ବଡ଼ ଅପଡେଟ, ଜୁଲାଇ ୧ ରୁ ୮ ତାରିଖ ଯାଏ ନୂଆ ନୂଆ ନିୟମ ଲାଗୁ ହେବ।

ଆଜି ସକାଳେ ଅନେକ ଗୁରୁତ୍ତ୍ୱପୂର୍ଣ ଖବର ରହିଛି ଯାହା କି ଆପଣଙ୍କର ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ପାଖରେ ଆର ମାସ ଠାରୁ ପରିବର୍ତ୍ତିତ ହେବାକୁ ଥିବା କିଛି ନୂଆ ନିୟମ ବାବଦରେ କହିବୁ। ତେବେ କଣ ରହିଛି ସେହି ସବୁ ଗୁରୁତ୍ତ୍ୱପୂର୍ଣ ଖବର ତାହା ଆଜି ଆମେ ଜାଣିବା। ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

ତେବେ ଆମ ଦେଶ ପ୍ରତି ମାସରେ ଥରେ କିଛି ନା କିଛି ପରିବର୍ତ୍ତନ କରିଥାଏ। ଏଥର ମଧ୍ୟ ସେହି ନିୟମ ମାନଙ୍କରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏହା ଆର ମାସ ଏକ ତାରିଖ ଠାରୁ ହେବାକୁ ଯାଉଛି। ତେବେ କେଉଁ କେଉଁ କ୍ଷେତ୍ର ମାନଙ୍କରେ ଏହି ପରିବର୍ତ୍ତନ ହେବାକୁ ଯାଉଛି ତାହା ଆମକୁ ଦେଖିବାକୁ ହେବ।

lpg

ଏଲପିଜି ମୂଲ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଦେଶର ସବୁ ତୈଳ ଆଉ ଗ୍ୟାସ କମ୍ପାନୀ ନିଜର ନୂତନ ଜାରି କରା ଯାଇଥିବା ମୂଲ୍ୟ ତଥା ନିୟମାବଳୀ ମାସର ଆରମ୍ଭ ଅର୍ଥାତ ପ୍ରଥମ ଦିନରେ ହି ଜାରି କରିଥାନ୍ତି। ଏହିଭଳି ଭାବେ ଦେଶର ଅନ୍ୟ ଜାଗା ମାନଙ୍କରେ ଜାରି କରା ଯାଇଥିବା ନିୟମ ମାନଙ୍କୁ ମଧ୍ୟ ଏହି ମାସ ଅର୍ଥାତ ଜୁଲାଇ ଏକ ତାରିଖ ଦିନ ଧାର୍ଯ୍ୟ କରାଯିବ। ତେବେ ଦେଖିବାର ବିଷୟ ଏଇଆ କି କମ୍ପାନୀ ଏହି ଗ୍ୟାସ ମୂଲ୍ୟ ବଢ଼େଇବେ ଅଥବା କମେଇବେ ତାହା ରୋମାଂଚକ ରହିବ।

ଏହାପରେ ଆସୁଛି ଏସବିଆଇ ର ନିୟମ। ଦେଶର ସର୍ବବୃହତ ବ୍ୟାଙ୍କ ସମବାୟ କେନ୍ଦ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଥବା ଏସବିଆଇ ନିଜର ନିୟମାବଳୀରେ ପରିବର୍ତ୍ତନ କରିବାକୁ ଯାଉଛି। ତେବେ ଏଠାରେ ନିଜର ବ୍ୟାଙ୍କ ଖାତା ଜମା ତଥା ନିଜର ଏଟିଏମରୁ ପଇସା ଉଠେଇବା ଅଥବା ବ୍ୟାଙ୍କରୁ ସିଧା ସଳଖ ପଇସା ଉଠେଇବା ଇତ୍ୟାଦି ଉପରେ ନିୟମାବଳୀ ଲାଗୁ ହେବାକୁ ଯାଉଛି। ତେବେ କଣ ସେହି ନିୟମାବଳୀ ତାହା ଆଜି ଆମେ ଜାଣିବା। ଏସବିଆଇ ଖାତା ଧାରୀ ମାନଙ୍କ ପାଇଁ ପ୍ରତି ମାସ ଚାରିଟି ମାଗଣା ନଗଦ ଟଙ୍କା ଜାରି କରାଯିବ ଆଉ ଏସବିଆଉ ଏଟିଏମ ବ୍ୟବହାର ନ କରି ଅନ୍ୟ ଏଟିଏମ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ନଗଦ ଟଙ୍କା ଆଦାୟ କରାଯିବ।

sbi bank

ସେହିଭଳି ଆୟକର ନିୟମାବଳୀରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ଇଙ୍କମ ଟ୍ୟାକ୍ସ ପାଇଁ ଧାର୍ଯ୍ୟ କରା ଯାଇଥିବା ସ୍କିମ ବାବଦରେ ଜାଣି ନାହାନ୍ତି ଆଉ ତାହା ପୁରାଣ କରିନାହାନ୍ତି ତାହେଲେ ଆଅଅଁ ଜଲଦି କରି ନିଅନ୍ତୁ। କାରଣ ଏହାର ଶେଜ଼ ତାରିଖ ୩୦ ଜୁନ ଅଛି ଆଉ ଏହା ଯଦି ଆପଣ ନ କରିବେ ତାହେଲେ ଜୁଲାଇ ଏକ ତାରିଖ ଠାରୁ ଆପଣଙ୍କୁ ଦୁଇଗୁଣ ଟିଡିଡିଏସ ଦେବାକୁ ପଡିବ ଆଉ ତାହା ଆପଣଙ୍କ ପାଇଁ କସ୍ଟଦାୟକ ହେବ। ଏହା ଆଟିଆର ନିୟମାବଳୀ ଲାଗୁ ହେଇଛି।

କାନାଡ଼ା ବ୍ୟାଙ୍କ ୧ ଜୁଲାଇ ୨୦୨୧ ଠାରୁ ସିଣ୍ଡିକେଟ ବ୍ୟାଙ୍କ ର ଆଇଫଏସସି କୋଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି ବ୍ୟାଙ୍କର ଧାରକ ମାନଙ୍କୁ ତାଙ୍କ ଶାଖାର ଆଇଫଏସସି କୋଡ଼ ଯାଞ୍ଚ କରିବା ପାଇଁ କୁହା ଯାଇଛି।

Leave a Reply

Your email address will not be published. Required fields are marked *