ଅଧିକ ବୟସରେ ବିବାହ କଲେ କଣ କଣ ଅସୁବିଧା ହୋଇଥାଏ ?

married

ପ୍ରତ୍ୟକ ବ୍ୟକ୍ତି ମନରେ ଆଶା ଥାଏକି ସେ ଗୋଟେ ଭଲ ଜୀବନ ସାଥିଟିଏ ପାଉ ଯାହାକୁ ନେଇ ସିଏ ଓ ତାର ପରିବାର ସାରା ଜୀବନ ଖୁସିରେ ରୁହନ୍ତୁ। ବିବାହ ମଣିଷ ଜୀବନର ଏକ ବିରାଟ ସତ୍ୟ ଅଟେ ଓ ଏହାକୁ ସେ ଦିନେ ନା ଦିନେ ଆପଣେଇବାକୁ ବାଧ୍ୟ ହୁଏ।ମଣିଷ ଜୀବନରେ ବିବାହ ହେଉଛି ସବୁଠାରୁ ବଡ଼ ଓ ଗୁରୁତ୍ୱ ପୁର୍ଣ୍ଣ ନିଷ୍ପତ୍ତି ଯାହାକୁ ସେ ଦିନେ ନା ଦିନେ ନେଇଥାଏ,ଆଉ ଜୀବନର ଏହା ଏକ ମହତ୍ୱ ପୁର୍ଣ୍ଣ କାର୍ଯ୍ୟ ଭାବେ ଗଣା ଯାଇଥାଏ।ଆଉ ମଣିଷ ଜୀବନର ପୁର୍ଣ୍ଣତା ବିବାହ କରିବା ଦ୍ୱାରା ଆସିଥାଏ।ପ୍ରତ୍ୟକ ବାପା ମା ସ୍ୱପ୍ନ ଦେଖନ୍ତି ନିଜ ଛୁଆଙ୍କୁ ବର ଅବା କନ୍ୟା ବେଶରେ ଦେଖିବା ପାଇଁ।

womems

ଏହି ବିବାହ କାହା ଜୀବନରେ ଏକ ଛୋଟ କଥା ହୋଇନଥାଏ।ବିବାହ କରିବା ପରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ। ଆଉ ଝିଅ ଓ ପୁଅ ଜନ୍ମ ଜନ୍ମ ପାଇଁ ଗୋଟିଏ ସମ୍ପର୍କରେ ବାନ୍ଧି ହୋଇଯାନ୍ତି। ମଣିଷ ଜୀବନରେ ବିବାହ ପାଇଁ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିଥାଏ।ଯଦି ବିବାହ ଅଧିକ ବୟସରେ ହୁଏ ତାହେଲେ ପୁଅ ଓ ଝିଅ ପରସ୍ପରକୁ ବୁଝିବାରେ ଅସୁବିଧା ହୁଏ। ଯାହାଫଳରେ ସମ୍ପର୍କରେ ମଳିନତା ଶିଘ୍ର ଆସିଥାଏ କିନ୍ତୁ ଏବେ ସମସ୍ତେ ଯେକୌଣସି ବୟସରେ ବିବାହ କରି ପାରୁଛନ୍ତି ।

ସାଧାରଣତଃ ବିବାହ କରିବାର ବୟସ ସୀମା ହେଲା ୨୫-୨୮ ବୟସ,ଏହି ବୟସରେ ବିବାହ କଲେ ପୁଅ ଓ ଝିଅ ଉଭୟଙ୍କ ପାଇଁ ଭଲ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଅଧିକ ବୟସରେ ବିବାହ କଲେ କଣ ଅସୁବିଧା ହୋଇଥାଏ।ଯଦି ବିବାହ ବୟସ ଠାରୁ ଅଧିକ ବୟସରେ ବିବାହ କରୁଛନ୍ତି ତାହେଲେ ଆପଣ ଓ ଆପଣଙ୍କ ଜୀବନ ସାଥୀର ଭିନ୍ନ କଥାରେ ଭିନ୍ନ ମତ ରହିବ।ଦୁଇଜଣଙ୍କ ଅଧିକ କଥାରେ ତାରତମ୍ୟ ରହିବ ନାହିଁ।ଯାହାଦ୍ୱାର ଆପଣ ଓ ଆପଣଙ୍କ ସାଥି ଭିତରେ ଝଗଡା ସୃଷ୍ଟି କରାଇବ।ଯଦି ଏମିତି ଅସୁବିଧା ହୁଏ ତେବେ ଆପଣଙ୍କ ସମ୍ପର୍କ ଅଧିକ ଦିନ ରହିବନି।

woman

ସବୁ ଶୁଭ କାର୍ଯ୍ୟ କରିବାର କିଛି ନିର୍ଦ୍ଧିଷ୍ଟ ସମୟ ଥାଏ,ସେମିତି ସେ ପୁଅ ହେଉ ଅବା ଝିଅ ବିବାହ କରିବା ପାଇଁ ତାଙ୍କର କିଛି ନିର୍ଦ୍ଧିଷ୍ଟ ସମୟ ଥାଏ,ଯାହାଫଳରେ ସେମାନେ ଜୀବନରେ ଖୁସିରେ ରୁହନ୍ତି।କଥାରେ ଅଛି ଅତିରୁ ଇତି,ଯଦି ଆପଣ ଠିକ ବୟସରେ ବିବାହ କରୁଛନ୍ତି ତାହେଲେ ଆପଣ ନିଜ ଜୀବନରେ ଖୁସିରେ ରହିବେ।ଆଉ ଆପଣଙ୍କ ବୟସ ଅତି ହେଇଗଲେ ଆପଣ ପ୍ରାୟ ସମୟରେ ନିଜ ବୈବାହିକ ଜୀବନରେ ଖୁସିରେ ରହି ପାରିବେ ନାହିଁ।ସେଥିପାଇଁ ଅଧିକ ବୟସରେ ବିବାହ କରିବା ଠିକ ହେବ ନାହିଁ।

ଅନ୍ୟ ଏକ କାରଣ ହେଉଛି ଶାରୀରିକ ସ-ମ୍ଵନ୍ଧ ରେ ଅଧିକ ଅସୁବିଧା ଦେଖାଯାଇଥାଏ।ଅଧିକ ବୟସ ହେବା ଦ୍ୱାରା ଯୌବନ ଢଳିଯାଏ ଓ ଶାରୀରିକ ଦକ୍ଷତା କମିଯାଏ। ଏହି ସମୟରେ ସ୍ୱାମୀ ତଥା ସ୍ତ୍ରୀ ଯଦି କେହି କାହା ପାଖରୁ ଅସନ୍ତୁଷ୍ଟ ରହିଲେ ସେମାନଙ୍କ ସମ୍ପର୍କ ରେ ବିବାଦ ହେବାରେ ଲାଗେ।ଅଧିକ ବୟସରେ ବିବାହ କରିବାଦ୍ୱାରା ଏହା ଏକ ମୁଖ୍ୟ ଅସୁବିଧା ହୋଇଥାଏ।ଅଧିକ ବୟସରେ ବିବାହ କଲେ ସନ୍ତାନ ଜନ୍ମରେ ଅସୁବିଧା ହୋଇଥାଏ।

woman

ତେବେ ବନ୍ଧୁ ଏହା ଥିଲା କିଛି ଜାଣିବା କଥା , ଏମିତି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ । ଏହାକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚିବାରେ ସାହାର୍ଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *