ଖରାପ ସମୟ ଆସିବା ଆଗରୁ ମିଳିଥାଏ ଏହି ସଂକେତ।

ଆମ ଦୈନନ୍ଦିନ ଜୀବନରେ ଆମକୁ ଏପରି ସଂକେତ ମିଳିଥାଏ ଯାହା କି ଆମକୁ ବହୁତ କିଛି ଜିନିଷ ବାବଦରେ ସୂଚନା ପ୍ରଦାନ କରିଥାଏ। ଆମକୁ ଏପରି ଅନେକ ସୂଚନା ମିଳିଥାଏ ଯାହା ପରେ ଆମ ଉପରେ ସଙ୍କଟ ଆସିଯାଏ ଆଉ ଆମେ ତାହା ଜାଣି ନପାରି ଅଣଦେଖା କରି ଦେଇଥାଉ। ଏପରି ଛୋଟ ଛୋଟ ସଂକେତ ବାବଦରେ ଯଦି ସବୁ ବ୍ୟକ୍ତି ଜାଣି ନେଇପାରେ ତାହେଲେ ତାଙ୍କ ଉପରର ସଙ୍କଟ ଆସିବା ଆଗରୁ ହି ସେ ପ୍ରସ୍ତୁତ ରହି ଯାଇପାରିବ। ତେବେ ଆଜି ଆମେ ଆମର ଏହି ସ୍ୱତନ୍ତ୍ର କଥା ବସ୍ତୁରେ ଏପରି କିଛି ସଂକେତ ବାବଦରେ କହିବାକୁ ଯାଉଛୁ ଯେଉଁ ମାନେ ଆପଣନ୍କ ଉପରେ ପଡିବା ଅର୍ଥାତ ଆପଣନ୍କ ଭବିଷ୍ୟତରେ ଆପଣଙ୍କ ଉପରେ କିଛି ବିପଦ ଆସିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ସଂକେତ ମାନଙ୍କ ବାବଦରେ।

krishan

ଘରେ ଯଦି କିଛି ବିପଦ ଆସିବାକୁ ଥାଏ ତାହେଲେ ଏହାର ସର୍ବପ୍ରଥମ ପ୍ରଭାବ ଘରର ତୁଳସୀ ଗଛ ଉପରେ ପଡେ । ଏହି ତୁଳସୀ ଗଛର ଅବସ୍ଥା ଠିକ ରହେ ନାହିଁ ଆଉ ତାହା ଶୁଖି ଯାଏ ଆଉ ଧୀରେ ଧୀରେ ମରିଯାଏ। ଆପଣଙ୍କ ଘରେ ଥିବା କିଛି ବି ବୃକ୍ଷଲତା ଯଦି ଶୁଖିବାକୁ ଲାଗୁଚି ତାହେଲେ ଆପଣ ତାହାକୁ କାଟି ଦିଅନ୍ତୁ କାରଣ ଆପଣଙ୍କ ଘରର ବୃକ୍ଷଲତା ସର୍ବଦା ସବୁଜିମା ଭରା ରହିବା ଦରକାର। ତେବେ ଆପଣଙ୍କ ଘରେ ଥିବା ଗଛ ପତ୍ର ମାନଙ୍କୁ ଆପଣ ସର୍ବଦା ଜଳଦାନ କରନ୍ତୁ ଆଉ ତାହା ଯେପରି ସବୁଜିମାରେ ଭରା ରହିବ ଦରକାର।

ଆପଣଙ୍କ ଘରର ଝାଡୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ହେଇଥାଏ। ଯଦି ଆପଣଙ୍କ ଘରେ ଥିବା ଝାଡୁରେ ଆପଣଙ୍କ ଗୋଡ଼ ବାଜି ଯାଉଛି ତାହେଲେ ଆପଣ ତାକୁ ସର୍ବଦା ଜୁହାର ହୁଅନ୍ତୁ ଆଉ ତାହାର ପବିତ୍ରତା ବଜାୟ ରଖନ୍ତୁ। ଯଦି ଆପଣଙ୍କ ଘରେ ଥିବା ଏକ ଛୋଟ ପିଲା ଅଚାନକ ଆପଣଙ୍କ ଘରେ ଝାଡୁ ଲଗାଇବା ଆରମ୍ଭ କରେ ତାହେଲେ ଆପଣ ବୁଝି ଯାଆନ୍ତୁ କି ଘରେ କେଉଁ ଅଚିହ୍ନା ଅତିଥୀଙ୍କର ଆଗମନ ହେବାକୁ ଯାଉଛି ଆଉ ଏହା ତାହାରି ହି ସଂକେତ ପ୍ରଦାନ କରିଥାଏ। ଖାଇବା ଆଗରୁ ଆପଣ ଘରେ ଝାଡୁ ଅବଶ୍ୟ ଲଗାନ୍ତୁ କାରଣ ଏହା ଶୁଭ ପ୍ରତୀକ ମାନା ଯାଇଥାଏ। ଝାଡୁକୁ ଠିଆ କରି ରଖିବା ଅଥବା ଓଲଟେଇ ରଖିବା ଅଶୁଭ ମାନା ଯାଇଥାଏ। ଏହାକୁ ସର୍ବଦା ଶୁଆଇ ରଖିବା ଦରକାର।

krishan

ଆପଣ ଝାଡୁ ଦ୍ୱାରା କେଉଁ ଜୀବଜନ୍ତୁ ଅଥବା ପଶୁଙ୍କୁ ମାଡ ମାରନ୍ତୁ ନାହିଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଇଥାନ୍ତି ଆଉ ଆପଣଙ୍କ ଘରୁ ଚାଲି ଯାଇଥାନ୍ତି। ଆପଣ ଘରେ ଝାଡୁ ରଖିବା ପାଇଁ ଏକ ଭଲ ଆଉ ସ୍ୱତନ୍ତ୍ର ଜାଗା ବାଛି ନିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଖର୍ଚ୍ଚ ସର୍ବଦା ଠିକ ରହିଥାଏ।

ଯେଉଁ ଘର ମାନଙ୍କରେ କ୍ଷୀର ଉତୁରି ଯାଇଥାଏ ଆଉ ତଳେ ପଡି ଯାଇଥାଏ ସେଠାରେ ଖର୍ଚ ସର୍ବଦା ଅଧିକ ରହେ ଆଉ ଆପଣଙ୍କ ଘର ମାନଙ୍କରେ ଲୋକ ମାନଙ୍କର ସ୍ୱାସ୍ଥ୍ୟ ସର୍ବଦା ବିଗିଡି ଯାଇଥାଏ।

Leave a Reply

Your email address will not be published. Required fields are marked *