ସ୍ୱାମୀ ସହ ମନ୍ଦିର ବୁଲି ଜାଇ , ଭିଣେଇ ସହ ଫେରାର ହେଲେ ମହିଳା

swamiii

 

କୁହାଜାଏ ପ୍ରେମ ଅନ୍ଧ , ତାହା କେତେବେଳେ କାହାକୁ ନିଜ ଆଡକୁ ଟାଣି ନିଏ କେହି ଜାଣି ପାରି ନଥାନ୍ତି । ଏହି ପ୍ରେମ ପାଇଁ କିଏ କେଉଁ ସୀମା ଯାଏ ଜାଇପାରେ ତାହା କଳ୍ପନା କରିବା କଷ୍ଟ , ତେବେ କେହି ଏହି ପ୍ରେମ ପାଇଁ ନିଜର ସବୁ ସୀମା ଉଲଙ୍ଘନ କରିଯାଏ ତ କେହି ଏହା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ତେବେ ଏବେ ଏମିତି ଏକ ଖବର ସାମ୍ମାନ୍ନାକୁ ଆସିଛି , ଜାହା ବିଷୟରେ ଜାଣିଲେ ଆପଣ ବିଶ୍ୱାସ ବି କରି ପାରିବେନି । ତେବେ ଆସନ୍ତୁ ଜାଣିବି ସେହି ବିଷୟରେ ।

ସ୍ୱାମୀଙ୍କ ସହ ଯାଇଥିଲେ ମନ୍ଦିର। ଫୁଲ ପ୍ଲାନ ବନେଇ ଯାଇଥିଲେ। ସ୍ୱାମୀଙ୍କ ସହ ଯାଇଥିଲେ ସତ କିନ୍ତୁ ଆଉ ଫେରିନାହାନ୍ତି। ସ୍ୱାମୀ ଅତୁଲ୍ୟ ପୋଲିସ ଥାନାରେ ଏତେଲା ଦେବା ସହ ମୋ ସ୍ତ୍ରୀଙ୍କୁ ଫେରାଇ ଆଣ ବୋଲି ପୁଲିସକୁ ଗୁହାରୀ କରିଛନ୍ତି । ଗତ ସେପ୍ଟେମ୍ୱର ୨୯ରେ ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ମୁକୁନ୍ଦପୁର ପଞ୍ଚାୟତ କାଳିମେଘା ଗାଁର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ମନ୍ଦିର ଯାଇ ଆଉ ଫେରି ନ ଥିବା ଅଭିଯୋଗ ହୋଇଛି।

farar

ତିହିଡ଼ି ବ୍ଲକର କାଳିମେଘା ଗାଁର ସମ୍ପୃକ୍ତ ମହିଳା ନିଜ ସ୍ୱାମୀ ଅମୂଲ୍ୟ ଗ୍ରହାଚାର୍ଯ୍ୟଙ୍କ ସହ ଭଦ୍ରକସ୍ଥିତ ଦକ୍ଷିଣକାଳୀ ମନ୍ଦିର ଯାଇଥିଲେ। ଉଭୟ ପୂଜାର୍ଚ୍ଚନା କରିବା ପରେ ସ୍ତ୍ରୀ ଶୌଚ କରିବାକୁ କହି ବାହାରକୁ ଯାଇଥିଲେ। ତେବେ ଫେରିବା ବିଳମ୍ବ ହେବାରୁ ଅମୂଲ୍ୟ ତାଙ୍କୁ ଫୋନ କରିଥିଲେ । ହେଲେ ସ୍ତ୍ରୀର ମୋବାଇଲ୍ ବନ୍ଦ ଥିବାନେଇ ସନ୍ଦେହ ଉପୁଜିଥିଲା।

୬ମାସ ତଳେ ବୈଦିକ ରିତିନୀତିରେ ବିବାହ କରିଥିଲେ ଅତୁଲ୍ୟ। ବିବାହ ପରେ ମଧ୍ୟ ନିଜ ଭିଣେଇଙ୍କ ସହ ଅନୈତିକ ସଂପର୍କ ରଖୁଥିଲେ। ତେଣୁ ସେ ନିଜ ଭିଣେଇ ସହ ପଳାଇ ଯାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଘର ଛାଡିବା ବେଳେ ସେ ୧୦ ହଝାର ଟଙ୍କା ସହ ୩ଲକ୍ଷ ଟଙ୍କାର ଗହଣା ନେଇ ପଳାଇଛନ୍ତି । ତେବେ ଏହି ବିଷୟରେ ସ୍ୱାମୀ ଥାନାରେ ଏତଲା ଦେବା ସହ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *