ଦୁଃଖ ଖବର:- ତପୁ ମିଶ୍ରଙ୍କ ବିଷୟରେ ଆସିଲା ବଡ ଦୁଃଖ ଭରା ଖବର ।

tapu

ଆମ ମାନଙ୍କ ସାମ୍ନାକୁ ଏକ ବହୁତ ବଡ଼ ଦୁଃଖ ଖବର ଆସିବାକୁ ଯାଉଛି। ଆପଣ ମାନଙ୍କର ପ୍ରିୟ ଗୀତିକାର ତପୁ ମିଶ୍ର ଏବେ ଗୁରୁତ୍ତର ଅବସ୍ଥାରେ ଅଛନ୍ତି। ଯେପରିକି ଆପଣ ଜାଣନ୍ତି କି ମେ ମାସ ଦ୍ୱିତୀୟ ସପ୍ତାହରେ ତାଙ୍କୁ କୋଭିଡ ହେଇଥିଲା ଆଉ ସେ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ ହେଇ ଯାଇଥିଲେ। ଏହାପରେ ତାଙ୍କର ଅବସ୍ଥା ଆହୁରି ଗୁରୁତ୍ତର ହେବାକୁ ଲାଗିଛି ଆଉ ତାଙ୍କୁ ଏବେ ସର୍ବ ସାଧାରଣଙ୍କର ସାହାଯ୍ୟ ଦରକାର ପଡୁଛି। ଏଥି ପାଇଁ ସାହାଯ୍ୟ ଆବଶ୍ୟକ କରୁଛନ୍ତି ତାଙ୍କର ସାଥି, କଣ୍ଠ ଶିଳ୍ପୀ ତଥା ପରିବାର ସଦଶ୍ୟ ମାନେ। ତେବେ ଆସନ୍ତୁ ଆମେ ଆଜି ନଜର ପକାଇବା ସମ୍ପୂର୍ଣ ଖବର ଉପରେ।

tapu

ଦର୍ଶକବନ୍ଧୁ ଆମର ଅତି ପ୍ରିୟ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କର ଅବସ୍ଥା ଏବେ ବହୁତ ଜଟିଳ ହେଇ ଯାଇଛି। କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା ଆଉ କୋଭିଡ ପରବର୍ତ୍ତୀ ରୋଗାଵସ୍ଥାର ଶିକାର ହେଇ ତାଙ୍କ ଅବସ୍ଥା ଏବେ ବହୁତ ଖରାପ ଅଛି। ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଛି ଆଉ ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଏହାପରେ କୋଲକାତା ଅଥବା ଦିଲ୍ଲୀ ନିଆ ଯାଉଥିବାର ଯୋଜନା କରୁ ଥିବା ସମୟରେ ବାଧକ ସାଜିଛି ଅର୍ଥ।

ଏହା ପାଇଁ ସାଥି କଣ୍ଠ ଶିଳ୍ପୀ ତଥା ପରିବାର ଲୋକ ରାଜ୍ୟ ସଂସ୍କୃତି ଅନୁଷ୍ଠାନ ତଥା ସାମାଜିକ ଗଣ ମାଧ୍ୟମ ରେ ଅନୁରୋଧ କରି ଛନ୍ତି। ତପୁ ମିଶ୍ର ଙ୍କର ନିଜ ଭଉଣୀ ଧୃତିଦୀପା ମିଶ୍ର ନିଜ ଭଉଣୀଙ୍କର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାରେ ଲାଗିଛନ୍ତି ଆଉ ଅର୍ଥ ଯୋଗାଡ଼ କରିବା ପାଇଁ ସେ ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି ।

ଏଥିପାଇଁ ସେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର କୁ ସାର୍ବଜନୀନ କରିଛନ୍ତି। ତେବେ ଧୃତିଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ହେଉଛି, ୯୨୨୦୧୦୦୨୦୩୦୧୪୯୧। ଆଉ ତାଙ୍କର ଆକାଉଣ୍ଟ ତଥା ବ୍ୟାଙ୍କ ର ଆଇଏଫଏସସି କୋଡ଼ ରହିଛି ୟୁ ଟି ଆଇ ବି ୦ ୦ ୦ ୦ ୦ ୨ ୪ । ଏହା ସହିତ ତାଙ୍କ ଆକାଉଣ୍ଟ ଧାରୀଙ୍କର ନାମ ହେଉଛି ଧୃତିଦିଇପା ମିଶ୍ର ଆଉ ତାଙ୍କର ବ୍ୟାଙ୍କ ହେଉଛି ଆକ୍ସିସ ବ୍ୟାଙ୍କ।

tapu

ଆପଣ ମାନଙ୍କ ପାଇଁ ଆମେ ସ୍ୱତନ୍ତ୍ର ଭାବେ ତାଙ୍କର ଆକାଉଣ୍ଟ ଡିଟେଲସ୍ ଯୋଗାଇ ଦେଇଛୁ ଆଉ ଆପଣଙ୍କ ପାଖରେ ଏହା ଅନୁରୋଧ କି ଆପଣଙ୍କ ସଖ୍ୟମତା ଅନୁସାରେ ଆପଣ ଯେତେ ହେଇ ପାରିବ ସାହାଯ୍ୟ କରନ୍ତୁ। ଆପଣଙ୍କର ଏହି ଛୋଟ ସାହାଯ୍ୟ ତାଙ୍କ ପାଇଁ କିଛି ବି ସହାୟତା କରି ପାରେ। ଆପଣଙ୍କର ଏହି ମନୋଭାବ ହି ତାଙ୍କର ଶରୀର ଠିକ କରି ପାରିବ। ତେଣୁ ଆପଣ କିଛି ବି କରନ୍ତୁ।

ତାଙ୍କର କଣ୍ଠସ୍ୱର ସବୁ ଓଡ଼ିଆ ଙ୍କୁ ପସନ୍ଦ ଆଉ ସେ ଓଡିଶା ଫିଲ୍ମ ଜଗତରେ ଜଣେ ଜଣା ଶୁଣା ଗାୟିକା ଅଟନ୍ତି। ତାଙ୍କର କଣ୍ଠସ୍ୱର ସବୁଦିନ ପାଇଁ କିପରି ନ ଲିଭିଯାଉ ତାହା ଆପଣ ପ୍ରୟାସ କରନ୍ତୁ ଆଉ ଯେତିକି ହେଇ ପାରିବ ଆପଣ ଚେଷ୍ଟା କରି ତାଙ୍କର ସହାୟତା କରନ୍ତୁ।

Leave a Reply

Your email address will not be published. Required fields are marked *