କଣ ଦ୍ୱୀତିୟ ବିବାହ କରିନେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ?

brasha

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଆଉ ଜଣେ ବିଶିଷ୍ଟ ଅଭିନେତ୍ରୀ ତଥା ତାଙ୍କ ସ୍ବାମୀଙ୍କ ବାବଦରେ କହିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ ଓଡ଼ିଶାର ବିଶିଷ୍ଟ ଅଭିନେତା ଅନୁଭବ ତଥା ତାଙ୍କ ପତ୍ନୀ ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀଙ୍କ ବାବଦରେ। ତେବେ ବର୍ଷା ଆଉ ଅନୁଭବଙ୍କର ଏହି ବିବାଦ ପରେ ତାଙ୍କର ଦ୍ୱିତୀୟ ବିବାହ କଥା ଚାରି ଆଡ଼େ ଉଠି ଯାଉଛି।

anubhav

ତେବେ ଜେପରିକି ଆପଣମାନେ ଜାଣନ୍ତି କି ବର୍ଷା ଆଉ ଅନୁଭବ ୨୦୦୭ ମସିହାରେ ଯେତେବେଳେ ପରସ୍ପର ସହ ଫିଲ୍ମରେ କାମ କରୁଥିଲେ ତ ତାଙ୍କ ଭିତରେ ପ୍ରେମ ସମ୍ପର୍ୟ୍ଯ ଗଢି ଉଠିଥିଲା ଆଉ ଏହା ଏତେ ଅଧିକ ଗଭୀର ହେଇ ଯାଇଥିଲା କି ସେମାନେ ୨୦୧୧ ମସିହାରେ ବୈବାହିକ ବନ୍ଧନରେ ବାନ୍ଧି ହେଇ ଯାଇଥିଲେ। ତାହାପରେ ତାଙ୍କର ସମ୍ପର୍କ ପ୍ରାୟ ୫ ବର୍ଷ ପରେ ଖରାପ ହେବାକୁ ଲାଗିଥିଲା ଆଉ ତାହାପରେ ସେମାନେ ଅଲଗା ରହିବାକୁ ଲାଗିଲେ। ବର୍ଷା କଟକରେ ଆଉ ଅନୁଭବ ମୁମ୍ବାଇରେ ରହିବାକୁ ଲାଗିଥିଲେ। ଆଉ ତାହାଙ୍କର ସମ୍ପର୍କ ଏଯାଏ ଠିକ ହେଇନାହିଁ।

ଯେପରିକି ଆପଣ ଜାଣନ୍ତି କି ଅଦାଲତ ପାଖରେ ଛାଡପତ୍ରର ମାମଲା ଜାରି କରିଥିଲେ ଅନୁଭବ।ତେବେ ଯାହା ଜଣା ପଡୁଛି କି ବର୍ଷାଙ୍କ ଛାଡପତ୍ର ଦେବାକୁ ଜୋର ସୋର ରେ ଲାଗି ପଡିଛନ୍ତି ଅନୁଭବ ମହାନ୍ତି। ବର୍ଷା ବି ଛାଡପତ୍ର ପାଇଁ ଆବେଦନ ଜରିଥିଲେ ମାତ୍ର ପରେ ଛାଡପତ୍ର ନେବା ସମୟରେ ଆଉ ଆଗକୁ ଆସିଲେ ନାହିଁ। ତେବେ ଛାଡପତ୍ର ନେବା ଆଗରୁ ବର୍ଷା ଅନୁଭବଙ୍କ ପାଖରେ କିଛି ଦାବି ରଖିଥିଲେ ଯାହା ଭିତରୁ ଛାଡପତ୍ର ପରେ ବର୍ଷାଙ୍କ ପାଖରେ ଅନୁଭବ କିଛି ଭରଣ ପୋଷଣ ପାଇଁ ଟଙ୍କା ଦେବେ ବୋଲି ଲିଖିତ ଥିଲା। ଏହି ଦାବିକୁ ଅଦାଲତ ବି ଗ୍ରହଣ କରିଥିଲା।

brasha

ବର୍ଷା ଆଉ ଅନୁଭବ ମହାନ୍ତିଙ୍କର ସମ୍ପର୍କର ତିକ୍ତତା ଆଜି ବି ଲାଗି ରହିଛି। ସେମାନଙ୍କ ପାରିବାରିକ ଝଗଡା ଏଯାଏ ସମାଧାନ ହେଇ ପାରି ନାହିଁ। ଚାରି ଆଡ଼େ ଖାଲି ଗୋଟେ ହି କଥା କି ବର୍ଷା ପ୍ରିୟଦର୍ଶିନୀ କୁଆଡେ ଦ୍ୱିତୀୟ ବିବାହ କରିବେ। ତେବେ ଯେପରିକି ଆପଣ ଜାଣିଥିବେ କି ଅନୁଭବ ଆଉ ବର୍ଷାଙ୍କ ଭିତରେ ଥିବା ତିକ୍ତତାକୁ ଆଜି ପ୍ରାୟ ୮ ମାସ ପୁରିଯାଇଛି ଆଉ ଏଯାଏ ସେହି କଳହ ମେଂଟି ନାହିଁ ।

ତେବେ ସୋସିଆଲ ମିଡିଆରେ ବର୍ଷାଙ୍କର ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାରି ଆଡ଼େ ତାଙ୍କର କହିବା କଥା କି ବର୍ଷା ହୁଏତ ଦ୍ୱିତୀୟ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ସେ ଯଦି ଦ୍ୱିତୀୟ ବିବାହ କରିବେ ତାହେଲେ କାହାକୁ କରିବେ ତାହା ବାବଦରେ ମଧ୍ୟ ଖବର ଆସୁଛି। ତେବେ ଆଗକୁ ହିଁ ଜଣା ପଡିବ କି ସେ କାହାକୁ ବିବାହ କରିବେ।

Leave a Reply

Your email address will not be published. Required fields are marked *