ମେଷ ରାଶି ଦୁଃଖର ଦିନ ସମାପ୍ତ ଅଗଷ୍ଟ ମାସରେ ଆସିବା ଖୁସି।

rashi

ଆଜିର ବିଷୟ ହେଉଛି ମେଷ ରାଶିର ଅଗଷ୍ଟ ମାସର ସମୂର୍ଣ୍ଣ ରାଶି ଫଳ। ଆସୁଥିବା ମାସରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହ ଗୋଚର କିପରି ରହିବ ଏବଂ ଜୀବନରେ କଣ ସବୁ ପରିବର୍ତ୍ତନ ଆଣି କରି ଆସିବ ଆଜି ଜାଣିବା। ଏହି ଥର ସ୍ଥିତି ବହୁତ ନୂଆ ଧରଣର ରହିବ। ତିନୋଟି ଗ୍ରହଙ୍କର ରାଶି ପରିବର୍ତ୍ତନ ହେବ ଯାହା ମେଷ ରାଶି ବ୍ୟକ୍ତି ଙ୍କ ପାଇଁ ବହୁତ ମହତ୍ତ୍ଵ ପୂର୍ଣ୍ଣ ଅଟେ। ବୁଧ, ସୂର୍ଯ୍ୟ ଓ ଶୁକ୍ରଙ୍କର ରାଶି ପରିବର୍ତ୍ତନ ହେବ। ଏପରି କିଛି ଘଟିବ ଆପଣଙ୍କ ଜୀବନରେ ଯାହା ଆପଣ ପୂର୍ବରୁ ଚିନ୍ତା କରି ନଥିବେ।କିଛି ଗ୍ରହ ଆପଣଙ୍କ ପକ୍ଷରେ ଓ କିଛି ଗ୍ରହ ଆପଣଙ୍କ ପକ୍ଷରେ ନାହାନ୍ତି।

rashi

ଏହା ବହୁତ ପ୍ରକାରର ନକାରାତ୍ମକ ପରିଣାମ ଆପଣଙ୍କୁ ଦେଇପାରେ। ସରକାରୀ କାର୍ଯ୍ୟରେ ବହୁତ ପ୍ରକାରର ବିଘ୍ନ ଆସିପାରେ। ରାଜନୀତି ସମ୍ବନ୍ଧୀୟ କାର୍ଯ୍ୟ ବହୁତ ସାବଧାନତା ସହ କରିବାର ଅଛି। ମାନ ପ୍ରତିଷ୍ଠାରେ ମଧ୍ୟ ଦାଗ ଲାଗି ପାରେ। କୌଣସି ପୁରୁଣା ଆଘାତ ଦ୍ୱିତୀୟ ଥର ଲାଗିପାରେ। ହାର୍ଟ ଏବଂ ବ୍ଲଡ ପ୍ରେସର ରୋଗୀ ସାବଧାନ ରୁହନ୍ତୁ।

ଆଖି ସମ୍ବଧୀୟ କିଛି ରୋଗ ଆପଣଙ୍କୁ ସମସ୍ୟାରେ ପକାଇ ପାରେ। ବୈଦୁତିକ ସାମଗ୍ରୀ ଏବଂ ସରକାରୀ ଚାକିରରେ ସାବଧାନ ରୁହନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ବନି ପରେ। ଆପଣଙ୍କ ଉପରେ କୌଣସି ମିଛ ଆରୋପ ବି ଲାଗି ପାରେ। ଏହି ସମୟରେ ପୁତ୍ର ପ୍ରାପ୍ତିର ଯୋଗ ରହୁନାହିଁ।ଯଦି ଆସିବ ଏପରି ପୁତ୍ର ବିଭିନ୍ନ ସମସ୍ୟା ଦେଇ ଗତି କରିବ।

rashi

ବୁଧ ଆପଣଙ୍କର ପରାକ୍ରମ ଓ ଆପଣଙ୍କର ସ୍ୱାସ୍ଥ୍ୟ ର ସ୍ବାମୀ ଅଟନ୍ତି। ଯେଉଁ କାରଣରୁ ବୁଧ ଙ୍କର ଦୁର୍ବଳ ହେବା ବହୁତ ପ୍ରକାରର ନକାର୍ତ୍ମକ ପ୍ରଭାବ ଦେଇଥାଏ। କିନ୍ତୁ ଲାଭ ସ୍ଥାନରେ ବୁଧଙ୍କର ଆସିବା ଶନି ଓ ବୁଧ ଙ୍କ ର ଦୂତି ଘଟିବ। ବୁଧ ଓ ଶୁକ୍ରଙ୍କର ଲକ୍ଷ୍ମୀ ନାରାୟଣ ଯୋଗର ନିର୍ମାଣ ହେବ। ଏହା ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆଣି କରି ଆସିବ।ଏହା ଦ୍ଵାରା ଆପଣଙ୍କୁ ବହୁତ କ୍ଷେତ୍ରରେ ଲାଭ ମିଳିବ। ପାଟନରସିପରେ ମଧ୍ୟ ଲାଭ ଦେଖିବାକୁ ମିଳିବ। ବ୍ୟାଙ୍କିଙ୍ଗ ସେକ୍ଟର ରେ ଏବଂ ଶିକ୍ଷକତାରେ ଏହି ସମୟରେ ଲାଭ ଉଠାଇ ପାରିବେ। ଚାଷବାସର କାର୍ଯ୍ୟ ପାଇଁ ଏହି ସମୟ ଉଚିତ ସାବ୍ୟସ୍ତ ହେବ।

ଷ୍ଟୁଡେଣ୍ଟ ମାନଙ୍କୁ ମଧ୍ୟ ଭଲ ସଫଳତା ମିଳିବ।ଯେଉଁ ବିଦ୍ୟାର୍ଥୀ ବାଣିଜ୍ୟ କ୍ଷେତ୍ରରେ ଅଛନ୍ତି ସେମାନେ ଉଚ୍ଚ ଶିକ୍ଷା ଗ୍ରହଣ କରି ପାରନ୍ତି। ଓକିଲ, ଜଜ ଏବଂ ଉପଡିସ୍ତା ଏହି କ୍ଷେତ୍ରରେ ବହୁତ ଲଭ ପାଇବେ। ବ୍ୟାପାର ର ରହସ୍ୟ ଜାଣି ପାରିବେ ଓ ଏହାର ଲାଭ ଉଠାଇ ପାରିବେ। ବୁଧ ମଙ୍ଗଳ ସ୍ଥାନରେ ପ୍ରବେଶ କରିବା ଆପଣଙ୍କୁ ନିଖୁଣ ଭାବରେ କାର୍ଯ୍ୟ କରିବାକୁ ସାହାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *