ବିବାହ ପରେ କମେଡିଆନ ଗୁଡୁଙ୍କୁ ଭେଟିଲେ ବର୍ଷା ଓ ଅନୁଭବ। ଭିଡିଓ ଭାଇରାଲ

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଏହା ସହିତ ଆମେ ଓଲିଉଡ ତଥା ବଲିଉଡ ର ସବୁ ଗରମ ମଶାଳାଦାର ଖବର ଆପଣ ମାନଙ୍କ ପାଖରେ ରଖିବାକୁ ଚେଷ୍ଟା କରିଥାଉ। ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଜଣେ ଷ୍ଟାର ଅଭିନେତା ତଥା ଆଉ ଜଣେ ଷ୍ଟାର ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ।

ଅଭିନେତ୍ରୀଙ୍କ ନାମ ହେଉଛି ବର୍ଷା ପ୍ରିୟଦର୍ଶିନୀ ଆଉ ଆପଣ ଅଭିନେତାଙ୍କ ନାମ କଣ ଭାବୁଛନ୍ତି? କଣ ସେ ଅନୁଭବ ମହାନ୍ତି ଅଟନ୍ତି? ଆଜ୍ଞା ହଁ ଅଭିନେତା ଆଉ କେହି ନୁହନ୍ତି ବରଂ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ଅଟନ୍ତି। ତେବେ ବିବାହ ପରେ ସେମାନେ ତାଙ୍କ ପ୍ରିୟ ସାଥି ତଥା ଜଣେ ଲୋକପ୍ରୟ ହାସ୍ୟ ଅଭିନେତା କମେଡିଆନ ଗୁଡୁଙ୍କୁ ଦେଖା କରିବାକୁ ଯାଇଥିଲେ।

gudu

ଗୁଡୁଙ୍କର ବିବାହ ପରେ ସେ ତାଙ୍କ ଘରକୁ ଯାଇଥିଲେ ନିମଂତ୍ରୀତ ହେଇକି। ଏହା ବାବଦରେ ଆଜି ଖବର ଆସୁଛି। ତେବେ କଣ ରହିଛି ଏହା ବାବଦରେ ସମ୍ପୂର୍ଣ ଖବର ତାହା ବାବଦରେ ଆମେ ଜାଣିବା ଆଉ ଏହା ବାବଦରେ ଅଧିକ ଜାଣିବା ପାଇଁ ଆପଣ ଆମ ମାନଙ୍କ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ତେବେ ଅନୁଭବ ଆଉ ବର୍ଷାଙ୍କର ସେହି ଝଗଡା ବାବଦରେ ତ ଆପଣ ମାନେ ଜାଣି ହିଁ ଥିବେ। ଆପଣ ଯେପରିକି ଜାଣନ୍ତି କି ଓଲିଉଡର ଚୁଲବୁଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ , ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ସାଙ୍ଗରେ କାମ କରୁ କରୁ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଆଉ ସେମାନେ ପରେ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହେଇ ଯାଇଥିଲେ।

gudu

ପ୍ରାୟ ୬-୭ ବର୍ଷର ହସ ଖୁସିର ସମ୍ପର୍କ ପରେ ସେମାନଙ୍କ ଭିତରେ ସମ୍ପର୍କର ତିକ୍ତତା ଆସିବାକୁ ଲାଗିଲା। ଏହାପରେ ବର୍ଷା ଅନୁଭବଙ୍କ ନାମରେ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ବାବଦରେ କହିଲେ ଆଉ ଅନୁଭବ ମଧ୍ୟ ବର୍ଷାଙ୍କ ନାମରେ ଛାଡପତ୍ର ଦାଖଲ କଲେ।

ଏହି ମାମଲା ବହୁତ ଲମ୍ବା ଚାଲି ସାରିଛି ଆଉ ଏହାର ସମାଧାନ କଣ ହେବ ତାହା ବାବଦରେ କାହାରିକୁ କିଛି ବି ଜଣା ନାହିଁ। ତେବେ ଏହା ବାବଦରେ ଦୁହେଁ ଆଉ କିଛି ଧ୍ୟାନ ଦେଉନାହାନ୍ତି ଆଉ ଏହା ଭିତରେ ହି ଦୁହିଁଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଦୁହେଁ ଗୁଡୁଙ୍କର ବିବାହରେ ଦେଖିବାକୁ ମିଳୁଛନ୍ତି। ତାଙ୍କ ସହ ହସ ଖୁସିରେ ଫୋଟୋ ଉଠାଇ ସେ ବହୁତ ମଜା ବି କରୁଥିଲେ। ତେବେ ଏହା ଏବେ ସାମ୍ନାକୁ ଆସିବାରେ ଲାଗୁଛି।

Leave a Reply

Your email address will not be published. Required fields are marked *