ସାଙ୍ଗମାନେ ଯଦି ଆପଣ ମାନେ କୋଟିପତି ହେବାର ସ୍ବପ୍ନ ଦେଖୁଛନ୍ତି ଓ ଚାହୁଁଛନ୍ତି କି କେବେବି ଆପଣଙ୍କ ଘରେ ଧନର ଅଭାବ ନ ହେଉ ତେବେ ଘରେ ଆଣି ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ। ଏହାପରେ ଦେଖନ୍ତୁ ଆପଣଙ୍କ ଜୀବନରେ କିପରି ସମୃଦ୍ଧି ଆସୁଛି। ବର୍ତ୍ତମାନ ଅବସ୍ଥାରେ ପ୍ରାୟ ସମସ୍ତେ ଟଙ୍କାର ଅସୁବିଧା ଭିତରେ ଘେରି ରହିଛନ୍ତି। କହିବାକୁ ଗଲେ ଏମିତି ମଧ୍ୟ ବେଳେବେଳେ ହୋଇଥାଏ ଯେ ଘରେ ଟଙ୍କା ତ ଆସିଥାଏ କିନ୍ତୁ ତାହା ଅଯଥା ବାଟରେ ଖର୍ଚ୍ଚ ହୋଇଯାଏ। ଏହି କାରଣରୁ ଘରେ ସର୍ବଦା ଧନର ଅଭାବ ଦେଖା ଦେଇଥାଏ। ଟଙ୍କା ସମସ୍ୟା ଦେଖାଯିବ କାରଣରୁ ଆମର ସମସ୍ତ ଇଚ୍ଛା ମଧ୍ୟ ପୁରାଣ ହୋଇପାରି ନଥାଏ।
କହିବାକୁ ଗଲେ ଅଧିକାଂଶ ବ୍ୟକ୍ତି ଧନ କାରଣରୁ ସର୍ବଦା ଚିନ୍ତାରେ ରହିଥାନ୍ତି। କିଛି ବ୍ୟକ୍ତି ଭଲ ଟଙ୍କା ତ କମେଇ ଥାଆନ୍ତି କିନ୍ତୁ ସେମାନେ ଉନ୍ନତି କରିପାରି ନଥାନ୍ତି। ଯେବେ ବିବାପନ୍ ଟଙ୍କା ଆୟ କରିଥାନ୍ତି ତାହା କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯାଇଥାଏ। ଏହାଛଡା ବେଳେବେଳେ ବ୍ୟାପାର ବାଣିଜ୍ୟରେ ମଧ୍ୟ ଖରାପ ପରିସ୍ଥିତି ଦେଖିବାକୁ ମିଳିଥାଏ।
ଆଜି ମୁଁ ଆପଣ ମାନଙ୍କୁ ଶାସ୍ତ୍ରରେ କୁହାଯାଏ ଥିବା ଏମିତି ଏକ ଗଛର ଚର ବିଷୟରେ କହିବି ଯାହାକୁ ଭିକାରୀ ବି ଘରେ ରଖିବା ମାତ୍ରେ ରାଜା ହୋଇଯିବ। ଶାସ୍ତ୍ରରେ କୁହା ଯାଇଛି କି ଯେଉଁ ବ୍ୟକ୍ତି ଏହି ଗଛକୁ ପୂର୍ଣ୍ଣ ଶ୍ରଦ୍ଧା ସହକାରେ ଘରେ ରଖିବ ତାହାର ଜୀବନରେ କେବେବି ଧନର ସମସ୍ୟା ଆସେ ନାହିଁ । ଏହା ସହିତ ଘରେ ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି। ତେବେ ମୁଁ କହୁଛି କଦଳୀ ଗଛର ଚେର ବା ମୂଳ ବିଷୟରେ।
କଦଳୀ ଗଛର ଚେର ଏତେ ଦୁର୍ଲଭ ହୋଇଥାଏ ଯେ ଯଦି ଆପଣ ଏହାକୁ ଘରେ ରଖିଛନ୍ତି ତେବେ ଆପଣଙ୍କୁ ବହୁତ ଲାଭ ମିଳିଥାଏ। ଆପଣଙ୍କୁ ଧନ ପ୍ରାପ୍ତି ପାଇଁ ନୂତନ ମାର୍ଗ ମଧ୍ୟ ମିଳିଯିବ। ଏହା ସହିତ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ମଧ୍ୟ ଆସିବ। ଆପଣ ଏହି ଉପାୟକୁ ଗୁରୁବାର ଦିନ ହିଁ କରିବେ। ଆପଣ ଗୁରୁବାର ଦିନ ସ୍ନାନ କରିସାରି ହଳଦିଆ ବସ୍ତ୍ର ଧାରଣ କରି ଏହି କଦଳୀ ଗଛ ପାଖକୁ ଯିବେ। ଆପଣ ଏହି ସମୟରେ ଏକ ବିଶେଷ କଥାର ଧ୍ୟାନ ରଖିବେ ଯେ ଆପଣ ଯେତେବେଳେ ଏହି ଉପାୟ କରୁଥିବେ ସେହି ସମୟରେ ଯେପରି ଆପଣଙ୍କୁ କେହି ଦେଖିବେ ନାହିଁ କି କିଛି କହିବେ ନାହିଁ।
ଆପଣ ମାନଙ୍କୁ ଏହାକୁ ଚୁପଚାପ କରିବାକୁ ପଡ଼ିବ। ଯାହା ଘରେ କଦଳୀ ଗଛ ଅଛି ସେହି ଘରର ସଦସ୍ୟ ମାନଙ୍କୁ ଆପଣ ପୂର୍ବରୁ ହିଁ ଅବଗତ କରାଇ ଦିଅନ୍ତୁ। ଯାହା ଦ୍ବାରା ଏହି ଉପାୟକୁ କରିବା ସମୟରେ କେହି ଆପଣଙ୍କୁ କିଛି କହିବେ ନାହିଁ। ସେହି କଦଳୀ ଗଛ ପାଖକୁ ଯାଇ ତାର ଚେର ନିଅନ୍ତୁ ଏହାପରେ ତାକୁ ଆଣି ନିଜ ପାଖରେ ରଖନ୍ତୁ। ସେହି ଚେରକୁ ଗଙ୍ଗା ପାଣିରେ ଧୋଇ ସେଥିରେ ହଳଦିଆ ସୂତା ବାନ୍ଧନ୍ତୁ। ଏହାକୁ ନିଜ ସିନ୍ଦୁକ ଅର୍ଥାତ ପର୍ସରେ ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ କେବେ ବି ଧନର ଅଭାବ ଦେଖାଦେବ ନାହିଁ।