ବନ୍ଦ ହେବାକୁ ଯାଉଛି ନୂଆ ବୋହୂ ସିରିଏଲ ଜାଣନ୍ତୁ ଏହାର କାରଣ କଣ ?

Nuabohu serial

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ଓଡ଼ିଆ ସିରିଏଲ ତ ନିଶ୍ଚିତ ଦେଖୁଥିବେ । ଓଲିଓଡ ଇଣ୍ଡଷ୍ଟ୍ରି ରେ ଯେଉଁଭଳି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଭିନୟ ଦ୍ବାରା ଲୋକମାନଙ୍କ ହୃଦୟରେ ଜାଗା କରିପାରିଛନ୍ତି ଠିକ୍ ସେହିପରି ଟେଲିଭିଜନ ଜଗତର ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ କି ନିଜର କଠିନ ପରିଶ୍ରମ କରି ନିଜର ଅଭିନୟ ଦ୍ବାରା ଲକ୍ଷ ଲକ୍ଷ ଲୋକମାନଙ୍କ ହୃଦୟ ଜିଣିପାରିଛନ୍ତି ଓ ଲୋକପ୍ରିୟତା ଅର୍ଜନ କରିଛନ୍ତି ।

ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ , ଚାଲିଚଳନ ଓ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି , ଠିକ ସେହିପରି ନୂଆ ବୋହୂ ସିରିଏଲ ଏବେ ଚର୍ଚ୍ଚା ଚାଲିଛି । ସୂଚନା ଅନୁଯାୟୀ ତରଙ୍ଗ ଚେନାଲରେ ପ୍ରସାରିତ ନୂଆ ବୋହୂ ସିରିଏଲ ବନ୍ଦ ହେବାକୁ ଯାଉଛି , ଆଜି ଆମେ ତାର କାରଣ କହିବାକୁ ଯାଉଛୁ । ନୂଆ ବୋହୂ ସିରିଏଲ ରେ ଅଭିନେତା ଓ ଅଭିନେତ୍ରୀ ଙ୍କ କଠିନ ପରିଶ୍ରମ ଦ୍ବାରା ନଂ ୧ ସିରିଏଲ ଭାବେ ପରିଚିତ ହୋଇଛି ।

radhika

ଏହି ସିରିଏଲରେ ଅଭିନୟ କରିଥିବା ଅଭିନେତା ସାତ୍ଵିକ ଓ ଅଭିନେତ୍ରୀ ରାଧିକାଙ୍କ ଯୋଡି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି । ଏହି ସିରିଏଲରେ ରାଧିକା ଭଲ ବୋହୁ ହେବା ସହ ଭଲ ସ୍ତ୍ରୀ ଓ ପ୍ରେମିକାର ଅଭିନୟ କରିଛନ୍ତି ସେଥିପାଇଁ ଲୋକମାନେ ତାଙ୍କୁ ନିଜ ଜୀବନରେ ଅନୁସରଣ କରୁଛନ୍ତି । ସୂଚନା ଅନୁସାରେ “ନୂଆ ବୋହୁ” ସିରିଏଲ ବନ୍ଦ ହୋଇ “ନୂଆ ବୋହୁ” ବଦଳରେ “ଝିଅ ଆମର ନୂଆ ବୋହୁ” ରଖାଯିବ ବୋଲି ଏବେ ସବୁଆଡେ ଚର୍ଚ୍ଚା ଚାଲିଛି ।

ବର୍ତ୍ତମାନ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ଦର୍ଶକ ମାନେ ଏଥିରେ ନୂଆ ଟ୍ଵିଷ୍ଟ , ନୂଆ କାହାଣୀ ଓ ଗୋଟିଏ ନୂଆ ଚରିତ୍ର ଦେଖିବାକୁ ପାଇବେ । ଏହି ସିରିଏଲରେ ୧୮ ବର୍ଷ ପରେ ଜଣେ ଝିଅ ରାଜରାଜେନ୍ଦ୍ର ଙ୍କ ପରିବାର କୁ ଆସିବ ଯିଏ କି ରାଧିକା ଓ ସାତ୍ବିକଙ୍କ ଝିଅ । ଏହି ପରି କିଛି ନଜର ଆସିବ ଏହି ” ଝିଅ ଆମର ନୂଆ ବୋହୂ ” ସିରିଏଲରେ । କିନ୍ତୁ ଏହି ସିରିଏଲରେ ଆଉ ରାଧିକା ଓ ସାତ୍ଵିକ ନଜର ଆସିବେ ନାହିଁ କିନ୍ତୁ ତାଙ୍କ ଝିଅ ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ “ଝିଅ ଆମର ନୂଆ ବୋହୁ” ସିରିଏଲ ରେ ନଜର ଆସିବାକୁ ଯାଉଛି ।

Radhika

ଠିକ ଯେପରି“ତାରା ତାରିଣୀ” ସିରିଏଲର ନାଁ ପରିବର୍ତ୍ତନ ହୋଇ “ତାରିଣୀ ଆଖିରେ ତାରା” କରାଯାଇ ୧୮ ବର୍ଷ ପରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରା ଯାଇଛି ଠିକ ସେହି ପରି “ନୂଆ ବୋହୁ” ସିରିଏଲ ମଧ୍ୟ ନୂଆ ଢଙ୍ଗ ଓ ନୂଆ ଚରିତ୍ର ସହିତ ପ୍ରସାରିତ ହେବାକୁ ଯାଉଛି । ଆଶା କରାଯାଉଛି “ନୂଆ ବୋହୁ” ସିରିଏଲ ର ନାମକରଣ କରାଯାଇ ଯେଉଁ ନୂଆ ନାଁ ରଖା ଯାଇଛି “ଝିଅ ଆମର ନୂଆ ବୋହୁ” ତାହା ଲୋକମାନଙ୍କୁ ବେଶ ପସନ୍ଦ ଆସିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *