ମାଡ଼ି ଆସୁଛି ଆଉ ଏକ ବାତ୍ୟା। ଏହି ତାରିଖରେ ହୋଇପାରେ ମାଡ

ମାଡ଼ି ଆସୁଛି ଆଉ ଏକ ବାତ୍ୟା ଫେଲିଶିଆ। ୨୦୦ କିଲୋମିଟରରୁ ଅଧିକ ବେଗରେ ବହିବ ପବନ,ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ। ମାଡ଼ି ଆସୁଛି ବାତ୍ୟା ଫେଲେସିଆ,୧୩୦ ମାଇଲ ବା ୨୦୦ ରୁ ଅଧିକ ବେଗରେ ବହିପାରେ ପବନ।ତେବ ଆସନ୍ତା ବୁଧବାର ଏହା ଗଭୀର ଅବପାତରେ ରୂପ ନେବ ଓ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏବେ ଫେଲିସିଆ ପୂର୍ବ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଉଛି।ଯାହା ଧୀରେ ଧୀରେ ଘଣ୍ଟା ପ୍ରତି ୧୫ କିଲୋମିଟର ପ୍ରତି ବେଗରେ ଭୂପୃଷ୍ଟ ଆଡ଼କୁ ମାଡ଼ିଆସୁଚି। ଏହା ଆମେରିକାରେ ହିଲୁ ପ୍ରାନ୍ତରୁ ୨୧୨୦ ମାଇଲ,କାଲିଫର୍ଣ୍ଣିଆ ଉପକୂଳରୁ ୧୦୩୦ ମାଇଲ ଦୂରରେ ରହିଛି।

batya

ବାତ୍ୟା ଯେଉଁଠି କ୍ରେନ୍ଦିଭୂତ ହେଇଛି ସେଇଠି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପବନ ବହିବା ବେଳେ,ସ୍ଥଳ ଭାଗରେ ମାଡ଼ ହେବା ପରେ ୨୦୦ କିଲୋମିଟର ବେଗରେ ଘଣ୍ଟା ପ୍ରତି ବହିପାରେ। ସବୁଠାରୁ ବଡ଼ କଥା ହେଲା ଯେ,ଏହି ବାତ୍ୟା ସ୍ଥଳ ଭାଗରେ ମାଡ଼ ହେବା ଆଶଙ୍କା କମ ରହିଛି। ତେବେ ବୁଧବାର ସୁଦ୍ଧା ଏହା ଦୂର୍ବଳରୁ ଅତି ଦୁର୍ବଳ ହୋଇ ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ହାୱାଇ ଦ୍ଵୀପ ଆଡେ ମୁଁହାଇ ପାରେ ଯେହେତୁ ଫେଲିସିଆ ଏବେ ବହୁତ ଦୂରରେ ଅଛି ତେଣୁଏହା ହାୱାଇ ଦ୍ଵୀପ ଉପରେ କିଛି ପ୍ରଭାବ ପକାଇବ କି ନାହିଁ ତାହା କିଛି ସ୍ପଷ୍ଟ ହୋଇନାହିଁ। ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ନାଗରିକ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହା ସହ ଆବଶକ୍ୟ ସାମଗ୍ରୀ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଆମେରିକା ଜାତୀୟ ହରିକେନ ସେଣ୍ଟର ପକ୍ଷର ସୂଚନା ଅନୁସାରେ ଫେଲିସିଆକୁ କାଟାଗୋରୀ ୪ ରେ ରଖାଯାଇଛି,କାରଣ ଏହା ଭୟଙ୍କର ରୂପ ନେଇପାରେ। ମାଡ଼ ହେବା ଦ୍ଵାରା ଏହା ଘଣ୍ଟା ପ୍ରତି ୧୩୦ ମାଇଲ ବେଗରେ ପବନ ବହିବାର କ୍ଷମତା ରଖୁଛି। ତେବେ ଏହା ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଥିବା ହରିକେନ ସେଣ୍ଟର କହିଛି। ଏହା ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଯିବ। କାରଣ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ନେସନାଲ ହରିକେନ ସେଣ୍ଟରର ରିପୋର୍ଟ ଅନୁସାରେ ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ପ୍ରବେଶ ବେଳକୁ ଦୁର୍ବଳ ହୋଇ ସାରିଥିବ।

rain

କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ପ୍ରବେଶ କରିବା ସତ୍ତ୍ୱେ ଏହା ହାୱାଇ ଦୀପରୁ ଦୂରରେ ରହିବ।ଏହାର ଦୁର୍ବଳ ହେବା ପ୍ରକ୍ରିୟା ରାତିରୁ ଆରମ୍ଭ ହୋଇ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଜାରି ରହିପାରେ।ତଥାପି ଆପଣ ମାନେ ଏଥିପାଇଁ ସଚେତନ ରୁହନ୍ତୁ କାରଣ ଏଥିରେ ୨୦୦ କିମି ବେଗରେ ପବନ ବହିବ। ଏହା ବହୁତ ଶକ୍ତିଶାଳୀ ଅଟେ।ଯଦିଓ ମାନବ ସମାଜ ପାଇଁ ଏହା କିଛି ବିଶେଷ କ୍ଷତି କରିପାରିବ ନାହିଁ ତଥାପି ଆପଣ ସତର୍କ ରହିବା ଉଚିତ।

Leave a Reply

Your email address will not be published. Required fields are marked *