ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏ ଦୁନିଆରେ ଶିକ୍ଷା ହେଉଛି ମଣିଷ ଜୀବନର ସବୁଠୁ ବଡ଼ ଅଗ୍ରଗତି, ଶିକ୍ଷା ବିନା ମଣିଷ ଜୀବନର ପରିଚୟ ବୃଥା, ଶିକ୍ଷା ମଣିଷ କୁ ବହୁତ ଆଗକୁ ନେଇଥାଏ, ଶିକ୍ଷା କୁ ନେଇ ବହୁତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ପିଲାଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି, ଯାହାକି ଛାତ୍ର ଏବଂ ଛାତ୍ରୀ ମାନେ ଏହି ଶିକ୍ଷାକୁ ଅର୍ଜନ କରି ବହୁତ ଆଗକୁ ଯାଇଥାନ୍ତି, ହେଲେ ସେହି ଶିକ୍ଷା କୁ ବଦନାମ କଲା ଭଳି କଥା ଜଣାପଡିଲେ, ଆଇନ ତାହାର କଠୋର ପରୀକ୍ଷା ନେଇଥାଏ,
ସେହି ଭଳି ଏକଘଟଣା ଗଞ୍ଜାମ ଜିଲ୍ଲା ର ଛତ୍ରପୁର ବ୍ଲକ ର ଚମାଖଣ୍ଡି ଥାନା ଅଧୀନ ପି. ଲଷ୍ମୀପୁର ସ୍କୁଲରେ ଘଟିଛି, ଏହା ଏକ ଶିକ୍ଷୟିତ୍ରୀଙ୍କ ସହ ଘଟିଛି, ସେହି ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ଜେ. ସୁକାନ୍ତି ରେଡ୍ଡୀ,ସେହି ଶିକ୍ଷୟିତ୍ରୀ ଜଣକ ଶିକ୍ଷାର ବଦନାମ କରିଛନ୍ତି, ଯାହାକି ତାଙ୍କ ପାଇଁ ମାହାଙ୍ଗା ପଡିଛି, ସୂଚନା ଅନୁସାରେ ଜେ. ସୁକାନ୍ତି ରେଡ୍ଡୀ ତାଙ୍କ ଦଶମ ସାର୍ଟିଫିକେଟ ଏବଂ ମାର୍କସିଟ ବାବଦରେ ମିଛ ତଥ୍ୟ ଦେଇଥିଲେ ବୋଲି ବୋର୍ଡ କତୃପକ୍ଷ ଜାଣିପାରିଛନ୍ତି,ଯେଉଁଥି ପାଇଁ ତାଙ୍କୁ କାର୍ଯ୍ୟ ରୁ ବାହାରି ଯିବାକୁ ବିରତି କରାଯାଇଥିଲା |
ଏହି ସବୁ ତଥ୍ୟ ଜାଣିବା ପରେ ରବିବାର ଦିନ ଚମାଖଣ୍ଡି ପୋଲିସ ଶିକ୍ଷୟିତ୍ରୀ ଜେ. ସୁକାନ୍ତି ରେଡ୍ଡୀ ଙ୍କୁ ଗିରଫ କରିଥିଲା |ସେଥିଲାଗି ବହୁତ ଦିନ ଆଗରୁ କୌଣସି ଶିକ୍ଷକ ନ କଲି ଜଣାପଡିବାରୁ ସେମାନେ ନିଜେନିଜେ ଏଇସ୍ତଫା ଦେଇଛନ୍ତି,ଜିଲ୍ଲା ରେ ଜାଲ ମାର୍କସିଟ ଦେଇ ଯେଉଁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଚାକିରୀ କୁ ହାତେଇଛନ୍ତି, ଏବେ ସେମାନଙ୍କ ମନରେ ବହୁତ ଭୟ ଜାଗ୍ରତ ହୋଇଉଠିଛି |
ଏହି ଶିକ୍ଷୟତ୍ରୀ ଙ୍କ ଗିରଫ ହେବା ପରେ ଭୟରେ ଅନ୍ୟ ଶିକ୍ଷକ ଏବଂ ଶିକ୍ଷୟତ୍ରୀ କିଏ ଚାକିରି ଛାଡି ଦେଲେନି ତ କିଏ ଦରମା ମଧ୍ୟ ବନ୍ଦ କରିଦେଲେଣି,ଆଉ ଅନ୍ୟ ସଙ୍ଘ ରେ ମଧ୍ୟ ଜାଲ ମାର୍କସିଟ ଦେଇ ଚାକିରୀ ହାତେଇଥିବାର ଅଭିଯୋଗ ଆଗକୁ ଆସିଛି, ଯାହାକି ଶିକ୍ଷାର ଅପମାନ କରିଛି,ଛତ୍ରପୁର ବ୍ଲକ ରେ କିଛି ଶିକ୍ଷକଙ୍କ ନାମ ମଧ୍ୟ ଲିଷ୍ଟ ରେ ଅଛି ବୋଲି ଜଣାପଡିଛି,ଏହା ପରେ ସବୁ ପ୍ରମାଣ ପତ୍ର ଠିକ ଅଛି କି ନାହିଁ ସେ ସମ୍ପର୍କରେ ବୋର୍ଡ଼ ଓ ବିଶ୍ୱବିଦ୍ୟାଳୟ କୁ ତଦନ୍ତ ଆରମ୍ଭ କରିଥିଲେ,ଯାଞ୍ଚ ରିପୋର୍ଟ ଆସିବା ପରେ କିଛି ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଜାଲ ବୋଲି ଜଣାପଡିଥିଲେ,
ପରେ ଛତ୍ରପୁର ବିଇଓ ଙ୍କ ପକ୍ଷରୁ ଚମାଖଣ୍ଡି ଛତ୍ରପୁର ଥାନାରେ ସେମାନଙ୍କ ନାମରେ ଏତଲା ଦିଆଯାଇଥିଲା |ଯେଉଁଥି ପାଇଁ ସମସ୍ତେ ଏମିତି ଭୁଲ କରିବାକୁ ଡରିବେ, ଆପଣ ମାନେ ମନେ ରଖିବା ଦରକାର ଯେ ଶିକ୍ଷା ହେଉଛି ସବୁଠୁ ବଡ ସାହସ ଲୋକମାନଙ୍କ ପାଇଁ, ଶିକ୍ଷାକୁ କେବେ ଖେଳ ବୋଲି ଭାବିକି କିଛି ଭୁଲ କରିବେ ନାହିଁ |ଶିକ୍ଷାର କେବେ ସମାପ୍ତି ନାହିଁ, ଶିକ୍ଷାକୁ ତୁମେ ଯେମିତି ଅପମାନ ଦେବ ଶିକ୍ଷାର କିଛି ଫରକ ପଡିବ ନାହିଁ, ନିଜର ବେଜିତ ଆଉ ନିଜର ସମ୍ମାନ ହାନି ହେବ |
ଏହି ପୋଷ୍ଟ ଟି କୁ ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |