ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ଆମେ ଆପଣଙ୍କ ପାଖରେ ବଲିଉଡ ବାବଦରେ କହିବାକୁ ଯାଉଛୁ। ବଲିଉଡ ଭିତରେ ପୁଣି ଏକ ଚହଳ ସୃଷ୍ଟି ହେଇ ଯାଇଛି ଯାହାକୁ ଦେଖି ଏହାର ସମର୍ଥକ ମାନେ ବିଶ୍ୱାସ ମଧ୍ୟ କରି ପାରୁ ନାହାନ୍ତି। ତେବେ ଆମର ସୁପର ଷ୍ଟାର ଆମୀର ଖାନ ତଥା ତାଙ୍କର ପତ୍ନୀ କିରଣ ରାଓ ପ୍ରାୟ ୧୫ ବର୍ଷ ସାଙ୍ଗରେ ରହିବା ପରେ ଛାଡପତ୍ର ଦେବାକୁ ବାଧ୍ୟ ହେଇଛନ୍ତି। ଏହା ବାବଦରେ ସମ୍ପୂର୍ଣ ଖବର ଜାଣିବା ଆଜି ଆମେ ଏହିଠାରେ। ତେବେ ଏହା ବାବଦରେ ସବୁକିଛି ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।
ଆମେ ବାସ କରୁଥିବା ଦେଶରେ ଚାଲିଥିବା ସିନେମା ଯାହାକୁ ଆମେ ବଲିଉଡ ଭାବେ ଜାଣିଛୁ, ସେହି ଜଗତରେ ବିବାହ ବିଚ୍ଛେଦ କିଛି ବଡ଼ କଥା ନୁହଁ। ଆମେ ଜାଣୁ କି ବହୁତ କିଛି ଏପରି ବଲିଉଡ ଅଭିନେତା ଆଉ ଅଭିନେତ୍ରୀ ମାନେ ବହୁତ ଦିନ ତଥା ବହୁତ ବର୍ଷ ବିବାହ କରିବା ପରେ ମଧ୍ୟ ଅଲଗା ହେଇ ଯାଇଛନ୍ତି ଆଉ ଅଲଗା ଅଲଗା ବସବାସ କରନ୍ତି। ତାଙ୍କ ପାଇଁ ଏହା ସାଧାରଣ କଥା ଅଟେ।
ତେବେ ଆଉ କିଛି ଅଭିନେତା ଆଉ ଅଭିନେତ୍ରୀ ମାନେ ଜଣକୁ ଭଲପାଇ ଆଉ ଜଣକୁ ବିବାହ ମଧ୍ୟ କରନ୍ତି। ତେବେ ନିକଟରେ ଆସିଥିବା ବଡ଼ ଖବର ଉପରେ ଆମେ ଆଜି କଥା ହେବା ଯାହା ଭିତରେ କି ବଲିଉଡ ସୁପର ଷ୍ଟାର ଆମୀର ଖାନ ଆଉ ତାଙ୍କ ପତ୍ନୀ କିରଣ ରାଓ ୧୫ ବର୍ଷ ଏକାଠି ରହିବା ପରେ ଅଲଗା ହେଇ ଯାଇଛନ୍ତି। ଏହା ପରେ ସମର୍ଥକ ମାନେ ସୋସିଆଲ ମିଡିଆରେ ନାନା ମନ୍ତବ୍ୟ ପ୍ରଦାନ କରୁଛନ୍ତି ଆଉ ଏହାର କାରଣ ଜାଣିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି, ମାତ୍ର ଏହାର କାରଣ କଣ ରହିଛି ତାହା ଏଯାଏ ଜଣା ପଡୁନାହିଁ।
ତେବେ ଆମେ ଯେପରିକି ଜାଣୁ କି ଆମୀର ଖାନ ଆଉ କିରଣ ରାଓଙ୍କର ଦେଖା ସୁପରହିତ ଫିଲ୍ମ ଲଗାନ ର ସୁଟିଂ ସେଟରେ ହେଇଥିଲା ଆଉ ସେମାନଙ୍କ ଭିତରେ ପ୍ରାୟ ୨ ବର୍ଷ ପ୍ରେମ ସମ୍ପର୍କ ଚାଲିବା ପରେ ସେମାନେ ବିବାହ କଲେ। ତାଙ୍କର ବିବାହ ପ୍ରାୟ ୧୫ ବର୍ଷ ଚାଲିଲା ଆଉ ତାହାପରେ ବି ସେମାନେ ଅଲଗା ହେଇଗଲେ। ତାଙ୍କର ଆଜାଦ ନାମକ ଜଣେ ପୁଅ ମଧ୍ୟ ଅଛି ଆଉ ଛାଡପତ୍ର ପରେ ସେମାନେ ଅଲଗା ଅଲଗା ରହି ସବୁ କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଆଉ ଏହି ଖବର ଜାଣିବା ପରେ ସମର୍ଥକ ମାନେ ନାନା ମନ୍ତବ୍ୟ ପ୍ରଦାନ କରୁଛନ୍ତି।