ଆଜିର ବ୍ରେକିଙ୍ଗ ନିଉଜ। ସାରା ଦେଶରେ ଲାଗୁ ହେଲା ନୁଆ ନିୟମ ।

ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ସକାଳର ଖବର ଆପଣଙ୍କ ପାଇଁ ଦରକାରୀ ହେଇପାରେ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଖବର।

ଆଜିର ପ୍ରଥମ ଖବାର ହେଉଛି କି ମୁଖ୍ୟମନ୍ତ୍ରୀଙ୍କର ସହାୟତାରେ ଉପକୃତ ହେବାକୁ ଯାଉଛି ରାଜ୍ୟର ଭୂମିହୀନ କୃଷକ ସମସ୍ତେ। ପ୍ରାୟ ୧୮ ଲକ୍ଷ ଭୂମିହୀନ ଶ୍ରମିକ ଆଉ କୃଷକ ମାନଙ୍କ ପାଇଁ ୩୮୬ କୋଟି ଟଙ୍କା ଜାରି କଲେ ରାଜ୍ୟ ସରକାର। ତେବେ ଏହାର ବିସ୍ତୃତ ବିବରଣୀ ଆପଣଙ୍କୁ ରାଜ୍ୟର ସରକାରୀ କାଳିଆ ଯୋଜନା ୱେବସାଇଟରେ ମିଳିଯିବ। କୃଷି କ୍ଷେତ୍ରରେ ହେଉଥିବା ସମସ୍ତ ଉନ୍ନତି ପଛରେ ଜଣେ ଭୂମିହୀନ କୃଷକର ଉଦ୍ୟମ ହି ରହିଛି ଯାହା କି ଅନ୍ୟ ମାନଙ୍କୁ ହୁଏତ ଜଣା ପଡିନଥାଏ। ଆମକୁ ତାଙ୍କ ପାଇଁ ଏହି ତ୍ୟାଗ କରିବାକୁ ପଡିବ।

naveen patnaik

ଆଜିଠାରୁ ଆଂଶିକ ଲାକଡାଉନ ହେବାକୁ ଯାଉଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଲକଡାଉନ ଯାହାକୁ ଆମେ ଆଂଶିକ ଲକଡାଉନ ଭାବେ ମଧ୍ୟ କହିପାରିବା। ତେବେ ଜୁଲାଇ ୧୬ ତାରିଖ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ରହିବ। ଏହା ବାବଦରେ ସୂଚନା ପ୍ରଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସଂକ୍ରମଣ କମ ହେଇଥିବାରୁ କ୍ୟାତେଗୋରୀ ଏ କୁ ଆହୁରି ତିନିଟି ଜିଲ୍ଲା ଉତ୍ତୀର୍ଣ କରା ଯାଇଛି। ଢେଙ୍କାନାଳ ,କେଉଁଝର ଆଉ ଅନୁଗୁଳ କ୍ୟାତେଗୋରୀ ଏ କୁ ଯାଇଛନ୍ତି। ପୋଜିଟିଭ ହାର ୫% ରୁ କମ ହେଇଥିବାରୁ ଏହି ତିନିଟି ଜିଲ୍ଲା ମାନଙ୍କୁ କ୍ୟାତେଗୋରୀ ଏ ଭିତରେ ସାମିଲ କରା ଯାଇଛି। ଆହୁରି ବଳକା ଥିବା ୧୦ଟି ଜିଲ୍ଲାରେ ୫%ରୁ ଅଧିକ ସଂକ୍ରମଣ ଥିବାରୁ ସେମାନଙ୍କୁ କ୍ୟାତେଗୋରୀ ବି ଭିତରେ ସାମିଲ କରା ଯାଇଛି। ଏବେ ଉପଯୁକ୍ତ ସ୍ଥିତି ଦେଖି ଜିଲ୍ଲା ମାନଙ୍କରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆ ଯାଉଛି।

ଆସନ୍ତା ତିନି ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ଓଡ଼ିଶାର ଅନେକ ଜିଲା ମାନଙ୍କୁ କାଳ ବୈଶାଖୀ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିଜର ରିପୋର୍ଟ ଜାରି କରିଛି। ତେବେ ଏହି ବର୍ଷା ସମ୍ଭାବନା ରହିଥିବା ଜିଲ୍ଲା ମାନଙ୍କ ଭିତରେ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ମୟୁରଭଞ୍ଜ, ନୂଆପଡା, ଝାରସୁଗୁଡା, ଜଗତସିଂପୁର, ଗଂଜାମ, ଗଜପତି, ଦେବଗଡ଼ , ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଇତ୍ୟାଦି ଅନ୍ୟତ୍ତମ ଅଟେ। ଏହି ସମସ୍ତ ଜିଲ୍ଲା ମାନଙ୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ବାର୍ନିଂ ଜାରି କରି ସେଠାକାର ଲୋକ ମାନଙ୍କୁ ସତର୍କ କରା ଯାଇଛି।

rain

ସୁପ୍ରିମ କୋର୍ଟର ନିର୍ଦ୍ଧେଶ କି କରୋନାରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ପାଇଁ କ୍ଷତି ପୁରାଣ ଦେବାକୁ ପଡିବ।ଏହାର ପରିମାଣ କେତେ ହେବ ତାହା ବାବଦରେ ଗାଇଡ଼ଲାଇନ ଜାରି କରିବ ଏନଡିଏମଏ। ଏହା ବାବଦରେ ଜାରି ହେବ ବିସ୍ତୃତ ବିବରଣୀ।

ୟୁରୋପ ୟୁନିଅନ କୁ ଭାରତର ଚେତାବନୀ। କୋଭିଡଶିଲଡ଼ ଆଉ କୋଭାକ୍ସିନ କୁ ଟୀକା ଭାବେ ଗ୍ରହଣ କରାଯାଉ ନାହେଲେ ଆମେ ବି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହା ଚେତାବନୀ ଦେଇଛି ଭାରତ।

ଟୀକା ନେବା ଆଗରୁ ପେନକ୍ଲିୟର ନିଅନ୍ତୁ ନାହିଁ। ଏହା କ୍ଷତିକାରକ।

ସୁରକ୍ଷିତ ନୁହେଁ ଗୁଗୁଲ। ସାବଧାନ ରୁହନ୍ତୁ।

Leave a Reply

Your email address will not be published. Required fields are marked *