ପାରା ଆପଣଙ୍କୁ କରିପାରେ ଧନୀ ବ୍ୟକ୍ତି।

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବାସ୍ତୁ ଟିପ ନେଇକି ଆସିଛୁ। ଆଜି ଆମେ ଆପଣଙ୍କ ପାଖରେ ପାରା ମାନଙ୍କ ବାବଦରେ କିଛି କହିବାକୁ ଯାଉଛୁ। ଯଦି ଆପଣଙ୍କ ଘରକୁ ପାରା ମାନଙ୍କର ଆଗମନ ହେଉଛି ତାହେଲେ ଆଜି ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି। କାରଣ ପାରା ମାନଙ୍କୁ ଶାନ୍ତିର ପ୍ରତୀକ କୁହାଯାଇଥାଏ। ସେମାନେ ଚଞ୍ଚଳ କମ ଆଉ ଶାନ୍ତ ଅଧିକ ହେଇଥାନ୍ତି। ସେମାନେ ଆରାମ କରିବା ପାଇଁ ଉଚ୍ଚ ବିଲଡିଂ ତଥା ପୁରାତନ ସ୍ମାରକୀ ମାନଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି।

କେହି କେହି ଲୋକ ପାରା ମାନଙ୍କୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ମାନି ଥାଆନ୍ତି। ତେବେ ଯେପରିକି ଆପଣ ଜାଣନ୍ତି କି ପକ୍ଷୀ ମାନଙ୍କୁ ଦାନା ଦେବା ସଭିଙ୍କୁ ପସନ୍ଦ ହେଇଥାଏ ମାତ୍ର ପାରା ମାନଙ୍କର ଆମ ମାନଙ୍କ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ ଆଉ ଆପଣ ଯଦି ପାରା ମାନଙ୍କୁ ଖାଇବାକୁ ଦେଉଛନ୍ତି ତାହେଲେ ଆପଣଙ୍କ ସାମ୍ନାରେ ବହୁତ କିଛି ରାସ୍ତା ଖୋଲି ଯାଇଥାଏ।

para

ମାତ୍ର ଏହା ଉପରେ କିଛି ବଡ଼ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ଆପଣ ଯେପରିକି ଜାଣନ୍ତି କି ପାରା ମାନଙ୍କୁ ଛାତ ଉପରେ ନ ଦେଇ ବରଂ ଘର ଅଗଣାରେ ଦାନା ଖାଇବାକୁ ଦିଆ ଯାଇଥାଏ। କଣ ଆପଣ ଜାଣନ୍ତି କି ପୁରାଣ ଶାସ୍ତ୍ରରେ ଛାତକୁ ରାହୁ ଆଉ ପାରା ମାନଙ୍କୁ ବୁଧ ବୋଲି ମାନ ଯାଇଥାଏ। ତେଣୁ ଯେଉଁ ଜାତକରେ ରାହୁ ଆଉ ବୁଧର ମିଳନ ହେଇଥାଏ ସେହି ଜାତକ ଜୀବନରେ ଅସୁବିଧା ଆସି ଯାଇଥାଏ। ଏଣୁ ସଭିଙ୍କ ପାଇଁ ଏହା ହି ଅନୁରୋଧ ଥାଏ କି କେବଳ ସେହି ସମୟରେ ହି ପାରା ମାନଙ୍କୁ ଛାତ ଉପରେ ଦାନା ଖାଇବାକୁ ଦିଅନ୍ତୁ ଯେତେବେଳେ କି ଆପଣଙ୍କ ଘରେ ଆଉ କେଉଁ ଭଲ ଜାଗା ନଥାଏ।

ମାତ୍ର ଆପଣ ଗୋଟେ ସାବଧାନତା ଅବଲମ୍ବନ କରନ୍ତୁ କି ଆପଣ ନିଜର ଘର ଭିତରେ ପାରା ମାନଙ୍କୁ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ କାରଣ ଏହା ଅଶୁଭ ମାନା ଯାଇଥାଏ। ଆପଣନ୍କ ଘର ଆଖ ପାଖରେ ଯଦି ଆପଣ ପାରା ଦେଖିବାକୁ ପାଉନାହାନ୍ତି ଅଥବା ଆପଣନ୍କ ଘର ଆଡ଼କୁ ପାରା ମାନେ ଆସୁନାହାନ୍ତି ତାହେଲେ ଆପଣ ଏକ କାମ କରନ୍ତୁ ଆପଣ ଘରର ଏପରି ଏକ ଜାଗାରେ ଦାନା ରଖନ୍ତୁ କି ତାହାଦ୍ୱାରା ସମସ୍ତେ ଦେଖି ପାରିବେ ଆଉ ତାହାଦ୍ୱାରା ପାରା ମାନେ ବି ଆପଣଙ୍କ ଘରକୁ ଆସିବେ। ତେଣୁ ତାହାଦ୍ୱାରା ଆପଣଙ୍କ ଘରକୁ ଶୁଭ କଲ୍ୟାଣ ଆସିବ।

para

ପାରା ମାନଙ୍କର ପେଟ ପୁରାଇବା ଅର୍ଥାତ ମାତା ଲକ୍ଷ୍ମୀଙ୍କର ପେଟ ଭରଣ କରିବା। ପାରା ମାନଙ୍କୁ ଏପରି ଦାନା ଦେଇ ତାଙ୍କର ଭୋକ ଶୋଷ ମେଣ୍ଟାଇବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପୁର୍ଣ ଭାବେ ପ୍ରସନ୍ନ ହୁଅନ୍ତି। ତାଙ୍କ କଲ୍ୟାଣରୁ ଆପଣଙ୍କ ଘର ଉପରୁ ସବୁ ପ୍ରକାରର ଧନ ଜନିତ ସମସ୍ୟା ଦୂର ହେଇଯାଇଥାଏ।

Leave a Reply

Your email address will not be published. Required fields are marked *