୧୬ ଜୁଲାଇ କର୍କଟ ସଂକ୍ରାନ୍ତିଠାରୁ ଏହି ୫ଟି ରାଶିଙ୍କ ଭାଗ୍ୟ ଚମକିବ।

rashi

ସାଙ୍ଗମାନେ ଆଜିର ବିଷୟ ହେଉଛି ସୂର୍ଯ୍ୟ ଦେବଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି ଯାହାକି କିଛି ରାଶିମାନଙ୍କ ପାଇଁ ଖୁସିର ସମୟ ଏବଂ ଏମାନଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆଣିକରି ଆସୁଅଛି। ସୂର୍ଯ୍ୟଦେବ ଗୋଟିଏ ରାଶିରେ ଏକ ମାସ ରହିଥାନ୍ତି। ସୂର୍ଯ୍ୟଙ୍କର ଏହି ପ୍ରକାରର ରାଶି ପରିବର୍ତ୍ତନକୁ ସୂର୍ଯ୍ୟ ସଂକ୍ରାନ୍ତି କୁହାଯାଏ। ଏହା ଯୋଗୁ ଅନେକ ରାଶିରେ ଭଲ ଫଳ ମିଳିଥାଏ।ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଜୁଲାଇ ୧୬ ତାରିଖକୁ ସୂର୍ଯ୍ୟ ମିଥୁନ ରାଶିରୁ କର୍କଟ ରାଶିକୁ ଆସିଯିବେ। ଏହି ରାଶି ପରିବର୍ତ୍ତନ କିଛି ରାଶିମାନଙ୍କ ପାଇଁ ମହାଭାଗ୍ୟଶାଳୀ ସାବ୍ୟସ୍ତ ହେବା ଓ କିଛି ରାଶିମାନଙ୍କୁ ସାବଧାନ ମଧ୍ୟ ରହିବାର ଅଛି।

ଏବେ ଆମେ ଜାଣିବା କି ସୂର୍ଯ୍ୟଙ୍କର କେଉଁ ରାଶି ପରିବର୍ତ୍ତନ ଲାଭକର ରହିବ। ଏହି କ୍ରମରେ ପ୍ରଥମେ ରହିଛନ୍ତି ବୃଷ ରାଶି। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ବୃଷ ରାଶିର ଲୋକଙ୍କ ପାଇଁ ଭଲ ପରିଣାମ ଆଣି କରି ଆସୁଅଛି। ଏହି ରାଶିର ଲୋକଙ୍କୁ ଚାକିରୀ ଏବଂ ବାଣିଜ୍ୟରେ ସଫଳତା ପ୍ରାପ୍ତ ହେବ।ଆପଣଙ୍କୁ ଅନେକ ଶୁଭ ଖବର ବି ମିଳିପାରେ।

Astrology

ମିଥୁନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଅନେକ ସମସ୍ୟା ମାନଙ୍କର ସମାଧାନ ଆଣିକରି ଆସିବ। ଯଦି ଆପଣଙ୍କର କୌଣସି ରୋଗର ସମସ୍ୟା ରହିଅଛି ତାହେଲେ ଆପଣଙ୍କୁ ସ୍ବାସ୍ଥ୍ୟଗତ ଲାଭ ମିଳିବ।ପୁରୁଣା ରୋଗରୁ ଆରାମ ମିଳିବ। ପରିବାରରେ ଖୁସି ଲାଗି ରହିବ ଏବଂ ଜୀବନ ସାଥିଙ୍କ ସହିତ ବୁଲିବାର ସୁଯୋଗ ପ୍ରାପ୍ତ ହେବ।

କନ୍ୟା ରାଶିର ଲୋକ ଭଗବାନଙ୍କୁ ସ୍ମରଣକରିବେ।ଆଧ୍ୟାତ୍ମିକ ଭାବନା ପ୍ରତି ରୁଚି ବଢିବ। ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଆପଣଙ୍କର ଜୀବନକୁ ଖୁସିରେ ଭରିବାକୁ ଯାଉଛି। ଯଦି ଆପଣ ଘର କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଉଚିତ ସମୟ।

ଧନୁ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଅନେକ ଖୁସିର ସମୟ ଆଣିକରି ଆସୁଅଛି। ସନ୍ତାନ ଜନିତ ସମସ୍ତ ସମସ୍ୟା ଦୂର ହେବ।ସନ୍ତାନ ମାନଙ୍କୁ ନେଇ ଯାହା ବି ଆପଣଙ୍କର ଚିନ୍ତା ରହିଥିଲା ତାହା ସବୁ ଦୂର ହେବାକୁ ଯାଉଛି ଏବଂ ବିଶେଷ କରି ବ୍ୟାପାରୀ ମାନଙ୍କୁ ଅଧିକରୁ ଅଧିକ ଲାଭ ଦେଖିବାକୁ ମିଳିବ। ବ୍ୟାପାରି ମାନେ ନିଜର ବ୍ୟାପାରକୁ ବଢେଇବା ପାଇଁ କୌଣସି ଯୋଜନା ପ୍ରସ୍ତୁତ କରିବେ ଓ ଏହା ଆପଣଙ୍କ ପାଇଁ ଲାଭକର ମଧ୍ୟ ରହିବ।

rash

ମକର ରାଶିର ଲୋକମାନଙ୍କ ପାଇଁ ଏହି ରାଶି ପରିବର୍ତ୍ତନ ମଙ୍ଗଳଦାୟକ ହେବ। ଚାକିରୀ କ୍ଷେତ୍ରରେ ସାବଧାନତା ସହିତ କାମ କରନ୍ତୁ।ଆପଣଙ୍କର ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତ ହେବ। ସ୍ବାସ୍ଥ୍ୟ ଜନିତ ଯାହା ବି କିଛି ସମସ୍ୟା ରହିଥିଲା ସେଥିରୁ ଆରାମ ମିଳିବ।ଆପଣଙ୍କ ଠାରେ ସକ୍ରୀୟତା ମିଳିବ। ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ମକର ରାଶି ପାଇଁ ବହୁତ ଖୁସି ଓ ଆନନ୍ଦର ସମୟ ଆଣି କରି ଆସୁଅଛି। ଏହା ଥିଲା କେତୋଟି ରାଶି ଯାହା ଆପଣ ମାନଙ୍କର ଜୀବନରେ ନିଶ୍ଚୟ କିଛି ନା କିଛି ବଡରୁ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି।

Leave a Reply

Your email address will not be published. Required fields are marked *