ମୃତ୍ୟୁ ପରେ ଶବକୁ ଏକୁଟିଆ ଛଡା ଯାଏ ନାହିଁ କାହିଁକି।

rip

ଯେପରି ଆମ ଜୀବନରେ ଦୁଃଖ ପରେ ସୁଖ ଆସିବା ଅନିର୍ବାର୍ଯ୍ୟ ଆଉ ଦିନ ପରେ ରାତି ହେବା ଯେପରି ଥୟ ହେଇଥାଏ ସେପରି ହି ଏହି ସଂସାରରେ ଯେଉଁ ଜୀବ ଜନ୍ମ ଗ୍ରହଣ କରିଛି ତାହାର ମୃତ୍ୟୁ ସୁନିଶ୍ଚିତ ଅଟେ। ଏହା ଆମ ଦୁନିଆର ସବୁଠୁ ବଡ଼ ଆଉ ଚିରନ୍ତନ ସତ୍ୟ ଅଟେ। ମାତ୍ର ତଥାପି କିଛି ଲୋକ ଏହି ସତ୍ୟତା କୁ ମାନିବାକୁ ପ୍ରସ୍ତୁତ ନଥାନ୍ତି। ସେମାନେ ମୃତ୍ୟୁ କୁ ମାନିବାକୁ ହି ଚାହାନ୍ତି ନାହିଁ। ମାତ୍ର କଣ ଏହା ଉଚିତ ଅଟେ? ଉତ୍ତର ହେଉଛି ନା।

m

ତେଣୁ ଆମକୁ ଏହା ଜାଣିବାକୁ ହେବ କି ମୃତ୍ୟୁ ନିଶ୍ଚିତ ହେବାକୁ ଯାଉଛି। ଆଉ ଆମକୁ ତାହା ଗ୍ରହଣ କରିବାକୁ ହେବ। ଆଉ ଆପଣ ଏହା ବି ଜାଣନ୍ତି କି ହିନ୍ଦୁ ଧର୍ମରେ କେହି ଲୋକ ମରିଯିବା ପରେ ତାଙ୍କର ସତ୍କାର ତାର ଶବକୁ ପୋଡିବା ପରେ କରା ଯାଇଥାଏ। ଏଥି ସହିତ ଆପଣ ଏହା ବି ଜାଣିଥିବେ କି ଯଦି ଜାହାରି ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୁଏ ତାହେଲେ ତାଙ୍କର ସତ୍କାର ତା ପର ଦିନ କରା ଯାଇଥାଏ। ରାତିରେ କେବେ ବି ତାଙ୍କର ସତ୍କାର କରାଯାଏ ନାହିଁ। ଆଉ ଏହା ସହିତ ଆପଣ ଦେଖିଥିବେ କି ଯଦି କାହାରି ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୁଏ ତାହେଲେ ତାଙ୍କ ଶବକୁ ଏକୁଟିଆ ଛଡା ଯାଏ ନାହିଁ। ମାତ୍ର କଣ ଆପଣ ଜାଣନ୍ତି କି ଶବ କୁ ରାତିରେ ଏକା କଣ ପାଇଁ ଛଡା ଯାଇ ନଥାଏ? ଏହାର ଉତ୍ତର ଆଜି ଆମେ ଜାଣିବା।

ଏହାର ଉତ୍ତର ଗରୁଡ଼ ପୁରାଣରେ ବର୍ଣ୍ଣିତ ଅଛି। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଯଦି କେହି ବ୍ୟକ୍ତିର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହେଇ ଯାଏ ତାହେଲେ ତାଙ୍କର ଦାହ ସତ୍କାର ରାତିରେ କରା ଯାଇ ନାହି। ଆଉ ତାଙ୍କର ଶବକୁ ରାତିସାରା ଜମା ବି ଏକା ଛଡା ଯାଏ ନାହିଁ। ଏହାର କାରଣ ହେଉଛି ଯଦି କେହି ଶବକୁ ରାତିରେ ସତ୍କାର କରା ଯାଏ ତାହେଲେ ତାଙ୍କର ଆତ୍ମାର ମୁକ୍ତି ହୁଏ ନାହିଁ।

mu

ଆଉ ସେହି ସମୟ ମାନଙ୍କରେ ସେହି ମୃତ ଶରୀରକୁ ଜମା ବି ଏକା ଛଡା ଯାଏ ନାହିଁ। କେହି ନା କେହି ତାର ଶବ ପାଖରେ ବସିଥାନ୍ତି। ଏହାର ସବୁଠୁ ବଡ଼ କାରଣ ହେଉଛି, ଯଦି ମୃତ ଶରୀର ଏକା ରହିବ ତାହେଲେ କୁକୁର ଅଥବା ବିଲେଇ ତାଙ୍କ ଶବକୁ ଆମ୍ପୁଡି କାମୁଡି ପାରନ୍ତି। ଯଦି ଏହା ହୁଏ ତାହେଲେ ଗରୁଡ଼ ପୁରାଣ ଅନୁସାରେ ଜମଲୋକ ଯିବା ବାଟରେ ଲୋକକୁ ଅନେକ କଷ୍ଟ ସହ୍ୟ କରିବାକୁ ପଡି ଥାଏ।

ସେଥିପାଇଁ ହି ଶବ ପାଖରେ ରାତିସାରା କେହି ନା କେହି ଜଗି ରହିଥାନ୍ତି। ଏପରି ମଧ୍ୟ କୁହା ଯାଇଛି କି ଯଦି ଶବକୁ ଏକୁଟିଆ ଛଡା ଯାଏ ତାହେଲେ ସେଥିରୁ ବହୁତ ଜୋର ଦୁର୍ଗନ୍ଧ ବାହାରି ଥାଏ। ସେଥିପାଇଁ କେହି ଜଣେ ଲୋକ ଏହା ପାଖରେ ଜଗି ରହି ତାହା ପାଖରେ ଧୂପ ଜଳାଇ ଥାଏ। ଯାହାଦ୍ୱାରା କି ଆଉ ଦୁର୍ଗନ୍ଧ ବାହାରି ନଥାଏ। ଏହା ହି କାରଣ ଏହି ସବୁ ଜିନିଷ ମାନଙ୍କର।

Leave a Reply

Your email address will not be published. Required fields are marked *