ମଙ୍ଗଳଙ୍କ ରାଶି ପରିବର୍ତନ। ଏହି ଚାରୋଟି ରାଶିର ଭାଗ୍ୟ ବଦଳି ଯିବ।

rasi

୨୦୨୧ ମସିହା ଜୁଲାଇ ମାସ ୨୦ ତାରିଖ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ଗୋଚର କରିବେ। ସିଂହ ରାଶିରେ ସେପ୍ଟେମ୍ବର ମାସ ୬ ତାରିଖ ପଯ୍ୟନ୍ତ ରହିବେ। ଜ୍ୟୋତିଶ ଶାସ୍ତ୍ର ଅନୁସାରେ ୯ଟି ଗ୍ରହ ମାନକର ଅଲଗା ଅଲଗା କାରକ ମାନ ରହିଛି। ବୈଦିକ ଜ୍ୟୋତିଶରେ ମଙ୍ଗଳ ଗ୍ରହ ,ଅନ୍ୟ ସବୁ ଗ୍ରହ ସେନାପତିର ମାନ୍ୟତା ପାଇଛନ୍ତି । ଏଥି ସହିତ ମଙ୍ଗଳ ଗ୍ରହକୁ ଭୂମି ପୁତ୍ର ବୋଲି ମଧ୍ୟ କୁହାଯାଏ। ମଙ୍ଗଳ ଗ୍ରହ ଭୂମିର ରକ୍ତ, ସନ୍ୟଶକ୍ତି, ଯୁଦ୍ଧ, କ୍ରୋଧ ଆଜିର କାରକ ଅଟନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ,ଯେଉଁ ବ୍ୟକ୍ତିର ଜାତକରେ ମଙ୍ଗଳ ଗ୍ରହର ବାସ ରହିଥାଏ, ସେହି ବ୍ୟକ୍ତି ବହୁତ ବୁଦ୍ଧିମାନ ,ପ୍ରତାପୀ , ଉର୍ଯାବାନ ହୋଇଥାନ୍ତି।

ମଙ୍ଗଳ ଗ୍ରହକୁ ମେଷ,ବିଛା ରାଶିର ସ୍ଵାମୀ କୁହାଯାଏ। ମଙ୍ଗଳ ଗ୍ରହ କର୍କଟ ରାଶିରେ ନୀଚ ,ମକର ରାଶିରେ ଉଚ୍ଚରେ ରହିଥାନ୍ତି। ମଙ୍ଗଳ ଗ୍ରହ ସିଂହ ରାଶିରେ ପ୍ରବେଶ କରି ଏହି ୪ଟି ରାଶିର ଲୋକମାନଙ୍କୁ ଶୁଭ ପରିଣାମ ମିଳିବାର ସମ୍ଭାବନା ଅଛି।

Astrology

୧-ବୃଷ ରାଶି:-ପ୍ରଥମ ହେଲା ବୃଷ ରାଶି। ବୃଷ ରାଶିର ଜାତକ ବ୍ୟକ୍ତି ମାନେ କର୍ମକ୍ଷେତ୍ରରେ ଲାଭ ମିଳିପାରେ। ଚାକିରୀରେ ପଦୌନତି ହେବାର ସମ୍ଭାବନା ଅଛି। ବ୍ୟବସାୟୀମାନଙ୍କର ଲାଭ ହେବାର ସମ୍ଭାବନା ଅଛି। ଏହି ସମୟରେ ଧନ ଲାଭ ମଧ୍ୟ ହେବ, କିନ୍ତୁ ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ। ବୈବାହିକ ଜୀବନରେ ଉତ୍ଥାନ ପତନ ନିଶ୍ଚିତ ଭାବରେ ଲାଗିରହିବ। ଜୀବନ ସାଥି ମାନେ ପ୍ରେମ ଝଗଡ଼ା ଦୁଇଟିକୁ ଅନୁଭବ କରିପାରିବେ।

୨- ମିଥୁନ ରାଶି:- ଦ୍ୱିତୀୟ ହେଲା ମିଥୁନ ରାଶି। ଏହି ରାଶିର ଜାତକ ବ୍ୟକ୍ତିମାନଙ୍କର ଭାଗ୍ୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଭାଗ୍ୟର ସମର୍ଥନ ପାଇବେ।ଚାକିରି,ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଲାଭ ରହିବ।ବୈବାହିକ ଜୀବନ ମଧ୍ୟ ସୁଖବାନ ରହିବ। ଦାମ୍ପତ୍ୟ ଜୀବନରେ ଜୀବନ ସାଥିଙ୍କ ସହୋଯୋଗ ଆପଣଙ୍କୁ ଧନ୍ୟ କରିବ। ସମାଜରେ ମାନସମ୍ମାନ ବଢିବ।

rashi

୩- ବିଛା ରାଶି:- ବିଛା ରାଶିର ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚର ଯୋଗୁ ଲାଭ ପ୍ରାପ୍ତି ହୁଏ । କର୍ମକ୍ଷେତ୍ରରେ ପରିସ୍ଥିତି ଭଲ ରହିବ।ଜୀବନ ସାଥି ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ।ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ କିନ୍ତୁ ଆପଣ ଏହି ସମୟରେ କର୍ମ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବା ଉଚିତ ହେବ।

୪- କୁମ୍ଭ ରାସି:- କୁମ୍ଭ ରାଶିର ବ୍ୟକ୍ତି ମାନଙ୍କୁ ମଙ୍ଗଳ ରାଶିର ଗୋଚର ହେତୁ ଅନେକ ଲାଭ ମିଳିବ। ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ।ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ।.ବିଭିନ୍ନ ଉତ୍ସରୁ ଧନ ଲାଭ ହେବାର ସମ୍ଭାବନା ରହିଛି। ଆପଣ ଜୀବନ ସାଥିଙ୍କ ସହିତ ଭଲ ଜୀବନ ବିତାଇବେ। ମଙ୍ଗଳ ଗୋଚର ଦ୍ବାରା ଏହି ଚାରୋଟି ରାଶିର ଭାଗ୍ୟ ପରିବର୍ତନ ହେବ।

Leave a Reply

Your email address will not be published. Required fields are marked *