ଆସନ୍ତା ୨୧ ରେ ଓଡ଼ିଶାକୁ ବଡ ଲଘୁଚାପ।୧୨ ଟି ଜିଲ୍ଲାକୁ ବଡ ଧରଣର ବର୍ଷା ଓ ଘଡଘଡି ନେଇ ସୂଚନା।

ସାଙ୍ଗମାନେ ପାଣିପାଗ ବିଭାଗରୁ ଆସିଲା ବଡ ଖବର।ଜୁଲାଇ ୨୧ ତାରିଖରେ ଆସୁଛି ଲଘୁଚାପ। ୨୩ ତାରିଖରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ। ଆଜି ମୁଁ ଆପଣ ମାନଙ୍କୁ ପାଣିପାଗ ବିଷୟରେ ସମ୍ପୂର୍ଣ ତଥ୍ୟ ଜଣେଇବି। ସାଙ୍ଗମାନେ ରାଜ୍ୟରେ କେତେକ ସ୍ଥାନରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କ୍ଵଚିତ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ତାରିଖରେ ବଙ୍ଗୋସାଗରରେ ଲଘୁଚାପ ସୃଷ୍ଟି ହେବା ସହିତ ୨୩ ତାରିଖରୁ ବର୍ଷାର ପରିମାଣ ବଢିବା ବୋଲି ପାଣିପାଗ ବିଜ୍ଞାନୀ ମାନେ ସୂଚନା ପ୍ରଦାନ କରିଛନ୍ତି। ତେବେ କୃଷି ପାଣିପାଗବିତ ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା ଅନୁଯାୟୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବ।

rains

ରାଜ୍ୟର କେତେକ ସ୍ଥାନରେ ନିଅଣ୍ଟିଆ ବର୍ଷ ହେବା ସହିତ ଟାଣ ଖରା ହେବ। ତେବେ ୨୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣିବଳୟ ସୃଷ୍ଟି ହୋଇ ଏହା ୨୨ ତାରିଖରେ ଲଘୁଚାପରେ ପରିଣତ ହେବ। ଓଡ଼ିଶା ଉପକୂଳରୁ ଦୂରରେ ରହିବା ହେତୁ ଉପକୂଳ ସମେତ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୩ ତାରିଖରେ ଲଘୁଚାପଟି ଓଡ଼ିଶା ସ୍ପର୍ଶ କରିବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଯାହା ଫଳରେ ରାଜ୍ୟର ସମସ୍ତ ସ୍ଥାନରେ ଭାରି ବର୍ଷା ହେବ ବୋଲି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରିଛନ୍ତି। ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୨୩ ଓ ୨୪ ତାରିଖରେ ଭାରି ବର୍ଷା ହେବ।

ଉତ୍ତର,କେନ୍ଦ୍ରୀୟ ଓ ପୂର୍ବ ଓଡ଼ିଶାରେ ୨୪ ତାରିଖ ସୁଦ୍ଧା ୧୦୦ ମିଲିଲିଟର ବର୍ଷା ହୋଇପାରେ। ଏହାସହିତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୧୮୦ ମିଲିମିଟର ବର୍ଷା ହୋଇପାରେ।ତେବେ ମହାନଦୀ ଉପରମୁଣ୍ଡ ଛତିଶଗଡ ସମେତ ଭିତର ସମସ୍ତ ନଦୀ ଅବବାହିକାରେ ପ୍ରବଳ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

rain

ସେହିପରି ଆମେରିକାର କଲମ୍ବିଆ ବିଶ୍ଵବିଦ୍ୟାଳୟର ବିଭିନ୍ନ ମଡେଲ ଅନୁସାରେ ରାଜ୍ୟରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ।କିନ୍ତୁ ତାପମାତ୍ରା ଅଧିକ ରହିବ।ଚଳିତ ମାସ ଶେଷ ସୁଦ୍ଧା ରୁଆ ବେଉସା କାମ ଚାଲିବା ହେତୁ ଚାଷୀ ପାଖରେ ପର୍ଯ୍ୟାପ୍ତ ସାର ଉପଲବ୍ଧ ହେବା ଦରକାର।

ଏହାସହିତ ମଧ୍ୟମ ଅବଧି ଧାନ,ଗହମ,ବିରି,ମାଣ୍ଡିଆ, ରାଶିର ଅମଳକ୍ଷମ ବିହନ ମାନଙ୍କର ଆବଶ୍ୟକ ପଡ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।ଅପରପକ୍ଷରେ ଶନିବାର ମାଲକାନଗିରି କୋରାପୁଟ,ରାୟଗଡ଼ା,ଗଜପତି,ସୁନ୍ଦରଗଡ,କେଉଁଝର ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ସହିତ ବର୍ଷା ହେବ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟର ଆଉ ସବୁ ସ୍ଥାନ ମାନଙ୍କରେ ଅଳ୍ପ ପରିମାଣର ବର୍ଷା ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *