ସୋସିଆଲ ମିଡିଆରେ ଭାଇରାଲ ତପୁଙ୍କ ଶେଷାକୃତ୍ୟ ଭିଡିଓ । ଏବେ ହିଁ ଦେଖନ୍ତୁ ।

tapu mishra

ଆଉ ନାହାନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ତପୁ ମିଶ୍ର। ନିଜର ଶେଷ ନିଶ୍ୱାସ ତ୍ୟାଗ କରି ପଞ୍ଚଭୂତରେ ଲୀନ ହେଇ ଗଲେ ତପୁ ମିଶ୍ର। ଭୁବନେଶ୍ୱର ସ୍ଥିତ ସତ୍ୟନଗର ସ୍ମସାନରେ ତାଙ୍କର ଶେଷ କ୍ରୁତ୍ତ୍ୟ ସମ୍ପନ୍ନ ହେଇ ଯାଇଛି। ତାଙ୍କର ସ୍ୱାମୀ ଦୀପକ ତାଙ୍କର ମୁଖାଗ୍ନି ଦେବା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଅଭିନେତ୍ରୀ ଏଲିନା ଦାସ, ସୋଫିଆ ଆଲମ, ରାକ୍ଷୀ ଦାସ, ଉଶ୍ୱାସୀ ମିଶ୍ର, ଏବଂ ଅଭିନେତା ବୁଲୁ ପ୍ରମୁଖ ତପୁ ମିଶ୍ରଙ୍କୁ ଶେଷ ଦର୍ଶନ କରି ଥିଲେ। ଆଜି ତପୁଙ୍କ ବାସଭବନ ରେ ପ୍ରଥମତଃ ତାଙ୍କ ବନ୍ଧୁ ଆଉ ପରିବାର ପରିଜନ ତାଙ୍କର ଶେଷ ଦର୍ଶନ କରି ଥିଲେ। ଏହାପରେ ତାଙ୍କର ମୃତ ଶରୀର କୁ ସତ୍ୟନଗର ସ୍ମଶାନକୁ ନିଆ ଯାଇ ଥିଲା। ଏଠାରେ ହି ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପାଦନ କରା ଯାଇଥିଲା ଆଉ ଏହା ତାଙ୍କ ପରିବାର ଲୋକଙ୍କ ସାମ୍ନାରେ ହେଇ ଯାଇଥିଲା।

tapu

କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ତପୁ ମିଶ୍ର। ତାହା ପରେ ତାଙ୍କର କୋଭିଡ ଠିକ ହେଇ ଯାଇଥିଲା ମାତ୍ର ତାଙ୍କ ଫୁସଫୁସ ସଂକ୍ରମଣ ହେଇ ଯାଇଥିଲା। ଆଉ ତାହା ପରେ ତାଙ୍କର ଅବସ୍ଥା ଶୋଚନୀୟ ହେବାକୁ ଲାଗିଥିଲା। ଆଉ ତାଙ୍କର ଅମ୍ଳଜାନ ସ୍ତର କମିବାରେ ଲାଗିଥିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କ୍ରୁତ୍ୟୁ ହେଇ ଗଲା।

ମାତ୍ର ୩୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ଆଉ ସେ ଓଡ଼ିଆ ସଙ୍ଗୀତ ଜଗତକୁ ପର କରି ଅଫେରା ରାଇଜକୁ ଫେରି ଯାଇଛନ୍ତି ତପୁ ମିଶ୍ର। ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଯିଏ କି ଆଉ ଆମ ଗଣହରେ ନାହାନ୍ତି। ତାଙ୍କର ବିୟୋଗରେ ସାରା ଓଡ଼ିଆ ଜଗତକୁ ବହୁତ ବଡ଼ ଝଟକା ଲାଗିଛି ଆଉ ସମସ୍ତେ ବହୁତ ଗଭୀର ଶୋକରେ ଅଛନ୍ତି। ସଙ୍ଗୀତ ଜଗତରେ ତାଙ୍କ ସ୍ଥାନ ଅପୁରଣୀୟ ରହିବ ବୋଲି ଅନେକ ସଙ୍ଗୀତ ପ୍ରେମୀ ମତ ଦେଇଛନ୍ତି।

tapu mishra

ତପୁ ମିଶ୍ର ୧୯୮୫ ମସିହାରେ ସମ୍ବଲପୁର ଠାରେ ଜନ୍ମଗ୍ରହଣ କରିଥିଲେ। ସେ ଅଳ୍ପ ବୟସର ହି ଗୀତ ଶିଖି ଗାଇବା ଆରମ୍ଭ କରି ଥିଲେ। ୧୯୯୫ ମସିହାରେ ହିମାଂଶୁ ପରିଜାଙ୍କର ଓଡ଼ିଆ ଫିଲ୍ମ କୂଳନନ୍ଦନ ଜରିଆରେ ସେ ପ୍ରଥମ ଥର ପାଇଁ କଣ୍ଠଦାନ କରିଥିଲେ। ଏହା ପରେ ସେ ଓଡ଼ିଆ ଫିଲ୍ମ ଆଇ ଲଭ ୟୁ ଜରିଆରେ ଗୀତ ଗାନ କରି ନିଜର ଖ୍ୟାତି ଲାଭ କରିଥିଲେ। ଜଣେ ସଫଳ କଣ୍ଠଶିଳ୍ପୀ ଭାବେ ସେ ଅନେକ ଲୋକପ୍ରିୟତା ଲାଭ କରି ଥିଲେ।

ନିଜର ସୁମଧୁର କଣ୍ଠ ଦାନ ଦ୍ୱାରା ସେ ଓଡ଼ିଆ ବାସୀଙ୍କ ଭିତରେ ଅନେକ ଖ୍ୟାତି ଅର୍ଜନ କରି ଥିଲେ। ତାଙ୍କର ପରଲୋକରେ ଜଣେ ବହୁତ ବଡ଼ କଳାକାର ଙ୍କର ବିୟୋଗ ଘଟିଛି। ଏହି ଘଟଣା ଓଲିଉଡର ଅନେକ ବରିଷ୍ଠ କଳାକାର, ଅଭିନେତା, ସଙ୍ଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଧେଶକ ଓ ପ୍ରଶଂସକଙ୍କ ଭିତରେ ଗଭୀର ଶୋକର ଛାୟା ଖେଳିଯାଇଛି। ସେ ଆମ ହୃଦୟରେ ସର୍ବଦା ଜୀବିତ ରହିବେ।

Leave a Reply

Your email address will not be published. Required fields are marked *