ଦୁଃଖ ଖବର:ଏହି ଫିଲ୍ମ ହିରୋଇନ ଆଉ ଆମ ଗହଣରେ ନାହାନ୍ତି ।

rinku

ଆଜିର ଦିନରେ କରୋନା ମହାମାରୀ କେତେଯେ ଭୟଙ୍କର ତାହା ସମସ୍ତେ ଭଲଭାବେ ଜାଣିଥିବେ। ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ ଯୋଗୁ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଧନୀ ଗରିବ ସମସ୍ତେ ଏହି ମହାମାରୀ ସମ୍ମୁଖରେ ସମାନ। ଯିଏ ସଚେତନ ନରହୁଛି ସେ ମୃତ୍ୟୁ ମୁଖରେ ପଡିବା କିଛି ବଡ଼ କଥା ନୁହେଁ। ଏହି ସମୟରେ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ଏହି ମହାମାରୀର ଶିକାର ହୋଇ ମୃତ୍ୟୁ ମୁଖରେ ପଡିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ରିଙ୍କୁ ସିଂ।

rinku

କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଡ଼ାକ୍ତରଖାନା ରେ ଚିକିତ୍ସିତ ହେଉଥିବା ରିଙ୍କୁ ସିଂ ଅକାଳରେ ମୃତ୍ୟୁ ବରଣ କରିଛନ୍ତି। ଏହା ଫଳରେ ବଲିଉଡ ଜଗତର ଅନ୍ୟ ଏକ ତାରା ଲିଭିଯାଇଛି। ଏହି ଘଟଣାରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ସମସ୍ତ ଅଭିନେତା ଅଭିନେତ୍ରୀ ସୋସିଆଲ ମିଡ଼ିଆ ଜରିଆରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ଖୁବ କମ ବୟସରେ ତାଙ୍କର ଅଚାନକ ଏଭଳୀ ମୃତ୍ୟୁ ହୋଇଯିବ ତାଙ୍କ ପରିବାର ଲୋକ ଏହାକୁ ବିଶ୍ୱାସ କରିପାରୁନାହାନ୍ତି।

ସୂଚନା ମୁତାବକ ସେ ମେ ୨୫ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏହାପରେ ସେ ଦୀର୍ଘ ୧୦ ଦିନ ଧରି ଚିକିତ୍ସିତ ହେଉଥିଲେ ମାତ୍ର ତାଙ୍କ ସ୍ୱାସ୍ଥ୍ୟରେ ଅଚାନକ ଅବନତି ଘଟିବାର ଦେଖାଦେଇଥିଲା। ସେଥପାଇଁ ଡକ୍ଟର ମାନେ ମଧ୍ୟ ତାଙ୍କର ଉପଯୁକ୍ତ ଯତ୍ନ ନେବା ସହିତ ତାଙ୍କର ଉପଯୁକ୍ତ ଚିକିତ୍ସା ମଧ୍ୟ କରିଥିଲେ ମାତ୍ର ଶେଷରେ ସେ ଜୀବନ ଯୁଦ୍ଧ ରେ ହାରିଯାଇଥିଲେ ଓ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଖୁବ କମ ବୟସର ହୋଇଥିବାରୁ କେହି କେବେ ଭାବି ନଥିଲେ କି ତାଙ୍କର ମୃତ୍ୟୁ ଘଟିବ ବୋଲି।

rinku

ବଲିଉଡ ଅଭିନେତ୍ରୀ ରିଙ୍କୁ ସିଂ ଜଣେ ଆଗ ଧାଡିର ଅଭିନେତ୍ରୀ ଥିଲେ। ସେ ତାଙ୍କ ଅଭିନୟରେ ସମସ୍ତଙ୍କୁ ମୁଗ୍ଧ କରିବାରେ ସଫଳ ହୋଇଥିଲେ। ସେ ବଲିଉଡ ରେ ଏହି କିଛିଦିନ ତଳେ ଫିଲ୍ମ ଡ୍ରିମ ଗାର୍ଲ ଜରିଆରେ ପଦାର୍ପଣ କରିଥିଲେ ସେ ଏହି ଫିଲ୍ମ ରେ ଗୋଟେ ଛୋଟ ଅଭିନୟରେ ଅଭିନୟ କରିଥିଲେ।ମାତ୍ର ସେ ସେହି ଅଳ୍ପ ଅଭିନୟ ମଧ୍ୟରେ ସମସ୍ତ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ।ତାଙ୍କ ଭିତରେ ଅଭିନୟ କରିବାର ପ୍ରତିଭା ପୂର୍ଣ୍ଣ ହୋଇ ରହିଥିଲା ଯାହା ଫଳରେ ସେ ମାତ୍ର କିଛି ସମୟ ମଧ୍ୟରେ ଦର୍ଶକ ମାନଙ୍କର ପ୍ରିୟ ହୋଇପାରିଥିଲେ।

ଏହି ଫିଲ୍ମର ମୁଖ୍ୟ ଅଭିନୟରେ ଅଭିନୟ କରିଥିବା ଆୟୁଷମାନ ଖୁରାନାଙ୍କର ସେ ମଧ୍ୟ ଜଣେ ଘନିଷ୍ଟ ବନ୍ଧୁ ଥିଲେ। ସେ ନିଜର ସ୍ୱଳ୍ପ ସମୟର ଅଭିନୟ ମଧ୍ୟରେ ସମସ୍ତଙ୍କୁ ମୁଗ୍ଧ କରିବାରେ ସଫଳ ହୋଇଥିଲେ।ସେ ନିଜର ପ୍ରତିଭା ବଳରେ ଖୁବ କମ ବୟସରେ ବଲିଉଡ ଜଗତରେ ପାଦ ରଖିବାରେ ସଫଳ ହୋଇଥିଲେ ମାତ୍ର ଭାଗ୍ୟ କିଛି ଅଲଗା ଚାହୁଁଥିଲା ସେଥିଲାଗି ସେ ଆଜି ଆମ ଗହଣରେ ନାହାନ୍ତି। ଆମେ ଭଗବାନଙ୍କ ନିକଟରେ ପ୍ରଥମ କରିବା କି ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ତାଙ୍କ ପରିବାରକୁ ସାହା ହୁଅନ୍ତୁ ଏହି ଦୁଃଖ ସମୟରେ।

Leave a Reply

Your email address will not be published. Required fields are marked *