ବଦଳିବାକୁ ଯାଉଛି ଏହି ସବୁ ଜରୁରୀ ନିଯମ ଅଗଷ୍ଟ ୧ ତାରିଖରୁ , ଯାହାର ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିବ ।।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ୨ବର୍ଷ ହେଲା କରୋନା ପାଇଁ ତା’ର ସିଧାସଳଖ ପ୍ରଭାବ ଆମ ଅର୍ଥନୀତି ଉପରେ ପଡ଼ିଛି , ସେଥିପାଇଁ ଆମ ଦୌନଦିନ ଜିବନରେ ଏହାର ପ୍ରଭାବ ପଡିଛି । ଯେଉଁଥିପାଇଁ ବହୁତ ଜୀନିଷର ଦରଦାମ ବଢ଼ିଛି । ଆଜି ଆମେ ଅଗଷ୍ଟ ମାସରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜଣେଇବୁ । ୨୦୨୧ ମସିହା ଅଗଷ୍ଟ ୧ ତାରିଖରୁ ଦୈନଦିନ ଜୀବନ ଉପରେ ଜଡ଼ିତ ଅନେକ ନିୟମର ପରିବର୍ତ୍ତନ ହେବାକୁ ଯାଉଛି ।

୧ ଅଗଷ୍ଟରୁ ଇନ୍ଧନ ଗ୍ଯାସର ଦାମରେ ବୃଦ୍ଧି ହେବାକୁ ଯାଉଛି , କାରଣ ପ୍ରତ୍ଯେକ ମାସ ୧ ତାରିଖରେ ଘରୋଇ ଇନ୍ଧନ ଗ୍ଯାସ ଓ କମରସିଆଲ ସିଲିଣ୍ଡର ଗ୍ଯାସର ମୂଲ୍ୟ ଧାର୍ଯ୍ୟ କରାଯାଏ । ଇନ୍ଧନ ଗ୍ୟାସର ଦର ବୃଦ୍ଧି ହେଲେ ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ିବ , କାରଣ ଇନ୍ଧନ ଗ୍ୟାସ ଲୋକମାନଙ୍କର ଦୈନଦିନ ଜୀବନରେ ଆବଶ୍ୟକ ହୋଇଥାଏ ।

lpg

ମିଡିଆ ରିପୋର୍ଟ ଅନୁସାରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ (RBI) ମଧ୍ୟ ୧ ଅଗଷ୍ଟରୁ ବଡ ପରିବର୍ତ୍ତନ କରିବାକୁ ଯାଉଛି , RBI ଦ୍ଵାରା ନ୍ୟାଶନାଲ ଅଟୋମେଟେଡ କ୍ଲିୟରିଂ ହାଉସ (NACH) ସହ ଜଡିତ କିଛି ନିଯମରେ ପରିବର୍ତ୍ତନ କରାଯାଇଛି ଓ ଏହି ନିୟମ ୧ ଅଗଷ୍ଟ ୨୦୨୧ରୁ ଲାଗୁ କରାଯିବ ।NACH କୁ ନ୍ୟାଶନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଦ୍ଵାରା ସଞ୍ଚାଳିତ କରାଯାଏ ଓ ଏହା ସହ NACH ଅନ୍ତର୍ଗତରେ ଲାଭାଂଶ, ଋଣ, ପେନସନ ଓ ବେତନ ଆଦି ପ୍ରଦାନ କରାଯାଏ ।

୧ ଅଗଷ୍ଟ ରୁ NACH ସୁବିଧା ଏବେ ସପ୍ତାହରେ ସାତ ଦିନ ଓ ୨୪ ଘଣ୍ଟା ଉପଲବ୍ଧ ହେବ । ଏହା ଦ୍ଵାରା ଲୋକମାନେ ରବିବାର ଦିନ ଲୋକଙ୍କ ପେନସନ, ଋଣ, ଲାଭାଂଶ ଓ ବେତନ ଆଦି ଅଟକି ଯାଉଥିଲା , ଯେଉଁଥିପାଇଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । କିନ୍ତୁ ଅଗଷ୍ଟ ୧ ତାରିଖରୁ ତାହା ଆଉ ଅଟକିବ ନାହିଁ , ଏହି ବାବଦରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ (RBI) ନୋଟିସ ଜାରି କରି ଏହା ସ୍ପଷ୍ଟ କରିଛି । ପୂର୍ବରୁ କେବଳ କାର୍ଯ୍ୟଦିବସରେ ହିଁ ଏହି ସୁବିଧା ଉପଲବ୍ଧ ଥିଲା କିନ୍ତୁ ଏବେ ଏହି ସୁବିଧା ସବୁ ସମୟରେ ଉପଲବ୍ଧ ହେବ ।

rbi

ଅଗଷ୍ଟ ୧ ତାରିଖରୁ ICICI ବ୍ଯାଙ୍କ ମଧ୍ୟ ନିଜର ନିୟମ ଗୁଡିକରେ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଏବେ ପର୍ଯ୍ୟନ୍ତ ପ୍ରତି ମାସରେ ICICI ବ୍ଯାଙ୍କ ରେଗୁଲାର ସେଭିଙ୍ଗ ଆକାଉଣ୍ଟ ଗୁଡିକ ପାଇଁ ୪ଟି ନଗଦ ବ୍ୟବହାର ଫ୍ରି ଦେଉଥିଲା ଓ ଏହାଠୁ ଅଧିକ ନଗଦ ବ୍ୟବହାର ପାଇଁ ବ୍ଯାଙ୍କ ଅନୁମତି ଦିଏ ନାହିଁ କିନ୍ତୁ ୧ ଅଗଷ୍ଟ ଠାରୁ ଏହି ଲିମିଟ ଶେଷ ହେବା ପରେ ମଧ୍ୟ ନଗଦ ବ୍ୟବହାର କରିପାରିବେ କିନ୍ତୁ ପ୍ରତି ମାସରେ ଖାତା ଧାରକ ମାନଙ୍କୁ ପ୍ରତ୍ଯେକ ବ୍ୟବହାର ପାଇଁ ୧୫୦ ଟଙ୍କା ଦେବାକୁ ପଡିବ ବୋଲି ICICI BANK ଦ୍ବାରା ଜାରି କରାଯାଇଛି ।

୧ ଅଗଷ୍ଟରୁ ICICI ଚେକବୁକ ସମ୍ବନ୍ଧିତ କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି । ସମସ୍ତ ଖାତାଧାରକଙ୍କୁ ୨୫ ପୃଷ୍ଠାର ଚେକବୁକ ଫ୍ରି ରେ ବ୍ୟାଙ୍କ ତରଫରୁ ଉପଲବ୍ଧ କରାଯିବ ଓ ଆପଣ ଯଦି ଏହା ଉପରେ ଅଧିକ ପୃଷ୍ଠା ବ୍ୟବହାର କରନ୍ତି ତାହେଲେ ଆପଣଙ୍କୁ ପ୍ରତି ୧୦ ପୃଷ୍ଠା ପାଇଁ ଆପଣଙ୍କୁ ୨୦ ଟଙ୍କା ଅଲଗା ଦେବାକୁ ହେବ । ତେଣୁ ଅଗଷ୍ଟ ମାସରୁ ଏହି ସବୁ ନିୟମର ପରିବର୍ତ୍ତନ ହେବାକୁ ଯାଉଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *