କ୍ରିକେଟ ମ୍ୟାଚରେ ଭୁତ। ଅଟକାଇ ଦେଲା ଆନ୍ତର୍ଜାତୀୟ ମ୍ୟାଚ।

ଆଜି ଆମେ ଆପଣଙ୍କ ପାଖରେ ଏକ ବଡ଼ ବିଚିତ୍ର ଘଟଣା ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା କି କ୍ରିକେଟ ମୈଦାନ ଉପରେ ଘଟିଯାଚିଛି ଆଉ ତାହା ବିଲକୁଲ ବି ମିଛ ନୁହଁ। ଶୁଣିବାରେ ଅଜୀବ ଲାଗୁଥାଇପାରେ।ଏହି ବିଚିତ୍ର ଘଟଣା ଘଟି ଯାଇଛି ଯାହା କି ଆମ ମାନଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରି ଦେଇଛି ଆଉ ଆପଣ ମାନଙ୍କୁ ଏହା ହୁଏତ ମିଛ ଲାଗୁଥାଇ ପାରେ ମାତ୍ର ତାହା ଅକ୍ଷରର ଅକ୍ଷରେ ସତ୍ୟ ଅଟେ। ଏହା ବାବଦରେ ଆମେ ଆଗକୁ ଆହୁରି ଅଧିକ ଚର୍ଚ୍ଚା କରିବା ତେବେ ଚାଲନ୍ତୁ ଆମେ ଜାଣିବା ଏହା ବାବଦରେ। ତେବେ ଏହା ବାବଦରେ ଆପଣ ଅଧିକ ଗଭୀର ମାତ୍ରାରେ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଆଉ ଶେଷ ଯାଏ ପଢିବା ଜାରି ରଖନ୍ତୁ।

Cricket

ବାଙ୍ଗଳାଦେଶ ଆଉ ଜିମ୍ବାୱେ ଭିତରେ ଖେଳା ଯାଉଥିବା ଏକ କ୍ରିକେଟ ମ୍ୟାଚରେ କିଛି ଏପରି ଘଟଣା ଘଟିଗଲା ଯାହା କି ସଭିଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରେଇ ଦେଲା। ଏହି ଘଟଣା ଘଟିଯାଇଛି ଯାହା କି ସତ୍ୟ ଅଟେ। ସାଧାରଣ ଭାବେ କିଛି କ୍ରିକେଟ ମ୍ୟାଚକୁ ବିଭିନ୍ନ କାରଣରୁ ଅଟକାଇ ଦିଆ ଯାଇଥାଏ ମାତ୍ର ପ୍ରଥମ ଥର ପାଇଁ ଏକ କ୍ରିକେଟ ମ୍ୟାଚକୁ ଭୁତ କାରଣରୁ ଅଟକାଇ ଦିଆ ଯାଇଛି। ଏହା ଆମେ କହୁନାହୁଁ ବରଂ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା କି ଏହି କଥାକୁ ପ୍ରକାଶ କରିଛି। ବାଙ୍ଗଳାଦେଶ ଆଉ ଜିମ୍ବାୱେ ଭିତରେ ଖେଳା ଯାଉଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ଏହି ଘଟଣା ଘଟି ଯାଇଛି।

ଫିଲଡ଼ ଆମ୍ପାୟାର ବି ଥାର୍ଡ ଆମ୍ପାୟାରଙ୍କୁ ପଚାରିଥିଲେ ଘଟଣା ବାବଦରେ। ଯେତେବେଳେ ରିପ୍ଲାଇ ଦେଖା ଯାଇଥିଲା ତ ବ୍ୟାଟ୍ସମ୍ୟାନଙ୍କର ଷ୍ଟମ୍ପ ରହସ୍ୟମୟ ଭାବରେ ଗଡି ପଡିଥିଲା। ଷ୍ଟ୍ରାଇକରେ ଥିଲେ ମହମ୍ମଦ ସୈଫୁଦ୍ଦିନ ଆଉ ବୋଲିଂ କରୁଥିଲେ ଜିମ୍ବାୱେର ବୋଲର ଟେଣ୍ଡାଇ ଚତାରା। ଏହା ବାଙ୍ଗଳାଦେଶ ଇନିଂଗ୍ସର ୧୮ତ୍ତମ ଓଭରରେ ହେଇଥିଲା।

bhuta

ବ୍ୟାଟ୍ସମ୍ୟାନ ନିଜର ଶଟ ମାରିଥିଲେ ଆଉ ବଲ ବି ଆଗକୁ ଯାଇଥିଲା ମାତ୍ର ପଛକୁ ବୁଲି ଦେଖିବା ବେଳକୁ ତାଙ୍କ ବେଲ ସହିତ ଷ୍ଟମ୍ପ ବି ଗାଡି ପଡିଥିଲା ଆଉ ଏହା ପ୍ରଥମେ ଏଭଳି ଲାଗୁଥିଲା କି ବ୍ୟାଟ୍ସମ୍ୟାନ ହିଟ ୱିକେଟ ହେଇଯାଇଛି ମାତ୍ର ରିପ୍ଲେ ଦେଖିବା ବେଳକୁ ଜଣା ପଡିଥିଲା କି ବ୍ୟାଟ୍ସମ୍ୟାନ ଷ୍ଟମ୍ପ ପାଖରୁ ଯଥେଷ୍ଟ ଦୂରରେ ଥିଲେ। ମାତ୍ର ବେଲ ରହସ୍ୟମୟ ଭାବରେ ଗଡ଼ି ପଡିଥିଲା। ଏହା ଉପରେ କମେନ୍ତ୍ରୀ କରୁଥିବା କମେନ୍ତେଟର ମାନେ ବି ଏହି ଘଟଣା କୁ ଅସ୍ୱାଭାବିକ ଆଉ ସୁପର ନ୍ୟାଚୁରାଲ ବୋଲି କହିଥିଲେ।

କିଛି ସମର୍ଥକ ମାନେ ଏହି ଘଟଣାକୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭୁତର ଆଖ୍ୟା ଦେଇଛନ୍ତି ଆଉ ସେମାନେ ଏହା କହିଛନ୍ତି କି ୱିକେଟ ଭୁତ ନେଇଛି। ଉକ୍ତ ମ୍ୟାଚ ପୁଣି ଥରେ ଚାଲୁ ହେଲା ଆଉ ସେହି ମ୍ୟାଚରେ ଜିମ୍ବାୱେ ବାଙ୍ଗଳାଦେଶକୁ ୨୩ ରନରେ ହରାଇ ଥିଲା।

Leave a Reply

Your email address will not be published. Required fields are marked *