ଆଜିର ବ୍ରେକିଙ୍ଗ ନିଉଜ। ହୋଇଗଲା କିଛି ବଡ ନିୟମରେ ପରିବର୍ତ୍ତନ ।

ଆଜି ସକାଳେ ଏପରି ବହୁତ ସାରା ଖବର ଆସିଯାଇଛି ଯାହାକୁ ଆପଣ ମାନଙ୍କୁ ଜାଣିବା ନିହାତି ଦରକାର। ତେବେ କଣ ରହିଛି ସେହି ସମସ୍ତ ଖବର ତାହା ଆମେ ଆସନ୍ତୁ ଜାଣିବା।

ଆଜିର ପ୍ରଥମ ଖବର ହେଉଛି, କମିଗଲା ନବମ ଆଉ ଦଶମ ଶ୍ରେଣୀର ସିଲାବସ। ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆପଣ ଯେପରିକି ଜାଣନ୍ତି କି ଏଥର ବି ନବମ ଆଉ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର କୋର୍ସ ୩୦% କମିବାକୁ ଯାଉଛି। ତେବେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୋର୍ସ ୩୦% କମିବ ଆଉ ମାତ୍ର ୭୦% କୋର୍ସ ଦ୍ୱାରା ହି ପରୀକ୍ଷା ଦେବେ ଏହି ବର୍ଷର ଛାତ୍ର ଛାତ୍ରୀ। କୋଭିଡର ଦ୍ୱିତୀୟ ଲହରୀ ପାଇଁ ଏପରି ଏକ ନିଷ୍ପତ୍ତି ନିଆ ଯାଇଛି ଏହା ବାବଦରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରକାଶ କରିଛି ଆଉ ଏ ନେଇ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୌମ୍ୟ ରଞ୍ଜନ ଦାଶ।କୋଭିଡର ଦ୍ୱିତୀୟ ଲହରୀ ରାଜ୍ୟ ସାରା ଏତେ ଅଧିକ ମାତ୍ରାରେ ଚାଲି ଥିବାରୁ ସାରା ରାଜ୍ୟରେ ସ୍କୁଲ ମାନଙ୍କରେ ଶ୍ରେଣୀ ଗୃହ ଶିକ୍ଷା ବାଧାପ୍ରାପ୍ତ ହେଇ ଯାଇଚି।ତେବେ ପରିସ୍ଥିତି କୁ ଦୃଷ୍ଟିରେ ରଖି ନବମ ଆଉ ଦଶମ ଶ୍ରେଣୀର ସିଲାବସ କମେଇବା ପାଇଁ ସ୍କୁଲ ଆଉ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି।

Student

ଦ୍ୱିତୀୟ ଖବର ହେଉଛି କି ଆମକୁ ଡ଼ରାଇଲାଣି ଡେ଼ଲ୍ଟା ପ୍ଲସ ଭାଇରସ। ଏହା ଡେ଼ଲ୍ଟା ପ୍ଲାସ ଭାଇରସର ଏକ ଭେରୀଆଣ୍ଟ ବୋଲି ସାରା ଦେଶରେ ହାଲ୍ଲା ହେଇ ଯାଇଛି। ବିଭିନ୍ନ ରାଜ୍ୟ ମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ମିଶାଇ ପ୍ରାୟ ୪୦ ଟି ମାମଲା ଏଯାଏ ସାମ୍ନାକୁ ଆସି ସାରିଛି। ଏହା ଚିନ୍ତାଯୋଗ୍ୟ କଥା ଅଟେ।

ବ୍ୟାଙ୍କକୁ ଫେରିଲା ପଳାତକ ଟଙ୍କା। ବ୍ୟାଙ୍କରୁ ଋଣ ନେଇ ଫେରାର ହେଇ ଯାଇଥିବା ନିରବ ମୋଦି, ବିଜୟ ମାଲ୍ୟା ତଥା ଋତୁରାଜ ଚୋକ୍ସିଙ୍କ ଉପରେ କେନ୍ଦ୍ର ନିଜର ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ଏବେ ତିନି ଜଣ ପଳାତକ, ନୀରବ ମୋଦି, ଚୋକ୍ସି ତଥା ବିଜୟ ମାଲ୍ୟାଙ୍କର ୯୩୦୦ କୋଟି ଟଙ୍କା ଭାରତର ବ୍ୟାଙ୍କ ମାନଙ୍କୁ ଫେରିବାକୁ ଯାଉଛି। ଏବେ ଏହି ଟଙ୍କା ସେହି ବ୍ୟାଙ୍କ ମାନଙ୍କୁ ଦିଆଯିବ ଯେଉଁ ବ୍ୟାଙ୍କ ମାନଙ୍କରୁ ଋଣ ନେଇ ଏଇ ତିନି ପଳାତକ ଶୋଧ କରିନଥିଲେ।

bank

ରଥଯାତ୍ରାକୁ ନେଇ ହାଇ କୋର୍ଟ ଶୁଣାଇଲା ନିଜର ବଡ଼ ରାୟ। କେବଳ ପୁରୀ ବ୍ୟତୀତ ଆଉ କେଉଁ ବି ଜାଗାରେ ରଥ ଯାତ୍ରା ହେଇ ପାରିବ ନାହିଁ। ଏହା ସମାଜର ସାମାଜିକ ଦୁରାତ୍ତ୍ୱ ପାଇଁ ଅଟେ।

ଯୁକ୍ତ ଦୁଇର ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ବାହାର କରିବା ପାଇଁ ଏବେ ଏହି ଲକଡାଉନ ସମୟରେ ବି ଯୁକ୍ତ ଦୁଇର ଆଡ଼ମିଟ କାର୍ଡ ବାହାରି ସାରିଛି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୂଚନା।

Plus two

ଦିଲ୍ଲୀ ଏମ୍ସର ଡକ୍ଟର ଡକ୍ଟର ରାନ୍ଧିପ ଗୁଲେରିଆ ଏହା ଆମକୁ କହିଛନ୍ତି କି ଏହିବର୍ଷ ସେପ୍ଟେମ୍ବର ସୁଦ୍ଧା ପିଲା ମାନଙ୍କ ପାଇଁ ଟୀକା ଆସିବାକୁ ଯାଉଛି।

ଏହାପର ଖବର ହେଉଛି କି ଆସନ୍ତା ୫ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଏହିପରି ବର୍ଷା ଲାଗି ରହିବ। ଏହା ଉପରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ଆଇସିସି ଜାରି କଲା ନିଜର ରାଙ୍କିଂ, ଏଥିରେ ଭାରତର ରବୀନ୍ଦ୍ର ଜାଡେଜା ଅଲ ରାଉଣ୍ଡର ଲିଷ୍ଟରେ ନମ୍ବର ୧ ରେ ଅଛନ୍ତି। ଅଧିନାୟକ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି।

Leave a Reply

Your email address will not be published. Required fields are marked *