ଏହି ଗାଁର ମହିଳାମାନେ ବିନା ବସ୍ତ୍ରରେ ବାହାରେ ବୁଲନ୍ତି । କାରଣ ଆପଣଙ୍କୁ ଚମକେଇଦେବ

aehi

ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି ଏବଂ ସେହି ମଣିଷ ଚନ୍ଦ୍ର ପୃଷ୍ଠରେ ଘର କରିବାର ସ୍ବପ୍ନ ମଧ୍ୟ ଦେଖିଲାଣି ,ହେଲେ ଏବେବି କିଛି ଅନ୍ଧ ବିଶ୍ୱାସ ଓ ପୁରୁଣା ପରମ୍ପରାରେ ବୁଡି ରହିଛି ଏହି ମଣିଷ । ନିଜ ଭାଗ୍ୟ ଏବଂ ଭବିଷ୍ୟକୁ ନେଇ ଆଜିବି ଅଜବ ବିଶ୍ୱାସରେ ଛନ୍ଦି ହୋଇପଡିଥିବା ଏହି ମଣିଷ ସେଥିରୁ ମୁକୁଳି ପାରୁନି । ଏକବିଂଶ ଶତାବ୍ଦୀର କିଛି ଅଦ୍ଭୁତ ଓ କୁଛିତ ପରମ୍ପରା ଏବେବି ଏହି ସମାଜରେ ବଞ୍ଚି ରହିଛି ,ଯାହା ଖୁବ ଆଶ୍ଚର୍ଯ୍ୟ ଜନକ । ଏମିତି ଏକ ପରମ୍ପରା ଅଛି ଯେଉଁଠି ମହିଳା ମାନେ ବର୍ଷକୁ ୫ ଦିନ ଉଲଗ୍ନ ରୁହନ୍ତି ଏବଂ କାହିଁକି ରୁହନ୍ତି ଆସନ୍ତୁ ଜାଣିବା :-
ହିମାଞ୍ଚଳ ପ୍ରଦେଶର ମଣିକର୍ଣ୍ଣ ଘାଟିର ପାଦଦେଶରେ ଏକ ଗାଁ ପିଣୀର ମହିଳା ମାନେ ଏହି ପରମ୍ପରାକୁ ନିଷ୍ଠାର ସହ ଏବଂ କିଛି ନିର୍ଦ୍ଧିଷ୍ଟ ନିୟମରେ ପାଳନ କରିଥାନ୍ତି ।

women

ଏହିଭଳି ପରମ୍ପରା ବର୍ଷକୁ ଥରେ ମାତ୍ର ପାଳନ କରାଯାଇଥାଏ । ଏହି ସମୟରେ ସେମାନେ ପୁରୁଷ ମାନଙ୍କ ସମ୍ମୁଖକୁ ଆସନ୍ତି ନାହିଁ , ଏପରିକି ସ୍ୱାମୀ ଏବଂ ସ୍ତ୍ରୀ ସମ୍ମୁଖକୁ ମଧ୍ୟ ଆସନ୍ତି ନାହିଁ । ଅଗଷ୍ଟ ମାସ ୧୭ ତାରିଖ ରୁ ୨୧ ତାରିଖ ଭିତରେ ଏହି ପିଣୀ ଗାଁର ମହିଳା ମାନେ ଏହି ପରମ୍ପରା ପାଳନ କରିଥାନ୍ତି ।ପରିବାରର ମଙ୍ଗଳ ପାଇଁ ସେହି ମହିଳା ମାନେ ସମ୍ପୂର୍ଣ୍ଣ ଭାବରେ ଉଲଗ୍ନ ରହିଥାନ୍ତି । ଯେଉଁ ମହିଳା ଏହି ପରମ୍ପରା ଠିକ୍ ଭାବେ ପାଳନ କରେନାହିଁ ତାଙ୍କ ପରିବାର ଉପରେ ବହୁତ ବିପଦ ମାଡ଼ିଆସେ ବୋଲି ବିଶ୍ବାସ ରହିଛି। ଏହା ହେଉଛି ଏକ କୁଛିତ ପରମ୍ପରା ହେଲେ ମଧ୍ୟ ଏହି ମହିଳା ମାନେ ଭୟରେ ଏହି ପ୍ରଥାକୁ ଆଜୀବନ ପର୍ଯ୍ୟନ୍ତ ମାନିଥାନ୍ତି। ଏହି ସମୟରେ ବିଶେଷ ପୂଜାର ଆୟୋଜନ ମଧ୍ୟ କରାଯାଇଥାଏ ।

କୌଣସି ବ୍ୟକ୍ତି କାହାର ମନ୍ଦ ଚିନ୍ତା କରନ୍ତି ନାହିଁ,ଏପରିକି ହସନ୍ତି ନାହିଁ ମଧ୍ୟ । ମଦ ଓ ଆମିଷ ଠାରୁ ଦୂରେଇ ରୁହନ୍ତି । ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରିବା ପଛରେ ଏକ ପୌରାଣିକ ତତ୍ୱ ରହିଛି ।ବହୁ ବର୍ଷ ତଳେ ଏକ ରାକ୍ଷସର ଛାଇ ଉକ୍ତ ଗାଁରେ ପଡିଥିଲା।ସୁନ୍ଦର ଲୁଗା ପିନ୍ଧିଥିବା ଲୋକଙ୍କୁ ରାକ୍ଷସ ଆସି ଉଠାଇନେଉଥିଲା । ଗାଁ ଲୋକଙ୍କ ଗୁହାରି ଶୁଣି ଲହୁଆ ଘୋଡା ନାମକ ଜଣେ ଦେବତା ଆସି ରାକ୍ଷସକୁ ବଦ୍ଧ କରିଥିଲେ। ସେହିଦିନ ଠାରୁ ସେହି ଗାଁରେ ଏହି ଦେବତାଙ୍କୁ ପୂଜା କରାଯାଉଛି । ଏପରିକି ଏହି ପରମ୍ପରାକୁ ଅତି ଉତ୍ସାହର ସହ ପାଳନ କରାଯାଉଛି । ଏହି ସମୟରେ ଗାଁକୁ ମାଦକ ଦ୍ରବ୍ୟ ମନା ହୋଇଥାଏ। ଏବଂ ସବୁ ପ୍ରକାରର ଅଧର୍ମ ଜିନିଷ ଠାରୁ ଦୁରେଇକରି ରଖାଯାଇଥାଏ।

woman

ଆଜିର ସମୟରେ ମଧ୍ୟ ଏମିତି କିଛି ପରମ୍ପରା ରହିଛି ଯାହାକି ବହୁତ ବର୍ଷରୁ ପାଳନ କରାଯାଉଛି। ଆଉ ଏମିତି ମନେହୁଏ ଯେମିତିକି ସେମାନେ ଏଇ ଆଧୁନିକ ଯୁଗ ସହ ତାଳଦେଇ ଚାଲିପାରୁ ନାହାନ୍ତି । ସେମାନେ ସେଇ ଅନ୍ଧ ବିଶ୍ୱାସକୁ ନେଇ ବଞ୍ଚି ଆସିଛନ୍ତି ,ବୋଧେ ଆଗକୁ ମଧ୍ୟ ସେମିତି ହିଁ ବଞ୍ଚିବେ।ଏହି ପୁରାତନ ପରମ୍ପରାକୁ ରୋକିବା ପାଇଁ ସରକାର ବହୁ ପ୍ରକାରରେ ଚେଷ୍ଟା କରୁଛନ୍ତି ।

ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *