ଚାରି ଦିନ ପ୍ରବଳ ବର୍ଷା ହେବ ଆଉ ପୁଣି ବନ୍ୟା ପରିସ୍ଥିତି ଉପୁଜି ପାରେ।

rain

ଆଜି ଠାରୁ ସାରା ରାଜ୍ୟରେ ପୁଣି ଏକ ଲଘୁଚାପ ର ସୂଚନା ଦେଇ ରାଜ୍ୟକୁ ହି ସତର୍କ କରାଇଛି ଏସ ଆର ସି। ତେବେ ଏହାର ପୁର୍ଣ ଘଟଣା କଣ ରହିଛି ତାହା ବାବଦରେ ଆମେ ଆଜି ସମ୍ପୂର୍ଣ ରୂପେ ଜାଣିବା। ଆସନ୍ତୁ ଜାଣିବା ଏହାର ପୁରା ଖବର।

ଆମ ରାଜ୍ୟ ଉପରେ ପୁଣି ଏକ ଲଘୁଚାପ ମାଡି ଆସୁଛି ଆଉ ଏହାର ଖବର ପାଣିପାଗ ବିଭାଗ ଜାରି କରିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ଅଛି। ଜୁନ ୧୦ ତାରିଖ ଠାରୁ ଆରମ୍ଭ କରି ଜୁନ ୧୪ ତାରିଖ ଯାଏ ଆମ ରାଜ୍ୟରେ ଏକ ବଡ଼ ଧରଣର ଲଘୁଚାପ ହେବାକୁ ଯାଉଛି ଆଉ ସେଥିପାଇଁ ଏଠାରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ବାବଦରେ ଚିଠି ଲେଖିଛନ୍ତି ସ୍ବତରନ୍ତ୍ର ରିଲିଫ କର୍ମଚାରୀ ପ୍ରଦୀପ କୁମାର ଜେନା। ଏହାକୁ ନେଇ ସାରା ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କର ମନ୍ତ୍ରୀ ତଥା ଜିଲ୍ଲାଧିକାରୀ ମାନଙ୍କୁ ଏସଆରସି ଚିଠି ଲେଖି ସତର୍କ ବି କରାଇ ଅଛି। ଏହା ବାବଦରେ ଆମେ ପୁର୍ଣ ଡିଟେଲରେ ଜାଣିବା।

bat

ତେବେ ଏସ ଆର ସି ଙ୍କର କହିବା ଅନୁସାରେ ଜୁନ ୧୦ ତାରିଖ ଠାରୁ ଆରମ୍ଭ କରି ଜୁନ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆଇଏମଡି କହିଛି ଆଉ ଏହା ନେଇ ଆଇଏମଡି ପୂର୍ବାନୁମାନ କରିଛି। ଏଥି ସହିତ ରାଜ୍ୟର ବିଭିନ୍ନ ଜାଗା ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। କିଛି କିଛି ସ୍ଥାନ ମାନଙ୍କରେ ଭୁସ୍ଖଳନ ହେବାର ସମ୍ଭାବନା ଅଧିକ ଅଛି ତେଣୁ ଏହି ଜାଗା ମାନଙ୍କରୁ ଲୋକ ମାନଙ୍କୁ ସ୍ଥାନାନ୍ତରିତ କରା ଯାଉଛି। ସ୍ଥାନାନ୍ତରିତ କରିବା ପାଇଁ ବାତ୍ୟା ଆଶ୍ରୟ ସ୍ଥଳୀ ସଜାଗ ରଖିବା ପାଇଁ ନିର୍ଦ୍ଧେଶ ଦେଇଛି ଏସଆରସି।

କିଛି କିଛି ନଦୀ ମାନଙ୍କରେ ଜଳର ପରିମାଣ ବୃଦ୍ଧି ହେଇ ସେହି ଅଂଚଳ ମାନଙ୍କରେ ବନ୍ୟା ହେବାର ସମ୍ଭାବନା ରହିଛି ଯାହା କି ବନ୍ୟାର ଏକ ବଡ଼ ପରିସ୍ଥିତି ସୃଷ୍ଟି କରୁଛି। ଜରୁରୀ କାଳୀନ ପରିସ୍ଥିତି ରେ କିଛି ବିପଦଜ୍ଜନକ ନଦୀ ମାନଙ୍କ ପାଖରୁ ଲୋକ ମାନଙ୍କୁ ସତର୍କ କରାଇବା ପାଇଁ ସୂଚନା ଦେଇଛି ଏସଆରସି। ଓଡ୍ରାଫ୍ ବାହିନୀ ତଥା ଯନ୍ତ୍ରକ୍ଷ ବାହିନୀ କୁ ପ୍ରସ୍ତୁତ କରାଇବା ପାଇଁ ତଥା ନଦୀ ମାନଙ୍କ ପାଖରୁ ଲୋକ ମାନଙ୍କୁ ଦୂରରେ ରଖିବା ପାଇଁ ନିର୍ଦ୍ଧେଶ ଦେଇଛି ଏସଆରସି।

bat

ବନ୍ୟା ବିଭାଗକୁ ନିୟନ୍ତ୍ରଣ କରିବା ସବୁ ଅଫିସ ତଥା କର୍ମଚାରୀ ଅଫିସ ରେ ଅନ ଡିଉଟି ରହିବେ। ଏହି ସମୟ ମାନଙ୍କରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ମନା କରା ଯାଇଛି। ତେବେ ଗୁରୁବାର ସକାକ ଅର୍ଥାତ ଆଜି ଠାରୁ କିଛି ଜିଲ୍ଲା ଯେପରିକି ଜଗତସିଂହପୁର, କଟକ, କେନ୍ଦ୍ରାପଡା, ସମ୍ବଲପୁର, ମୟୁରଭଞ୍ଜ ଇତ୍ୟାଦି ମାନଙ୍କର କିଛି କିଛି ଜାଗା ମାନଙ୍କରେ କିଛି ବର୍ଷା ହେବାର ସମ୍ଭାବନା ଅଛି। ଗୋଟିଏ କି ଦୁଇଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେବେ ସଭିଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଉଛି।

Leave a Reply

Your email address will not be published. Required fields are marked *