ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କ୍ୟାବିନେଟ ମଣ୍ଡଳର ମନ୍ତ୍ରୀ ମାନଙ୍କ ବାବଦରେ ଆଉ ଏହା କହିବାକୁ ଯାଉଛୁ କି ସେମାନଙ୍କ ଭିତରୁ କାହାର କେତେ ସମ୍ପତ୍ତି ଅଛି। ତେବେ ଏହା ବାବଦରେ ଚାଲନ୍ତୁ ଆରମ୍ଭ କରିବା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ନିଜର ନୂତନ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ କରିଛନ୍ତି ଆଉ ନୂଆ ମନ୍ତ୍ରୀ ମଣ୍ଡଳରେ ୪୩ ଜଣ ନୂଆ ମନ୍ତ୍ରୀ ମାନଙ୍କୁ ସାମିଲ କରା ଯାଇଛି। ଏଥିରୁ ୧୫ଜଣ କ୍ୟାବିନେଟ ଆଉ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।ମୋଦିଙ୍କ ମନ୍ତ୍ରୀ ପରିଷଦରେ ଏବେ ମୋଟ ୭୮ଜଣ ମନ୍ତ୍ରୀ ଅଛନ୍ତି। ଏହାପରେ ଆପଣନ୍କ ମନରେ ଏହା ପ୍ରଶ୍ନ ଉଠୁଥିବ କି ଏମାନଙ୍କ ଭିତରୁ କେଉଁ ମନ୍ତ୍ରୀ ପାଖରେ କେତେ ଟଙ୍କାର ସମ୍ପତ୍ତି ଥିବ। ତେବେ ଆପଣଙ୍କୁ କହିରଖୁଛୁ କି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ୪ଜଣ ଏପରି ମନ୍ତ୍ରୀ ଅଛନ୍ତି ଯାହାଙ୍କ ପାଖରେ ୫୦କୋଟିରୁ ଅଧିକ ସମ୍ପତ୍ତି ଅଛି ଆଉ ଏପରି ୮ଜଣ ମନ୍ତ୍ରୀ ଅଛନ୍ତି ଯାହାଙ୍କ ପାଖରେ ଗୋଟେ କୋଟି ବି ସମ୍ପତ୍ତି ନାହିଁ। ତେବେ ଚାଲନ୍ତୁ ଜାଣିବା ଏମାନଙ୍କ ବାବଦରେ ଆଉ ଏହା ଜାଣିବା କି କାହା ପାଖରେ ସବୁଠୁ ଅଧିକ ପଇସା ଅଛି।
ମୋଦିଙ୍କ କ୍ୟାବିନେଟର ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧ୍ୟା। ତାଙ୍କ ପାଖରେ ପ୍ରାୟ ୩୭୯ କୋଟି ଟଙ୍କାର ସମ୍ପତ୍ତି ଅଛି। ତାଙ୍କୁ ଉତ୍ତରାଧିକାରୀ ଭାବରେ ଏହି ସମ୍ପତି ମିଳିଛି ଆଉ ସେ ସାରା ଦେଶରେ ବିମାନ ଚଳାଚଳ ମନ୍ତ୍ରୀ ଭାବେ ନିଯୁକ୍ତ ଅଛନ୍ତି।
ଦ୍ୱିତୀୟ ସବୁଠୁ ଧନୀ ମନ୍ତ୍ରୀ ଅଟନ୍ତି ପିୟୁସ ଗୋୟଲ। ତାଙ୍କ ପାଖରେ ପ୍ରାୟ ୯୫ କୋଟି ଟଙ୍କାର ସମ୍ପତ୍ତି ଅଛି। ସେ ମୋଦିଙ୍କ କ୍ୟାବିନେଟର ଦୁଇଟି ମନ୍ତ୍ରଣାଳୟ ସମ୍ଭାଳୁଛନ୍ତି। ତାଙ୍କ ପାଖରେ ଦେଶ ସାରାର ବାଣିଜ୍ୟ, ବ୍ୟାପାର ତଥା ବୟନଶିଳ୍ପ ଆଦି ବିଭାଗ ଅଛି।
ମୋଦିଙ୍କ କ୍ୟାବିନେଟର ତୃତୀୟ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ। ତାଙ୍କର ସଂପତ୍ତିର ପରିମାଣ ହେଉଛି ୮୭ କୋଟି ଆଉ ୭୭ ଲକ୍ଷ ଟଙ୍କା। ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଥିବା ନାରାୟଣ ରାଣେ ଏବେ କ୍ଷୁଦ୍ର ଶିଳ୍ପ ତଥା ଅନ୍ୟାନ୍ୟ ବିଭାଗ ସମ୍ଭାଳୁଛନ୍ତି।
ତେବେ ଆସନ୍ତୁ ଜାଣିବା ମୋଦି କ୍ୟାବିନେଟର ସବୁଠୁ ଗରିବ ମନ୍ତ୍ରୀ କିଏ। ତେବେ ଯେପରିକି ଆମେ ଜାଣୁ କି ତ୍ରିପୁରାର ମହିଳା ବିଜେପି ସାଂସଦ ପ୍ରତିମା ଭୌମିକ ଙ୍କ ପାଖରେ ସବୁଠୁ କମ ସମ୍ପତ୍ତି ଅଛି। ତାଙ୍କ ସଂପତ୍ତିର ପରିମାଣ ହେଉଛି ୧୦ ଲକ୍ଷ। ସେ ପ୍ରଥମ ଥର ପାଇଁ ମନ୍ତ୍ରୀପଦ ପାଇଛନ୍ତି ଆଉ ସେ ୫୨ ବର୍ଷୀୟ ମହିଳା ଅଟନ୍ତି। ସେ ବାୟୋ ସାଇନ୍ସରେ ସ୍ନାତକ ହାସିଲ କରିଛନ୍ତି। ତେବେ ଏହା ଥିଲା ଆଜିର ଖବର।