକି କଷ୍ଟସାଧ୍ୟ ହେଇଥାଏ। ଏହି ସମୟରେ ଡାକ୍ତର ମାନେ ତଥା ଘର ମାନଙ୍କରେ ଥିବା ମା ମାନେ ତାଙ୍କର ଝିଅ ମାନଙ୍କୁ ଗରମ ଖାଦ୍ୟ ଖାଇବା ପାଇଁ ପରାମର୍ସ ଦେଇଥାନ୍ତି। ଏହାଦ୍ୱାରା ଯନ୍ତ୍ରଣା କମ ହେଇଥାଏ।
ତେବେ ଗରମ ଖାଦ୍ୟ ଖାଇବା ଦ୍ୱାରା ଅଥବା ପେଟରେ ଗରମ ପଟା ରଖିବା ଦ୍ୱାରା ଯନ୍ତ୍ରଣା କମ ହେଉଥାଏ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଏହି ବିଷୟରେ ଚର୍ଚା କରିବାକୁ ଯାଉଛୁ। ତେବେ ଚାଲନ୍ତୁ ଜାଣିବା କିଛି ଏପରି ଖାଦ୍ୟ ମାନଙ୍କ ବାବଦରେ ଯାହା ଖାଇବା ଦ୍ୱାରା ଆମ ଯନ୍ତ୍ରଣା ଆହୁରି ବଢି ଯାଇଥାଏ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।
ପ୍ରଥମେ ଆସେ ମିଠା ଆଉ ଲୁଣିଆ ଖାଦ୍ୟ:- ତେବେ ଋତୁସ୍ରାବ ସମୟରେ ସ୍ବାଦିଷ୍ଟ ଖାଦ୍ୟ ଖାଇବା ପାଇଁ ବହୁତ ଅଧିକ ଇଛା ହେଉଥାଏ। ମାତ୍ର ଏହି ସମୟରେ ମାତ୍ରାଧିକ ମିଠା ଅଥବା ଲୁଣିଆ ଖାଦ୍ୟ ଖାଇବା ଅନୁଚିତ ଅଟେ। କାରଣ ଅଧିକ ମିଠା ଖାଇବା ଦ୍ୱାରା ତାହା ଆମ ଶରୀରକୁ ଅଧିକ ଓଜନିଆ କରି ଦେଇଥାଏ ଆଉ ଅଧିକ ଲୁଣିଆ ଖାଇବା ଦ୍ୱାରା ତାହା ଶରୀରରେ ଜଳ ଅବଧାରଣ କରିବାର କାରଣ ହେଇ ଯାଇଥାଏ। ଏହାଦ୍ୱାରା ଶାରୀରିକ ଯନ୍ତ୍ରଣା ଅଧିକ ହେଇ ଯାଇଥାଏ। ଜଳ ଦ୍ୱାରା ଓଜନ ଅଧିକ ହେଇଯାଏ ଜାହାଦ୍ୱାରା ପେଟ ଉପରେ ଅଧିକ ପ୍ରଭାବ ପଡେ। ଆଉ ଏହାଦ୍ୱାରା ଅଧିକ ଯନ୍ତ୍ରଣା ହେଇଥାଏ।
ଏହାପରେ ଆସେ ନିଦର ଅଭାବ:- ତେବେ ଆପଣ ଯେପରିକି ଜାଣନ୍ତି କି ଏହି ଋତୁସ୍ରାବ ସମୟରେ ପର୍ଯ୍ୟାପ୍ତ ପରିମାଣର ନିଦ ନିହାତି ଜରୁରୀ ହେଇଥାଏ। ତେବେ ଏହାଦ୍ୱାରା ଯନ୍ତ୍ରଣା ଟିକେ କମ ହେବାର ସମ୍ଭାବନା ଅଧିକ ଥାଏ। ମାତ୍ର ନିଦ କମ ହେଲେ ଯନ୍ତ୍ରଣା ଅଧିକ ହେଇଥାଏ। ଆପଣ ଯଦି ପର୍ଯ୍ୟାପ୍ତ ପରିମାଣର ନିଦ୍ରା ନ ନେବେ ତାହେଲେ ଯନ୍ତ୍ରଣା ଅଧିକ ହେଇଯାଏ।
ମାତ୍ରାଧିକ କଫି ଅଥବା ଚା ପିଇବା ଦ୍ୱାରା ମଧ୍ୟ ଯନ୍ତ୍ରଣା ଅଧିକ ହେଇଥାଏ। ଋତୁସ୍ରାବ ସମୟରେ ସାଧାରଣତଃ ଲୋକମାନେ ଅଧିକ ଚା ଅଥବା କଫି ପିଅନ୍ତି ମାତ୍ର ଏହି ସମୟରେ ମାତ୍ରାଧିକ କଫି ଅଥବା ଚା ପିଇବା ଦ୍ୱାରା ଆମକୁ ପରିଶ୍ରା ଅଧିକ ହେଇଥାଏ ଆଉ ତାହାଦ୍ୱାରା ପରିଶ୍ରା ନାଳି ସଙ୍କୁଚିତ ହେବା ସହିତ ଯନ୍ତ୍ରଣା ଅଧିକ ହେଇଥାଏ।
ମଦ ଆଉ ସିଗାରେଟ ସର୍ବଦା ଶରୀର ପାଇଁ ହାନିକାରକ ହେଇଥାଏ। ଏହାର ମାତ୍ରାଧିକ ସେବନ କରିବା ଦ୍ୱାରା ତାହା ଋତୁସ୍ରାବରେ ଅନିୟମିତତା ଦେଖା ଯାଇଥାଏ। ଆଉ ଦରଜ ମଧ୍ୟ ଅଧିକ ହେଇଥାଏ। ତେଣୁ ଏହି ସବୁ ମାନଙ୍କ ଠାରୁ ଦୂରରେ ରହିବା ଦରକାର।