ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ କିଛି ରହସ୍ୟମୟ କଥା।

Jagannath Temple

ଆପଣ ଜାଣନ୍ତି କି ଦୁନିଆରେ ଏପରି କିଛି ରହସ୍ୟମୟ କଥା ଅଛି ଯାହାର ପ୍ରମାଣ ଆଜିଯାଏ ବିଜ୍ଞାନ ପାଖରେ ନାହିଁ। ତେବେ ଆଜି ଆମେ ଆପଣଙ୍କ ପାଖରେ ପୁରୀ ଜଗନ୍ନାଥ ମନ୍ଦିର ବାବଦରେ କିଛି ଏପରି ରହସ୍ୟମୟ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଗରୁ ଆଉ କେହି ବି କହିନଥିବେ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

ତେବେ କଣ ଆପଣ ଜାଣିଛନ୍ତି କି ପୁରୀର ମନ୍ଦିର ଉପରେ ଉଡୁଥିବା ପତିତପାବନ ପତାକା ସର୍ବଦା ପବନର ବିପରୀତ ଦିଗରେ ଉଡୁଥାଏ। ଏହାର କାରଣ କେହି ବି ଜାଣନ୍ତି ନାହିଁ। ଏହାର ଜବାବ ବିଜ୍ଞାନ ପାଖରେ ବି ନାହିଁ।

Jagannath Temple

ଏହାପରେ ଆସେ କି ଏହାର ସୁଦର୍ଶନ ଚକ୍ର ଯାହା କି ମନ୍ଦିର ଉପର ଚୂଲିରେ ଲାଗିଛି ତାହା ଏପରି କୋଣରେ ଲଗା ଯାଇଛି କି ତାହାକୁ ଆପଣ ତଳୁ ହେଉ ଅଥବା ଉପରୁ ଅଥବା ଯେ କୌଣସି କୋଣରୁ ବି ଦେଖନ୍ତୁ ତାହା ଆପଣଙ୍କୁ ସିଧା ହି ଦେଖାଯିବ। ଆପଣଙ୍କ ଆଗରେ ତାହା ବଙ୍କା କି ଟେଢା ଦେଖାଯିବ ନାହିଁ। ତେବେ ଏହା ପଛରେ କି ବିଜ୍ଞାନ ରହିଛି ତାହା ମଧ୍ୟ କେହି ଜାଣନ୍ତି ନାହିଁ।

ଏହାପର କଥା ଏହା କି ଏହି ମନ୍ଦିର ଉପର ଦେଇ ଆଜିଯାଏ ଗୋଟେ ବି ଚଢ଼େଇ ଉଡିନାହାନ୍ତି ଅଥବା ଏହାର ଉପରେ ଆଜି ଯାଏ ଗୋଟେ ବି ଉଡାଯାହାଜ ଯାଇନାହିଁ। ଏହାର କାରଣ ବି କେହି ଜାଣନ୍ତି ନାହିଁ।

ଆପଣ ଯଦି କେବେ ପୁରୀ ଯାଇଥିବେ ତେବେ ଆପଣ ଜାଣିଥିବେ କି ଏଠାରେ ପ୍ରବେଶ ଦ୍ୱାରକୁ ସିଂହଦ୍ଵାର କୁହାଯାଏ। ତେବେ ସିଂହଦ୍ଵାର ସାମ୍ନାକୁ ଯେତେବେଳେ ଭକ୍ତ ମାନେ ଆସନ୍ତି ତ ସେଠାରେ ତାଙ୍କୁ ସମୁଦ୍ର ଲହାରୀର ଶବ୍ଦ ଶୁଣାଯାଏ। ମାତ୍ର ସେହି ଶବ୍ଦ କେଉଁ ଆଡୁ ଆସୁଛି ତାହା କେହି ବି ଜାଣନ୍ତି ନାହିଁ। ମାତ୍ର ଯେତେବେଳେ ବି ଆପଣ ଏହାର ବନ୍ଧ ଉପରେ ଦେଇ ଆଗକୁ ଗୋଟେ ବି ପାଦ ଯିବେ ତାହାର ଶବ୍ଦ ଆପଣଙ୍କୁ ଆଉ ସୁଭିବ ନାହିଁ।

Temple

ଏହାପର କଥା କି ଏହି ମନ୍ଦିରର ଛାଇ ଆପଣ କେଉଁ ଆଡେ ବି ଦେଖିବାକୁ ପାଇବେ ନାହିଁ। ଆପଣ ଜାଣନ୍ତି କି ଏହି ଦୁନିଆରେ ଯେଉଁ ବି ଜିନିଷର ଅବସ୍ଥିତି ଅଛି ତାହାର ଛାଇ ଆପଣଙ୍କୁ ନିଶ୍ଚୟ ଦେଖିବାକୁ ମିଳିବ। ମାତ୍ର ଏହି ମନ୍ଦିର ଉପରେ ଯେତେ ଆସୁ ବି ସୂର୍ଯ୍ୟକିରଣ ପଡିଲେ ତାହାର ଛାଇ ଆପଣଙ୍କୁ ଦେଖିବାକୁ ହି ମିଳିବ ନାହିଁ।

ଏହି ମନ୍ଦିର ଉପରେ ସବୁଦିନ କେହି ନା କେହି ଚଢି ଏହାର ପତାକା ବଦଳାନ୍ତି। ଯଦି ଏହା ନକରିବେ ତାହେଲେ ୧୮ ବର୍ଷ ଯାଏ ମନ୍ଦିର ବନ୍ଦ ରହିବ ବୋଲି ପ୍ରଥା ଅଛି।

Leave a Reply

Your email address will not be published. Required fields are marked *