ଇଂଲଣ୍ଡ ସୁନ୍ଦରୀ ଲୁଟିନେଲେ ଟଙ୍କା। 1 ମିନିଟରେ ଆକାଉଣ୍ଟରୁ ଗାୟବ ହେଲା 4 ଲକ୍ଷ

jub

ସୁନ୍ଦରୀ ପାଇଁ ଫସିଗଲେ ଯୁବକ। ମ୍ୟାଟ୍ରିମୋନି ଦ୍ୱାରା ସୁନ୍ଦରୀଙ୍କ ଜାଲରେ ଫସିଗଲେ ଯୁବକ ଆଉ ଆକାଉଣ୍ଟରୁ ପ୍ରାୟ ୪ ଲକ୍ଷ ଲୁଟି ନେଲେ ସୁନ୍ଦରୀ। ତେବେ ଏହାର ଶିକାର ହେଇଛନ୍ତି ଓଡ଼ିଶାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜଣେ ଯୁବକ ସର୍ବ ପ୍ରସନ୍ନ ପଣ୍ଡା। ବିବାହ ପାଇଁ ସୁନ୍ଦରୀ ଖୋଜୁଥିଲେ ଆଉ ଇଂଲଣ୍ଡର ଜଣେ ସୁନ୍ଦରୀ ତାଙ୍କୁ ତାଙ୍କ ପ୍ରେମ ଜାଲରେ ଫସେଇ ଦେଲେ ଆଉ ତାହା ପରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୪ ଲକ୍ଷ ଟଙ୍କା ଲୁଟି ନେଇ ଗଲେ ସେହି ସୁନ୍ଦରୀ ଜଣକ।

ଖବର ମୁତାବକ ସର୍ବ ପ୍ରସନ୍ନ ବିବାହ ପାଇଁ ଜଣେ ସୁନ୍ଦରୀ ଖୋଜୁଥିଲେ ଆଉ ତାହାରି ପାଇଁ ହି ସେ ମ୍ୟାଟ୍ରିମୋନି ସାଇଟରେ ନିଜର ନାମ ଦାଖିଲ କରିଥିଲେ ଆଉ ତାହାର ଓଡ଼ିଆ ସାଇଟରେ ସେ ନିଜର ନାମ ଦାଖିଲ କରିବା ପରେ ସେଠାରେ ସେ ନିଜ ପାଇଁ ଚଏସ କରିବାକୁ ଲାଗିଲେ। ଏହାପରେ ପ୍ରୀତି ରାଜପୁତ ନାମକ ଜଣେ ମହିଳା ତାଙ୍କୁ ରିକବେଷ୍ଟ ପଠେଇଲେ। ତାଙ୍କର ପ୍ରୋଫାଇଲ ଦେଖିବା ପରେ ସର୍ବ ପ୍ରସନ୍ନ ଏହା ଭାବିଲେ କି ସେ ଛତିଶଗଡ଼ର ମୂଳ ବାସିନ୍ଦା ଆଉ ସେ ଇଂଲଣ୍ଡରେ ଡାକ୍ତର ଥିଲେ। ଏହାର ରିକବେଷ୍ଟ ଆସିବା ପରେ ସର୍ବପ୍ରସନ୍ନ ଏହାକୁ ଦେଖିଲେ।

jubati

ତାହା ପରେ ସର୍ବ ପ୍ରସନ୍ନ ସେହି ଝିଅଙ୍କ ସହ ଏକ ହ୍ଵାଟସ୍ ଆପ ନମ୍ବର ଦ୍ୱାରା କଥା ହେଉଥିଲେ। ତାହାପରେ ସେହି ଝିଅଙ୍କ ସହ ସେ ପ୍ରେମରେ ଏତେ ଭୋଳ ହେଇଗଲେ କି ସେ ତାଙ୍କ ସହ କଥା ନ ହେଇ ଦିନେ ବି ରହିପାରୁନଥିଲେ। ତେବେ ଏହାପରେ ସେ ସେହି ଝିଅଙ୍କ ପ୍ରେମରେ ପାଗଳ ହେଇଯାଇଥିଲେ ଆଉ ସେ ତାହା ଦେଖୁ ଦେଖୁ ତାଙ୍କ ସହ ବହୁତ ଅଧିକ କଥା ହେବାକୁ ଲାଗିଲେ।

ଏହାପରେ ସେହି ଝିଅ ପ୍ରୀତି ରାଜପୁତ ସର୍ବପ୍ରସନ୍ନଙ୍କ ପାଖକୁ ଏକ ଗିଫ୍ଟ ପଠେଇବା କଥା ତାଙ୍କୁ ଖବର କରିଥିଲେ ଆଉ ତାହା ଜାଣିବା ପରେ ସର୍ବପ୍ରସନ୍ନ ଭୁବନେଶ୍ୱର ଏୟାରପୋର୍ଟରେ ସେହି ଗିଫ୍ଟ ପହଂଚିବା କଥା ଶୁଣିଲେ। ଏହାକୁ ଆଉ ଜଣେ ଝିଅ ନେଇକି ଆସିଥିଲେ ଆଜ ତାହାର ଦାମ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ଆଉ ଏହାକୁ ପାଇବା ପାଇଁ ତାଙ୍କୁ କିଛି ଟଙ୍କା ଜମା କରିବାକୁ ପଡିବ ବୋଲି ସେହି ମହିଳା ଜଣକ କହିଥିଲେ।

bhu

ଏହାପରେ ମହିଳାଙ୍କ ପାଖରେ ସର୍ବପ୍ରସନ୍ନ ପ୍ରାୟ ୮୫ ହଜାର ଟଙ୍କା ଦେଇଥିଲେ ଆଉ ଏହା ପରେ କିସ୍ତି କିସ୍ତି ଅନୁସାରେ ପ୍ରାୟ ୩ ଲକ୍ଷ ୯୫ ହଜାର ଟଙ୍କା ତାଙ୍କୁ ଦାନ କରିଥିଲେ। ଏହାପରେ ତାଙ୍କୁ ଆହୁରି ଟଙ୍କା ମାଗିବାରୁ ତାଙ୍କ ସହ ଠକେଇ ହେଇଯାଇଛି ବୋଲି ସର୍ବପ୍ରସନ୍ନ ଭାବିଥିଲେ। ଏହାକୁ ନେଇ ଏକ ଏତଲା ରୁଜ୍ଜୁ କରିଥିଲେ ଲୋକାଲ ପୋଲିସ ଷ୍ଟେସନରେ। ତେବେ ଏହି ଠକେଇ ଗ୍ୟାଙ୍ଗଙ୍କୁ ଧରିବା ପାଇଁ ପୋଲିସ ଏଯାଏ ଚେଷ୍ଟା କରୁଛି ଯାହା ହୁଏତ ଆଗକୁ ଧରାପଡିପାରନ୍ତି।

Leave a Reply

Your email address will not be published. Required fields are marked *