ଗ୍ୟାସ ହେବାର ପ୍ରକୃତ କାରଣ କଣ ? ଜାଣନ୍ତୁ ୩ଟି ପ୍ରମୁଖ କାରଣ ଏବଂ ଘରୋଇ ଉପଚାର |

ପେଟରେ ଗ୍ୟାସ ଉତ୍ପନ୍ନ ଆଜିକାଲିର ଗୋଟିଏ ସାଧାରଣ ସମସ୍ୟା l ଏହା ଗୋଟିଏ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ବେଳେବେଳେ ଏହା ଅନେକ ଯନ୍ତ୍ରଣା ଦାୟକ ହୋଇଥାଏ l ଯଦି ଆପଣ ଗ୍ୟାସ ସମସ୍ୟାକୁ ଅଣଦେଖା କରିବେତ ଏହା ଆଗକୁ ଯାଇ ଭୟଙ୍କର ରୂପ ନେଇପାରେ l ଏହାର ଚିକିତ୍ସା କରିବା ପୂର୍ବରୁ ପ୍ରଥମେ ଏହାର କାରଣ ବିଷୟରେ ଜାଣିବା ନିହାତି ଆବଶ୍ୟକ l

ସାଧାରଣତଃ ଆମର ଅନ୍ତ ଭିତରେ ଗ୍ୟାସ ରହିଥାଏ ,ଯାହା ଯାହା ବୃହଦାନ୍ତ ଉପରେ ପ୍ରଭାବ ପକାଇଥାଏ l ଯଦି ଆପଣଙ୍କର ସବୁବେଳେ ଗ୍ୟାସ ସମସ୍ୟା ଦେଖା ଯାଉଛି ତେବେ ବଦହଜମି କାରଣ ମଧ୍ୟ ହୋଇପାରେ ଓ ଏହା ସହିତ ଆପଣଙ୍କର ସମଗ୍ର ପାଚନ ତନ୍ତ୍ର ଖରାପ ହୋଇଯାଇଥାଏ l ପେଟର ଗ୍ୟାସ ବେଳେବେଳେ ଶରୀରର ଅନ୍ୟ ଭାଗକୁ ମଧ୍ୟ ବ୍ୟାପି ଯାଇଥାଏ lଆଜିକାଲିର ଜୀବନ ଚର୍ଯ୍ୟା ଓ ଖାଇବା ପିଇବା ମଧ୍ୟ ଗ୍ୟାସ ସମସ୍ୟାର ଗୋଟିଏ କାରଣ ଅଟେ l ତା ସହିତ ଆପଣଙ୍କର କିଛି ଅସ୍ୱାସ୍ଥ୍ୟକର ଅଭ୍ୟାସ ମଧ୍ୟ ଗ୍ୟାସର ଆଉ ଗୋଟିଏ କାରଣ ଅଟେ l ଝାଡା ସଫା ନ ହେବା ଅର୍ଥାତ କୋଷ୍ଠ କାଠିନ୍ୟ ମଧ୍ୟ ଗ୍ୟାସ ସମସ୍ୟାର ଗୋଟିଏ କାରଣ l

gas

ପ୍ରଥମ କାରଣ: ଆଜିର ଦୌଡ ପୂର୍ଣ ଜୀବନରେ ଠିକ ସମୟରେ ଲୋକମାନେ ଘର ପ୍ରସ୍ତୁତ ଖାଦ୍ୟ ଖାଇବା ପରିବର୍ତ୍ତେ ହୋଟେଲଗୁଡ଼ିକରେ ଫାଷ୍ଟଫୁଡ୍ ଖାଆନ୍ତି, ଯାହା ଗ୍ୟାସ ସୃଷ୍ଟି କରେ । କୋଷ୍ଠକାଠିନ୍ୟ ହେତୁ, କ୍ଷତିକାରକ ଟକ୍ସିନ୍ ବାହାରକୁ ଆସିପାରେ ନାହିଁ, ଯେଉଁଥିରେ ଗ୍ୟାସ୍ ସମସ୍ୟା ହୁଏ । ପ୍ରତିରୋଧ:ଘରେ କମ୍ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ। ଯଥାସମ୍ଭବ ଫାଷ୍ଟ ଫୁଡ୍ ଏବଂ ହୋଟେଲ ଯେତିକି ଖାଦ୍ୟ ଖାଏ। ଦିନସାରା 10-12 ଗ୍ଲାସ୍ ପାଣି ପିଅନ୍ତୁ ।

ଦ୍ୱିତୀୟ କାରଣ: ଅସୁସ୍ଥ ଲୋକମାନେ ସେମାନଙ୍କର ଅସୁସ୍ଥତାକୁ ହଟାଇବା ପାଇଁ ଆଣ୍ଟିବାୟୋଟିକ୍ ନିଅନ୍ତି । ଜୀବାଣୁ ପେଟରେ ସନ୍ତୁଳିତ ହ୍ରାସ ପାଇଥାଏ । ଯେଉଁଥିପାଇଁ ହଜମାତ୍ମକ କାର୍ଯ୍ୟ ଖରାପ ହୋଇଯାଏ ଏବଂ ଗ୍ୟାସର ସମସ୍ୟା ଆରମ୍ଭ ହୁଏ। ପ୍ରତିରୋଧ: ଯଦି ଆପଣ କୌଣସି ରୋଗ ଔଷଧ ଖାଇବା ଠାରୁ ଗ୍ୟାସ୍ ପାଇଛନ୍ତି ତେବେ ଥରେ ଡାକ୍ତରଙ୍କ ପରାମର୍ଶ ନିଆଯିବା ଆବଶ୍ୟକ।

Gas problem

କିଛିଟା ଘରୋଇ ଉପାୟ ଦ୍ୱାରା ଏସିଡ଼ିଟି ଓ ଗ୍ୟାସକୁ ଏଡାଇ ପାରିବ ଆସନ୍ତୁ ଜାଣିବା –

ସକାଳ ଜଳଖିଆ ଖାଇବା ନିହାତି ଆବଶ୍ୟକ -ଗ୍ୟାସର ମୁଖ୍ୟ କାରଣ ହେଲା ସକାଳର ଜଳଖିଆ ନଖାଇବା l ଯେଉଁ କାରଣରୁ ଖାଲି ପେଟରେ ଗ୍ୟାସ ହୋଇଥାଏ l ସେଥିପାଇଁ ସକାଳର ଜଳଖିଆ ସୁସ୍ଥ ରଖିବା ସହିତ ଗ୍ୟାସ ସମସ୍ୟାକୁ ଦୂର କରିଥାଏ l ଅଧିକ ଖାଇବା ଦ୍ୱାରା ମଧ୍ୟ ହୋଇପାରେ ଗ୍ୟାସ -ଯଦି ଆପଣ ଗ୍ୟାସ ହେବାର ଅନୁଭବ କରୁଛନ୍ତି ତେବେ ଏହାର ଆଉ ଗୋଟିଏ କାରଣ ଅଧିକ ଖାଇବା ମଧ୍ୟ ହୋଇପାରେ l ଅଧିକାଂଶ ଲୋକ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇଥାନ୍ତି ,ଏପରି କରିବା ଦ୍ୱାରା ଖାଦ୍ୟ ହଜମ ହେବାରେ ସମୟ ଲାଗିଥାଏ ଯାହା ଫଳରେ ଗ୍ୟାସ ଅନୁଭୂତ ହୋଇଥାଏ l

ଗୋଟିଏ ସ୍ଥାନରେ ବସିବା ଅଭ୍ୟାସ ଛାଡ଼ନ୍ତୁ – ଅନେକ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ମଧ୍ୟ ଗ୍ୟାସ ଅନୁଭୂତ ହୋଇଥାଏ l କାରଣ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଖାଦ୍ୟ ହଜମ ହୋଇ ନଥାଏ ଓ ଯାହା ଫଳରେ ବଦହଜମି ସମସ୍ୟା ଦେଖାଦେଇ ଗ୍ୟାସ ହୋଇଥାଏ l ତେଣୁ ଚାଲିବା ଗୋଟିଏ ଭଲ ଅଭ୍ୟାସ ଏହାକୁ ଜାରି ରଖନ୍ତୁ l ଗ୍ୟାସ ସମସ୍ୟା ପାଇଁ ନିୟମିତ ଭାବରେ ସତେଜ ଫଳ ଓ ତାର ରସ ସେବନ କରନ୍ତୁ l ଏହା ଗ୍ୟାସ ସମସ୍ୟା ପାଇଁ ଗୋଟିଏ ଭଲ ଉପାୟ ଅଟେ l

Leave a Reply

Your email address will not be published. Required fields are marked *