ଏସବିଆଇ ନୂଆ ରୂଲ,ଜୁଲାଇ ୧ ଠାରୁ ଆରମ୍ଭ ହେବ। SBI ରେ ଆକାଉଣ୍ଟ ଥିଲେ ନିଶ୍ଚୟ ପଢନ୍ତୁ ।

sbi

ଆଜି ସକାଳେ ଅନେକ ଗୁରୁତ୍ତ୍ୱପୂର୍ଣ ଖବର ରହିଛି ଯାହା କି ଆପଣଙ୍କର ଜାଣିବା ନିହାତି ଦରକାର। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ରେ ଯଦି ଆପଣଙ୍କର ଖାତା ଅଛି ତାହେଲେ ଆପଣଙ୍କୁ ଆଜିର ଖବର ନିହାତି ଜାଣିବା ଦରକାର। ଏହି ବ୍ୟାଙ୍କ ଏବେ ନିଜର କିଛି ନିୟମାବଳୀରେ ପରିବର୍ତ୍ତନ କରିବାକୁ ଯାଉଛି ଯାହା କି ଗ୍ରାହକ ମାନଙ୍କ ପାଇଁ ଲାଗୁ ହେବାକୁ ଯାଉଛି ୧ ଜୁଲାଇ ଠାରୁ। ଏହି ନିୟମାବଳୀ ଦ୍ୱାରା ଆପଣଙ୍କୁ ଆହୁରି ଅଧିକ କିଛି ଚାର୍ଜ ଦେବାକୁ ପଡିବ।ତାହା ଆଜି ଆମେ ସମ୍ପୂର୍ଣ ରୂପେ ଜାଣିବା। ତେବେ କଣ ରହିଛି ସେହି ସବୁ ଗୁରୁତ୍ତ୍ୱପୂର୍ଣ ଖବର ତାହା ଆଜି ଆମେ ଜାଣିବା। ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

sbi bank

ଦେଶର ସର୍ବବୃହତ ବ୍ୟାଙ୍କ ସମବାୟ କେନ୍ଦ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଥବା ଏସବିଆଇ ନିଜର ନିୟମାବଳୀରେ ପରିବର୍ତ୍ତନ କରିବାକୁ ଯାଉଛି। ତେବେ ଏଠାରେ ନିଜର ବ୍ୟାଙ୍କ ଖାତା ଜମା ତଥା ନିଜର ଏଟିଏମରୁ ପଇସା ଉଠେଇବା ଅଥବା ବ୍ୟାଙ୍କରୁ ସିଧା ସଳଖ ପଇସା ଉଠେଇବା ଇତ୍ୟାଦି ଉପରେ ନିୟମାବଳୀ ଲାଗୁ ହେବାକୁ ଯାଉଛି। ଏସବିଆଇ ଖାତା ଧାରୀ ମାନଙ୍କ ପାଇଁ ପ୍ରତି ମାସ ଚାରିଟି ମାଗଣା ନଗଦ ଟଙ୍କା ଜାରି କରାଯିବ ଆଉ ଏସବିଆଉ ଏଟିଏମ ବ୍ୟବହାର ନ କରି ଅନ୍ୟ ଏଟିଏମ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ନଗଦ ଟଙ୍କା ଆଦାୟ କରାଯିବ।

କହିବାର ଅର୍ଥ ଏଇଆ କି ଏଟିଏମ ହେଉ ଅଥବା ବ୍ୟାଙ୍କ ଖାତା, ଯେଉଁ ଗ୍ରାହକ ମାନେ ଟଙ୍କା ଉଠେଇବାକୁ ଚାହାନ୍ତି ତାହା ଯଦି ମାଗଣାରେ କରିବାକୁ ଚାହାନ୍ତି ତାହେଲେ ତାହାର ସୁଯୋଗ ମାତ୍ର ୪ଥର ରହିବ। ଅର୍ଥାତ ଚାରି ଥରରୁ ଅଧିକ ଥର ଏଟିଏମ ଅଥବା ଖାତା ବ୍ୟବହାର କଲେ ଗ୍ରାହକ ମାନଙ୍କୁ ଶୁଳ୍କ ଦେବାକୁ ପଡିବ।

sbi

ଚାରି ଥର ଠାରୁ ଅଧିକ ଥର ଏଟିଏମ ବ୍ୟବହାର କଲେ ଗ୍ରାହକ ମାନନ୍କ ଠାରୁ ପ୍ରତ୍ୟେକ ଟଙ୍କା ଉଠାଣ ସହ ୧୫ ଟଙ୍କା ଆଉ ତାହା ସହ ଜିଏସଟି ଆଦାୟ କରାଯିବ। ଏହି ନିୟମାବଳୀ କେବଳ ଏଟିଏମ ବ୍ୟବହାରକୁ ସୀମିତ କରିବା ପାଇଁ କରା ଯାଇଛି। ଏଟିଏମ ଅଥବା ଶାଖା ମାନଙ୍କରୁ ଏସବିଆଇ ଖାତା ଧାରୀ ଅଥବା ଅନ୍ୟ ଖାତାଧାରୀ ମାନନ୍କ ପାଇଁ ଚାରି ଥର ମାଗଣା ନେଣ ଡେନ ପରେ ୧୫ ଟଙ୍କା ସହ ଅନ୍ୟ ଜିଏସଟି ଦାଖଲ କରିବାକୁ ହେବ।

ଆହୁରି ଏକ ନିୟମାବଳୀରେ ଏସବିଆଇର ଚେକ ବୁକ ଧାରଣ କରୁଥିବା ଲୋକମାନଙ୍କ ପାଇଁ ଚେକ ବୁକର ଅଧିକ ବ୍ୟବହାର ଉପରେ ଅଧ୍ୟ ଦେୟ କରିବାକୁ ହେବ। ଏହି ନିୟମ ଅନୁସାରେ ସବୁ ଚେକ ବୁକ ଧାରଣ କାରୀ ମାନଙ୍କୁ ପ୍ରତି ବର୍ଷ ମାତ୍ର ୧୦ଟି ଚେକ ବୁକ ସ୍ଲିପ ମାଗଣାରେ ମିଳିବ।ଏହାପରେ ଚେକ ବୁକର ୧୦ ପୃଷ୍ଠା ପରେ ୪୦ ଟଙ୍କା ଯୁକ୍ତ ଜିଏସ୍ଟି ଆଉ ୨୫ ପୃଷ୍ଠା ପରେ ୭୫ ଟଙ୍କା ଯୁକ୍ତ ଜିଏସଟି ଦେବାକୁ ହେବ।

Leave a Reply

Your email address will not be published. Required fields are marked *