ସରକାରଙ୍କ ପ୍ରାଥମିକ ସ୍କୁଲ ଖୋଲିବାକୁ ନେଇ ବଡ଼ ଘୋଷଣା। ଖୋଲିବ ଶ୍ରେଣୀ୧ରୁ ୮ମ ଯାଏ!

school

ଏବେ ଏବେ ଏକ ବଡ଼ ଖବର ଆସି ପଂହଁଚିଛି। ଯାହାକି ହେଉଛି ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ। ଏହାକୁ ନେଇ ନୂଆ ଏସଓପି ବି ଜାରି ହେବ। ତେବେ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନିମନ୍ତେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରାଜ୍ୟ ସରକାରଙ୍କୁ ସୁପାରିଶ ଦେଇଛନ୍ତି।

ତେବେ ୬ଷ୍ଠ ରୁ ୮ମ ପିଲାମାନଙ୍କ ପାଇଁ ଅଫଲାଇନ କ୍ଳାସ ଆରମ୍ଭ ହେବା ନିମନ୍ତେ କୁହାଯାଇଛି। ତେବେ ଅଧିକ ବିଳମ୍ବ ନକରି ଆସନ୍ତୁ ଆରମ୍ଭ କରିବା।

ତେବେ ଶିଶୁ ମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖିବା ପାଇଁ ଏସଓପି ଆଣିବାକୁ ସୁପାରିଶ ଜାରି କରାଯାଇଛି। ମଙ୍ଗଳବାର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ,ରିଜୋନାଲ ମେଡିକାଲ ସେଣ୍ଟର, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଶିଶୁ ମାନେ ବହୁତ ଦିନ ଧରି ମାନସିକ ଚାପର ସମ୍ମୁଖୀନ ହେଲେଣି। ଏହା ଶିଶୁ ମାନଙ୍କ ଶାରୀରିକ ବିକାଶରେ ବାଧା ସୃଷ୍ଟି କରିବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି।

schools

କୁହାଯାଉଛି ଯେ ପ୍ରଥମରୁ ଷଷ୍ଠ ଯାଏ ଖୋଲିବାର ଅନୁମତି ଦିଆଯିବ। ତେବେ ଦିନେ ଛଡା ଦିନେ ଯାହା ଅଡ଼ ଇଭେନ ନିୟମ ବ୍ୟବହାର କରି ସ୍କୁଲ ବି ଖୋଲାଯାଇପାରିବ। ଏହା ନେଇ ଖୁବ ଶୀଘ୍ର ଏସଓପି ଜାରି ହେବ ବୋଲି ତଥ୍ୟରୁ ଜଣା ଯାଇଛି।

ତେବେ ଏମିତି କିଛି ବି ସୂଚନା ଆସୁଛି କି ୬ ରୁ ୮ ଯାଏ ଶ୍ରେଣୀ ୨୩ ଅଗଷ୍ଟରୁ ଖୋଲାଯାଇପାରେ। ଏମିତିକି ପ୍ରଥମରୁ ୫ମ ପର୍ଯ୍ୟନ୍ତ ସେପ୍ଟେମ୍ବର ୧ ରୁ ଖୋଲାଯାଇପାରେ। ଏବେ କିଛି ଅଫିସିଆଲ ନୋଟିଫିକେଶନ ଆସିନାହିଁ। ଆପଣ ଏହା କମେଣ୍ଟ କରି ଜଣାନ୍ତୁ କି ସେପ୍ଟେମ୍ବରରୁ ଖୋଲିଲେ ସ୍କୁଲ ଭଲ ହେବ ନା ନାହିଁ।

school

ଆଉ ଏହା ଛଡା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ବିଦ୍ୟାଳୟ କୋଠରୀ ରଙ୍ଗ ଏକ ପ୍ରକାର ହେବ। ଏଥି ସହ ସ୍କୁଲ ଗୁଡିକର ରକ୍ଷଣା ବେକ୍ଷଣ, ମଧ୍ୟାହ୍ନ ଭୋଜନ, ରୋଷେଇ ଏବଂ ବଗିଚାର କାର୍ଯ୍ୟ ୧୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ନିୟୋଜିତ କରାଯିବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହା ଥିଲା ବଡ଼ ଅପଡେଟ।

Leave a Reply

Your email address will not be published. Required fields are marked *