୨୧ ତାରିଖରୁ ଆସୁଛି ଆଉ ଏକ ଲଘୁଚାପ।

ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ପାଣିପାଗ ରିପୋର୍ଟ ବାବଦରେ। ଆଜି ପାଣିପାଗ ବିଭାଗ ଜାରି କରିଛି ବଡ଼ ରିପୋର୍ଟ। ପୁଣି ଓଡିଶା ଉପରକୁ ଆସୁଛି ଲଘୁଚାପ ଆଉ ଏହା ପ୍ରଭାବରେ ୨୧ ତାରିଖ ଦିନ ପ୍ରବଳ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ଅଛି। ଏହା ବାବଦରେ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ କଣ ରହିଛି ପାଣିପାଗ ରିପୋର୍ଟ ଆସନ୍ତୁ ଜାଣିବା। ସେସବୁ ଜିଲ୍ଲା ଗୁଡିକ କଣ ରହିଛି ଆଉ କେଉଁ ସବୁ ଜିଲ୍ଲା ମାନଙ୍କରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ତାହା ଜାଣିବା। ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

heavy rain

ରାଜ୍ୟରେ ଅଭାବୀ ବର୍ଷା ଲାଗି ରହିଛି। ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ବର୍ଷା କମ ପରିମାଣରେ ହେଇଛି ଆଉ ଏହା ବାବଦରେ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏହି ବର୍ଷ ରାଜ୍ୟରେ ମୌସୁମୀ ୨୧% କମ ବର୍ଷା କରିଛି ଆଉ ପୂର୍ବଥର ହେଇଥିବା ଲଘୁଚାପ ଭିତରେ ବି ଆଶାନୁରୂପୀ ବର୍ଷା ହେଇନାହିଁ। ତେବେ ଏହାପରେ ପୁଣି ୨୧ ତାରିଖକୁ ଆଉ ଏକ ଲଘୁଚାପ ହେବାର ଅଛି। ଏହା ବାବଦରେ ହି ରିପୋର୍ଟ ଜାରି କରିଛି ପାଣିପାଗ ବିଭାଗ।

ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ମତ ଅନୁଯାୟୀ ଆସନ୍ତା ୨୧ ଅଥବା ୨୨ ତାରିଖକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଭିତରେ ଏକ ଲଘୁଚାପ ହେବାକୁ ଯାଉଛି। ଏହାର ପ୍ରଭାବ ସାରା ଓଡ଼ିଶାରେ ଉପରେ ପଡିବ। ଏହା ପ୍ରଭାବରେ ଓଡ଼ିଶାରେ କିଛି ବର୍ଷା ହେବ ବୋଲି ଓଡ଼ିଶାର ଆଞ୍ଚଳିକ ପାଣିପାଗ ବିଭାଗ ଏଯାଏ କିଛି ବି ପୂର୍ବାନୁମାନ କରିନାହିଁ। ତେବେ ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୨ ତାରିଖ ଯାଏ ଓଡ଼ିଶାର ଜିଲ୍ଲା ମାନଙ୍କରେ ବର୍ଷା ହେବାର ସମ୍ଭାବନା କମ ଅଛି। ତେବେ ଉତ୍ତର ଉପକୂଳ ର କିଛି ଜିଲ୍ଲା ମାନଙ୍କରେ ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ ସୀମାନ୍ତ କିଛି ଜିଲ୍ଲା ମାନଙ୍କରେ ବି ବର୍ଷା ହେବାର ସମ୍ଭାବନା ଅଛି।

rain

ଏହାପରେ ୨୩ ଜୁଲାଇରୁ ୨୯ ଜୁଲାଇ ଯାଏ ବର୍ଷା ହେଇପାରେ। କିଛି କିଛି ସ୍ଥାନ ମାନଙ୍କରେ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହେଇପାରେ। ଏହାପରେ କିଛି ଜିଲ୍ଲା ମାନଙ୍କରେ ବର୍ଷାର ପରିମାଣ ବୃଦ୍ଧି ହେଇପାରେ। ତେବେ ଆଉ କିଛି ଜିଲ୍ଲାର କିଛି ସ୍ଥାନ ମାନଙ୍କରେ ଅଧୀକ ବର୍ଷା ହେଇପାରେ। ଏହାପରେ ୨୯ ଜୁଲାଇରୁ ୫ ଅଗଷ୍ଟ ଯାଏ ରାଜ୍ୟରେ ବର୍ଷା ହେଇପାରେ। ଉତ୍ତର ଓଡ଼ିଶାରେ ବିଶେଷ କରି ଅଧିକ ବର୍ଷା ହେଇପାରେ।

ଏହାପରେ ୬ ଅଗଷ୍ଟ ଠାରୁ ବର୍ଷାର ପରିମାଣ କମ ହେବାର ସମ୍ଭାବନା ଅଛି। କାଁ ଭାଁ କେଉଁଠାରେ ଅଳ୍ପ ବର୍ଷା ହେଇପାରେ। ତେବେ ଶୁକ୍ରବାର ଉତ୍ତର ଉପକୂଳ ଠାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେବେ ୧୮ ତାରିଖ ଆଉ ୧୯ ତାରିଖରେ ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Leave a Reply

Your email address will not be published. Required fields are marked *