ପୁଣି ଆସୁଛି ଏକା ବେଳେ ଦୁଇଟି ଲଘୁଚାପ। ଏହି ଜିଲ୍ଲାରେ ରଚିବ ତାଣ୍ଡବ

rain

ଏବେ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ବେଳକୁ ପୁଣି ଏକ ଲଘୁଚାପ ମାଡ଼ି ଆସୁଛି। ତେବେ ଏ ନେଇ ପାଣିପାଗ ବିଶେଷଜ୍ଞ ମାନେ ନୂଆ ରିପୋର୍ଟ ଜାରି କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲା ମାନଙ୍କରେ ବର୍ଷାର ପ୍ରଭାବ ଜାରି ରହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ସାଇକ୍ଲୋନ ସରକୁଲେସନ ଏକ ଲଘୁଚାପରେ ପରିଣତ ହୋଇ ଯାଇଛି। ଉଭୟ ରାଜ୍ୟ ପାଣିପାଗ ବିଭାଗ ଓ ଘରୋଇ ପାଣି ପାଗ ସଂସ୍ଥା ସ୍କାଏ ମେଟ ଏ ନେଇ ସ୍ପଷ୍ଟ କରିଛନ୍ତି। ଆଇଏମଡି ବୁଲେଟିନ ମୁତାବକ ଏହି ଲଘୁଚାପ ପ୍ରଭାବରେ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳ ବର୍ତ୍ତି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

rains

ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋ ମିଟର ବୃଦ୍ଧି ପାଇପାରେ। ତେବେ ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍କାଏ ମେଟ ରିପୋର୍ଟ ଅନୁସାରେ ଏହି ଲଘୁଚାପ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ। ଫଳରେ ଏହି ସବୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ତେବେ ୨୭ ତାରିଖ ବେଳ କୁ ରାଜସ୍ଥାନ ପହଞ୍ଚିବା ବେଳକୁ ଏହି ଲଘୁଚାପ ଦୁର୍ବଳ ହୋଇଯିବ। ଅନ୍ୟ ପକ୍ଷରେ ଆସନ୍ତା ୨୭ ତାରିଖ ବେଳକୁ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି

ତେବେ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମରୁ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଉ ସେ ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା,ପୁରୀ, ନୟାଗଡ଼, କଟକ, ଯାଜପୁର, କେନ୍ଦ୍ରାପଡ଼ା,ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର,କଳାହାଣ୍ଡି, ସୋନପୁର,ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଏବଂ ରାୟଗଡ଼ା ଆଦି ଜିଲ୍ଲାର ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାର କୁହା ଯାଇଛି ।

rain

ସେହି ପରି ଜୁଲାଇ ୨୮ ବେଳକୁ ବାଂଲାଦେଶ ଓ ଏହାର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବା ବେଳେ ଏହା ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରି ଝାରଖଣ୍ଡ,ବିହାର ଆଡ଼କୁ ମୁହାଁଇବ ବୋଲି ଜଣା ପଡ଼ୁଛି।

ଏହାର ପ୍ରଭାବରେ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି କୁହା ଯାଇଛି। ଏହାର ପ୍ରଭାବରେ ଜୁଲାଇ ୨୮ ତାରିଖ ଅପରାହ୍ନରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ଵର, ମୟୂରଭଞ୍ଜ, କେଓଁଝର, ସୁନ୍ଦରଗଡ,ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ ଓ ଯାଜପୁର ଆଦି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *