ଆଜି ଆମେ ଆପଣଙ୍କ ପାଖରେ ପୁଣି ଏକ ବହୁତ ବଡ଼ ଦୁଃଖର ଖବର ନେଇକି ଆସିଛୁ।ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ମଧ୍ୟ ଆମେ ଓଡ଼ିଆ ଇଣ୍ଡଷ୍ଟ୍ରି ବାହାରେ ଆଉ ଏକ କଥା କହିବାକୁ ଯାଉଛୁ।
ଆଜି ଆମେ କଥା ହେବାକୁ ଯାଉଛୁ ବଲିଉଡ ବାବଦରେ ଯାହା ଭିତରୁ ଏକ ବହୁତ ବଡ଼ ଖବର ଆମ ପାଖକୁ ଆସିଛି। ଆମେ ଆପଣଙ୍କ ପାଖରେ ଏକ ବଡ଼ ଦୁଃଖଦ ଖବର କହିବାକୁ ଯାଉଛୁ। ଆମ ଗହଣରେ ନାହାନ୍ତି ବଲିଉଡ ଜଗତର କିଙ୍ଗ କୁହାଯିବା ଅଭିନେତା ଦିଲୀପ କୁମାର।
ବୁଧବାର ସକାଳେ ହି ୯୮ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ଦିଲୀପ କୁମାର। ସକାଳ ୭.୩୦ ସମୟରେ ମୁମ୍ବାଇର ହିନ୍ଦୁଜା ହିନ୍ଦୁଜା ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଦିଲୀପ ଜୀ।
ଅନ୍ୟପଟେ ତାଙ୍କର ଯିବା ଖବର ଶୁଣି ସାରା ବଲିଉଡ ଏବେ କାନ୍ଦୁଛି ଆଉ ସବୁ ଅଭିନେତା ତଥା ଅଭିନେତ୍ରୀ ମାନେ ତାଙ୍କର ଦୁଃଖ ପ୍ରକାଶ କରୁଛନ୍ତି। ଦିନ ଥିଲା ଯେତେବେଳେ ସେ ସାରା ବଲିଉଡ ୱାରେ ରାଜୁତି ଜରୁଥିଲେ ଆଉ ତାଙ୍କର ଅଭିନୟ ପାଇଁ ସାରା ଭାରତରେ ପ୍ରସିଦ୍ଧ ଥିଲେ ସେ। ଆଉ ଆଜି ତାଙ୍କର ବିୟୋଗ ସମସ୍ତଙ୍କୁ ଦୁଃଖିତ କରିଛି।ସୋସିଆଲ ମିଡିଆ ତାଙ୍କର ଦୁଃଖ ଭାବନାରେ ବୁଡି ଯାଇଛି ଆଉ ସବୁ ଅଭିନେତା ମାନଙ୍କର ଆଖିରେ ଲୁହ ହି ଲୁହ ଅଛି। ସେମାନେ ସବୁ ଏତେ ମାତ୍ରାରେ ଦୁଃଖିତ ଅଛନ୍ତି କି ଆଉ ନିଜକୁ ସମ୍ଭାଳି ପାରୁ ନାହାନ୍ତି।
ତେବେ ତାଙ୍କ ଯିବା ପରେ ସମସ୍ତେ ଦୁଃଖରେ ଅଛନ୍ତି ମାତ୍ର ଯଦି କାହାକୁ ସର୍ବାଧିକ ଦୁଃଖ ପହଞ୍ଚିଛି ତ ସେ ହେଉଛନ୍ତି ତାଙ୍କ ସ୍ତ୍ରୀ ସାଇରା ବାନୋ। ସେ ଦୁଃଖରେ ଏତେ ଅଧିକ ଭାଙ୍ଗି ପଡିଛନ୍ତି କି କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ହେଇ ଜାଇଛି। ସେ ତାଙ୍କର କାନ୍ଦିବା ଅଟକାଇ ପାରୁ ନାହାନ୍ତି। ପ୍ରାୟ ୬୦ ବର୍ଷର ସମ୍ପର୍କ ଭିତରେ ଏବେ ପୂର୍ଣ୍ଣଛେଦ ଲାଗି ଯାଇଛି ଆଉ ସେ ତାଙ୍କର ସ୍ୱାମୀଙ୍କୁ ହରେଇ ଦୁଃଖିତ ଅଛନ୍ତି।
ସେ ଏଯାଏ ବିଶ୍ୱାସ ବି କରି ପାରୁନାହାନ୍ତି କି ଦିଲୀପ କୁମାର ତାଙ୍କୁ ଛାଡି ଚାଲି ଯାଇଛନ୍ତି ଆଉ ସେ ଏହା ଭାବିକି ଆଶ୍ଚର୍ଯ୍ୟ ଅଛନ୍ତି କି ତାଙ୍କୁ ଏବେ ଆଉ କିଏ ସମ୍ଭାଳିବ। ତାଙ୍କୁ ସେ ଭଗବାନଙ୍କ ପାଖରୁ ଉପହାର ହିସାବରେ ମିଳି ଥିଲେ ଆଉ ବିବାହର ପରେ ବହୁତ ବର୍ଷ ଯାଏ ତାଙ୍କର ଯେତେବେଳେ ପିଲା ହେଇ ନଥିଲା ସେତେବେଳେ ମଧ୍ୟ ଦିଲୀପ ତାଙ୍କୁ ସମ୍ଭାଳି ରଖି ଥିଲେ ଆଉ କୁଆଡେ ଯିବାକୁ ଦେଇ ନଥିଲେ।