ଓଡ଼ିଆ ଗାୟକ ଶକ୍ତି ମିଶ୍ରଙ୍କର ଅବସ୍ଥା ଗୁରୁତ୍ତର ଅଟେ। ଦେଖନ୍ତୁ ସେ କେମିତି ଅଛନ୍ତି ।

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଜଣେ ସୁନାମ ଧନ୍ୟ ଗାୟକଙ୍କ ବାବଦରେ କହିବାକୁ ଯାଉଛୁ। ଏକ ସମୟ ଥିଲା ଯେତେବେଳେ କି ଓଡ଼ିଆ ଚଳଚ୍ଚିତ୍ର ତଥା ଆଲବମ ମାନଙ୍କରେ ନିଜର କଣ୍ଠସ୍ୱର ଦ୍ୱାରା ହଇଛଇ ସୃଷ୍ଟି କରିଥିବା ଗାୟକ ଥିଲେ ଶକ୍ତି ମିଶ୍ର। ତାଙ୍କର ଦେହ ଏବେ ଅସୁସ୍ତ ଅଛି ଆଉ ତାଙ୍କର ଚିକିତ୍ସା ଏବେ ଭୁବନେଶ୍ୱରରେ କରା ଯାଉଛି। ଏହା ବାବଦରେ ତ ଆପଣମାନେ ନିଶ୍ଚୟ ଶୁଣିଥିବେ। ତେବେ ଆଜି ଆସନ୍ତୁ ତାହା ବାବଦରେ ଜାଣିବା।

Sakti Mishra

ଶକ୍ତି ମିଶ୍ର ଲିଭର ଜନିତ ଏକ ରୋଗରେ ପୀଡିତ ହେଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଉ ଏକ ଘରୋଇ ଡାକ୍ତରୀ ଦଳ ତାଙ୍କର ସେବା କରୁଛନ୍ତି। ଏବେ ଶକ୍ତି ମିଶ୍ରଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଆପଣଙ୍କୁ ଜଣା ଥିବ କି ସେ ଲିଭର ଜନିତ ଏକ ସମସ୍ୟା ଦ୍ୱାରା ପୀଡିତ ଆଉ ତାଙ୍କର ଅବସ୍ଥା ଏବେ ସଙ୍କଟାପନ୍ନ ଅଛି। ତାଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଭିତରେ ଚିକିତ୍ସିତ କରା ଯାଉଥିଲା।

ତାହାପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରା ଯାଇଛି। ତାଙ୍କର ଚିକୁତ୍ସା ବର୍ତମାନ କରା ଯାଉଛି ଯାହା କି ଏବେ ତାଙ୍କର ଶରୀର ବହୁତ ସଙ୍କଟାପନ୍ନ ଅଛି। ତାଙ୍କର ଚିକିତ୍ସା ଏବେ ଗୋଟେ ସ୍ୱତନ୍ତ୍ର ଦଳ ଦ୍ୱାରା କରା ଯାଉଛି। ତାଙ୍କର ଅବସ୍ଥା ଏବେ ଭଲ ନାହିଁ ଆଉ ଏଠାରେ ତାଙ୍କର ଲିଭରର ଅବସ୍ଥା ବାର ବାର ଚେକ କରା ଯାଉଛି। ତେବେ ତାଙ୍କର ଅବସ୍ଥା ଜାଣିବା ପାଇଁ ଆମେ ଚେଷ୍ଟା କରିବା।

Sakti

ଦିନ ଥିଲା ଯେତେବେଳେ କି ଲୋକ ମାନଙ୍କର ହୃଦୟରେ ରାଜୁତି କରୁଥିଲେ ଶକ୍ତି ମିଶ୍ର। ହାଏ ହାଏ ତୋ ମଲ୍ଲିଫୁଲ ଗଜରା, ହେଉ ଅଥବା ମୋର ଭୁଗଳରେ ଭଲ ହେଉଥିଲା ହେଉ। ସବୁ ସଙ୍ଗୀତ ମାନଙ୍କରେ ସେ ଲୋକ ମାନଙ୍କର ହୃଦୟରେ ରାଜୁତି କରୁଥିଲେ। ଏ ସବିତା ଆଲୋ ସବିତା ତାଙ୍କର ପ୍ରିୟ ଗୀତ ଥିଲା ଆଉ ଏବେ ହୁଏତ ସେ ସଙ୍ଗୀତ ଦୁନିଆରେ ଏତେଟା ସକ୍ରିୟ ନଥିଲେ ତଥାପି ଗୋଟେ କି ଦୁଇଟା ଗୀତ ଦ୍ୱାରା ସେ ସଭିଙ୍କ ହୃଦୟକୁ ମନୋରଂଜିତ କରୁଥିଲେ। ତାଙ୍କର କଳାକାରୀ ସବୁ ଲୋକଙ୍କୁ ଖୁବ ପସନ୍ଦ ଆସୁଥିଲା ଆଉ ସେ ବହୁତ ଭଲ ଭାବେ ଏହାକୁ ସମ୍ପାଦନ କରିଥିଲେ।

ଷ୍ଟେଜ ପ୍ରୋଗ୍ରାମ କରିବା ସହ ଗୀତ ଗାଇବା ଶକ୍ତି ମିଶ୍ରଙ୍କର ପେସା ଥିଲା। ସେ ୯୦ ଦଶନ୍ଧିରେ ଅନେକ ଗୀତ ଗାଇଛନ୍ତି।କେବଳ ସୁଖ ନୁହଁ ବରଂ ଦୁଃଖ ଗୀତ ଗାଇଛନ୍ତି।ଭଜନରେ ବି ତାଙ୍କର କଳାକାରୀ ଅଛପା ନାହିଁ। ଲୋକଙ୍କୁ ହସେଇଛନ୍ତି ବି ଆଉ କଣ୍ଡେଇଛନ୍ତି ବି। ତେବେ ତାଙ୍କର ଏହି ଅବସ୍ଥାରେ ଆମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବୁ କି ସେ ଠିକ ହେଇଯାନ୍ତୁ ବୋଲି।

Leave a Reply

Your email address will not be published. Required fields are marked *