କଳାଯାୟୀ ଶରୀରର ଏହି ଜାଗାରେ ଥିଲେ ଆପଣ ଭାଗ୍ୟବାନ ହେଇ ଥାଆନ୍ତି।

kala jay

ଆମ ଶରୀରର କଳାଯାୟୀ ଆମର ବହୁତ କିଛି ଜିନିଷ ନିର୍ଦ୍ଧାରଣ କରିଥାଏ। ଆମର ଶାରୀରିକ କଳାଯାୟୀ ଆମର ବହୁତ କିଛି ସୂଚାଇ ଥାଏ। ଆମର ଭାଗ୍ୟ, ପବିତ୍ରତା, ଆମର ସଫଳତା ଇତ୍ୟାଦି ସମସ୍ତ ବାବଦରେ ଏହି କଳାଯାୟୀ ଆମକୁ ସୂଚନା ପ୍ରଦାନ କରିଥାଏ। ଆମେ ଆମ ଜୀବନରେ କେତେ ଆଗକୁ ଯିବା, ଆମ ଜୀବନରେ କିକି ସ୍ଥାନରେ ସଫଳତା ଲାଭ କରିବା ଇତ୍ୟାଦି ସମସ୍ତ ବାବଦରେ ଆମକୁ ସୂଚନା ଏହି କଳାଯାୟୀ ଦ୍ୱାରା ହି ମିଳିଥାଏ। ତେବେ ସବୁ କଳାଯାୟୀ ଯେ ଆମ ପାଇଁ ଶୁଭ ହେଇଥାଏ ତାହା ଜମା ବି ନୁହଁ କାରଣ କିଛି କିଛି ସ୍ଥାନ ମାନଙ୍କରେ ଏହା ଆମର କ୍ଷତି ପାଇଁ ମଧ୍ୟ ହେଇଥାଏ। ତେବେ ସମୁଦ୍ରା ଶାସ୍ତ୍ର ଅନୁସାରେ କିଛି ଏପରି ସ୍ଥାନ ବାବଦରେ ବୟାନ କରା ଯାଇଛି ଯାହା ଭିତରେ କି କଳାଯାୟୀ ଆମର ଉପକାର ମଧ୍ୟ କରିଥାଏ ଆଉ ଅପକାର ମଧ୍ୟ କରିଥାଏ। ତେବେ ଆଜି ଆମେ ଏହା ବାବଦରେ ହି କଥା ହେବାକୁ ଯାଉଛୁ।

ତାହା ଆଗରୁ ଆମେ ଆପଣଙ୍କ କହି ରଖୁଛୁ କି କଳାଯାୟୀ ଆପଣନ୍କ ଶରୀରରେ ଜନ୍ମରୁ ଥାଉ ଅଥବା ବୟସ ସହକାରେ ଆପଣନ୍କ ଶରୀରରେ ହେଇ ଯାଉ, ତାହାର ମହତ୍ତ୍ୱ ସମାନ ହି ହେଇଥାଏ। ତେବେ ଆସନ୍ତୁ ଆରମ୍ଭ କରିବା ଏହି ମହତ୍ତ୍ୱପୂର୍ଣ ତଥ୍ୟ ବାବଦରେ।

kalajay

୧:- ନାକ ଉପରେ କଳାଯାୟୀ ହେବା:- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାକ ଉପରେ କଳାଯାୟୀ ହେବା ବହୁତ ଶୁଭ ମାନା ଯାଇଥାଏ। ଏହି ବ୍ୟକ୍ତି ମାନେ ବହୁତ ସ୍ୱାଭିମାନି ହେଇଥାନ୍ତି ଆଉ ସେମାନେ ଦୃଢ ଇଛା ଶକ୍ତି ପୋଷଣ କରନ୍ତି। ସେମାନଙ୍କ ରାଗ ସେମାନଙ୍କ ନାକ ଉପରେ ଥାଏ ଆଉ ସେମାନେ ଆଗକୁ ନିଶ୍ଚୟ ବଢନ୍ତି। ତେବେ ଝିଅ ହୁଅନ୍ତୁ ଅଥବା ପୁଅ ସେମାନେ ନିଜର ସ୍ୱଭାବର ଟିକେ ନଖରା ପୋଷଣ କରନ୍ତି। ଏମାନଙ୍କୁ ସମ୍ଭାଳିବା ଟିକେ କଷ୍ଟ ହେଇଥାଏ।

୨:- ଆପଣନ୍କ ହାତ ପାପୁଲି ମଝିରେ ଥିବା କଳାଯାୟୀ:- ଯଦି ଆପଣଙ୍କ ହାତ ପାପୁଲି ମଝିରେ କଳାଯାୟୀ ଥାଏ ତାହେଲେ ଆପଣଙ୍କୁ ଅତ୍ୟନ୍ତ ଶୁଭ ମାନ ଯାଇଥାଏ। ଏମାନଙ୍କର ଭାଗ୍ୟର ଉଦୟ ବିବାହ ପରେ ହି ହେଇଥାଏ। ଆପଣନ୍କ ଜୀବନରେ କିଛି ବି କାର୍ଯ୍ୟ କେବେ ବି ଅଟକି ନଥାଏ। ଯଦି ଧନ କଥା କହିବା ତାହେଲେ ଏମାନଙ୍କ ପାଖରେ ଧନର ଅଭାବ ବିଲକୁଲ ବି ନଥାଏ। ସେମାନଙ୍କ ସ୍ଵଭାବ ମନ ମୋହିନେଲା ଭଳି ହେଇଥାଏ।

kalajay

୩:- ପାଦର ଆଙ୍ଗୁଠିରେ କଳାଯାୟୀ ରହିବା:- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହିଭଳି ବ୍ୟକ୍ତି ମାନଙ୍କ ଜୀବନରେ ଧନ ତଥା ଅନ୍ୟ ସମସ୍ତର ଅଭାବ ରହି ନଥାଏ ଆଉ ତାଙ୍କ ଜୀବନରେ ସଫଳତା ଅବଶ୍ୟ ଆସିଥାଏ। ମାତ୍ର ଏହି ବ୍ୟକ୍ତି ମାନେ ଅଧିକ ବୁଲାବୁଲି କରିବା ସ୍ୱଭାବର ହେଇଥାନ୍ତି ତେଣୁ ସେମାନଙ୍କର ପ୍ରଚୁର ଅର୍ଥ ଖର୍ଚ୍ଚ ହୁଏ। ସେଥିପାଇଁ ସେମାନଙ୍କ ପାଖରେ ଅର୍ଥ ରହି ନଥାଏ। ଏହିଭଳି ବ୍ୟକ୍ତି ମନରୁ ଚଞ୍ଚଳ ସ୍ୱଭାବର ହେଇଥାନ୍ତି। ମାତ୍ର ଏମାନେ ଜୀବନକୁ ହୃଦୟ ଭାରି ଉପଭୋଗ କରିଥାନ୍ତି।

Leave a Reply

Your email address will not be published. Required fields are marked *