ଏହି କଥାକୁ ସବୁବେଳେ ଗୁପ୍ତ ରଖନ୍ତୁ, ନହେଲେ କାନ୍ଦିବାକୁ ପଡିପାରେ- Astro Niti

Shukracharya

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣ ଜାଣନ୍ତି ଏପରି କିଛି କଥା ଅଛି ଯେଉଁ କଥା ଆମକୁ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଶୁକ୍ରାଚର୍ଯା ଏମିତି ୬ ଟି କଥା କହିଛନ୍ତି ଯେଉଁ କଥାକୁ ଗୁପ୍ତ ନରଖିଲେ ଏଥିରେ ଆପଣଙ୍କୁ ବହୁତ କ୍ଷତି ହୋଇପାରେ । ୧ମ ହେଲା ଆୟୁ , ଶୁକ୍ରାଚର୍ଯ୍ୟାଙ୍କ କଥା ଅନୁସାରେ ଆପଣଙ୍କ ବୟସ କାହାକୁ କହିବା ଉଚିତ୍ ନୁହେଁ , ଆପଣଙ୍କ ଆୟୁ କହିବା ଦ୍ବାରା ଲୋକ ମାନେ ତାର ଫାଇଦା ଉଠାଇଥାନ୍ତି ଓ ଆପଣଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରନ୍ତି ।

Shukracharya

୨ୟ ହେଲା ଧନ , ଶୁକ୍ରାଚାର୍ଯ୍ୟଙ୍କ କଥା ଅନୁସାରେ ଆପଣଙ୍କ ପାଖରେ ଯେତେ ବି ଧନ ସମ୍ପତ୍ତି ଥାଉ ବା ଆପଣ ଯେତେ ଭଲରେ ରୁହନ୍ତୁ ଆପଣଙ୍କ ଧନ ସମ୍ପତ୍ତି କଥା ନିଜ ଘର ଲୋକଙ୍କ ଛଡ଼ା କାହାକୁ କହିବା ଉଚିତ୍ ନୁହେଁ ଓ କହିବା ଦ୍ବାରା ଆପଣଙ୍କ ଧନ ସମ୍ପତ୍ତି ଉପରେ ଲୋକଙ୍କ ଖରାପ ନଜର ପଡ଼ିଥାଏ।୩ୟ ଟି ହେଲା ପାରିବାରିକ ଭେଦ , ଶୁକ୍ରାଚାଯ୍ୟଙ୍କ କଥା ଅନୁସାରେ ଆପଣଙ୍କ ଘର କଥା ବାହାର ଲୋକଙ୍କ ପାଖରେ କହିବା ଉଚିତ୍ ନୁହେଁ ଏହା କହିବା ଦ୍ବାରା ପାରିବାରିକ କଳହ ବଢ଼ିଥାଏ ।

୪ର୍ଥ ଟି ହେଲା ମନ୍ତ୍ର ଓ କୃପା , ଶୁକ୍ରାଚାଯ୍ୟଙ୍କ କଥା ଅନୁସାରେ ଭଗବାନଙ୍କ କୃପା ପାଇବା ପାଇଁ ଆମକୁ ବହୁତ ପୂଜା ପାଠ କରିବା ପରେ ଆମକୁ ଭଗବାନଙ୍କ କୃପା ମିଳିଥାଏ ଓ ଯଦି ଏହି କଥା ଆମେ ଅନ୍ୟ କାହା ପାଖରେ କହିଲେ ତାହା ଫଳପ୍ରଦ ହୋଇନଥାଏ । ୫ମ ଟି ହେଲା ଅନ୍ତରଙ୍ଗ ମୂହୁର୍ତ୍ତ , ଶୁକ୍ରାଚାଯ୍ୟଙ୍କ କଥା ଅନୁସାରେ ମନୁଷ୍ୟକୁ ନିଜର ଅନ୍ତରଙ୍ଗ ମୁହୂର୍ତ୍ତର ଉଲ୍ଲେଖ କାହା ସହିତ କରିବା କଥା ନୁହେଁ । ଏହାକୁ ଯିଏ ଅନ୍ୟ ଜଣଙ୍କ ପାଖରେ କହିଥାଏ ନିଶ୍ଚିତ ତାକୁ ଦିନେ ନା ଦିନେ ପରିହାସ ର ପାତ୍ର ହେବାକୁ ପଡିଥାଏ ।Shukracharya

୬ଷ୍ଠ ଟି ହେଲା ଔଷଧୀ , ଶୁକ୍ରାଚାଯ୍ୟଙ୍କ କଥା ଅନୁସାରେ ଯଦି ଆପଣଙ୍କୁ କିଛି ରୋଗ ହୋଇଛି ଓ ତାକୁ ଭଲ କରିବା ପାଇଁ ଆପଣ ବିଶେଷ ପ୍ରକାରର ଔଷଧ ଖାଉଛନ୍ତି , ଏହାକୁ ଆପଣ ଗୁପ୍ତ ରଖିବା ଉଚିତ କାରଣ କେଉଁ ଲୋକ ଆପଣଙ୍କ ଉପରେ ଶତ୍ରୁତା ରଖିଥାନ୍ତି ଆପଣ ଜାଣିନାଥାନ୍ତି ଓ ଆପଣଙ୍ ରୋଗ ପାଇଁ ଖାଉଥିବା ଔଷଧ ବିଷୟରେ ଜାଣିଲେ ଆପଣଙ୍କ ଅନିଷ୍ଟ କରିବାକୁ ଚାହିଁଥାନ୍ତି । ତେଣୁ କେବେବି ଆପଣଙ୍କର ଏହି ସବୁ କଥା କାହାକୁ କହିବା ଉଚିତ୍ ନୁହେଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *