ତପୁ ମିଶ୍ରଙ୍କର ଶେଷ ଜନ୍ମଦିନ ପାଳନ। ଭାଇରାଲ ହେଉଛି ଭିଡିଓ ।

ଯେପରିକି ଆମେ ଜାଣିଲୁ କି ଓଡ଼ିଆର ଜଣେ କିମ୍ବଦନ୍ତୀ ଗାୟିକା ତପୁ ମିଶ୍ର ଆଉ ଆମ ଗହଣରେ ନାହାନ୍ତି। ବହୁତ ଦିନରୁ କୋଭିଡରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିବା ସମୟରେ ଜୁନ ୧୯ ତାରିଖର ବିଳମ୍ବିତ ରାତିରେ ମୃତ୍ୟୁ ବରଣ କଲେ ତପୁ। ତାଙ୍କର ଅବସ୍ଥା ଟିକେ ସୁଧୁରୀ ଆସୁଥିଲେ ବି ତାଙ୍କର ଅକ୍ସୀଜେନ ସ୍ତର କମିଗଲା ଆଉ ତାହା ପରେ ସେ ମୃତ୍ୟୁ ବରଣ କଲେ।

ଏବେ ତାଙ୍କ ଭଳି ଜଣେ ଏତେ ବଡ଼ ତଥା ଲୋକପ୍ରିୟ ଗାୟିକାଙ୍କ ହରେଇ ସାରା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ହାହାକାର କରୁଛି ଆଉ ସମସ୍ତେ, ଅଭିନେତା, ତାଙ୍କର ସାଥି ଗାୟକ ଗାୟିକା ତଥା ଅନ୍ୟାନ୍ୟ ଲୋକ ବି ଏବେ ଶୋକରେ ଅଛନ୍ତି। ତାଙ୍କର ସ୍ଥାନ ଆଉ କାହାରି ଦ୍ୱାରା ନେଇ ହେବ ନାହିଁ ବୋଲି ଆମେ ସମସ୍ତେ ଜାଣୁ। ତାଞ୍ଜର ପରିବାର ଲୋକ ବି ହାହାକାର କରୁଛନ୍ତି।

tapu

ତେବେ ଆମେ ଜାଣୁ କି ସେ କେତେ ଅଧିକ ଲୋକପ୍ରିୟ ଥିଲେ ଆଉ ଓଡ଼ିଆର ଅନେକ ଫିଲ୍ମ ମାନଙ୍କରେ ଗୀତ ଗାଇବା ସହ ଅନେକ ଧାରାବାହିକ ମାନଙ୍କରେ କଣ୍ଠଦାନ କରି ଥିଲେ ତପୁ ମିଶ୍ର। ତାଙ୍କର ବିଯୋଗ ରେ ସାରା ଓଡ଼ିଆ ଇଣ୍ଡଷ୍ଟ୍ରି ଯେତିକି ଦୁଃଖ ପ୍ରକାଶ କରିନାହିଁ ତାହାର ଦୁଇଗୁଣ ଅଧିକ ଦୁଃଖ ପ୍ରକାଶ କରିଛନ୍ତି ତପୁଙ୍କର ସ୍ୱାମୀ ଦୀପକ ପୂଜାରୀ। ଅନେକ ସେଭଳି ଫୋଟୋ ପୋଷ୍ଟ କରି ସେ ନିଜର ଦୁଃଖ ଜାହିର କରିଛନ୍ତି ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ। ତପୁଙ୍କ ସହ ନିଜର ଶେଷ ବାର୍ଥଡେ ସେଲିବ୍ରେସନ କରି ନିଜର ସମସ୍ତ ଫୋଟୋ ପୋଷ୍ଟ କରିଥିଲେ ଦୀପକ।

ତପୁଙ୍କ ସହ ତାଙ୍କର ଶେଷ ଜନ୍ମଦିନ କେତେ ମଜା ଦାୟକ ଥିଲା ତଥା ତାହା ଭିତରେ ସେ କେତେ ଅଧିକ ସେଲିବ୍ରେସନ କରିଥିଲେ ତାହାର ସମସ୍ତ ଫୋଟୋ ଆପଣ ତାଙ୍କ ସୋସିଆଲ ମିଡ଼ିଆରୁ ପାଇ ପାରିବେ। କିଏ ଅବା ଜାଣିଥିଲା କି ତାଙ୍କର ଏହା ଶେଷ ସେଲିବ୍ରେସନ ହେବ ବୋଲି। ଏହି ସନସ୍ତ ଫୋଟୋ ଦେଖିବା ପରେ ଆପଣଙ୍କ ଆଖିରୁ ବି ଲୁହ ଆସି ଯାଇପାରେ।

tapu m

କିଏ ଅବା ଜାଣିଥିଲା କି ତପୁ ଆଉ ତାଙ୍କ ସହ କେବେ ବି ଜନ୍ମଦିନ ସେଲିବ୍ରେସନ କରି ପାରିବେ ନାହିଁ ଆଉ କେବେ ବି ଇଣ୍ଡଷ୍ଟ୍ରି ଭିତରକୁ ଆସି ତାଙ୍କର କଣ୍ଠଦାନ ଆଉ କରି ପାରିବେ ନାହିଁ। ଅଥବା କିଏ ଆଉ ଜାଣିଥିଲା କି ତପୁଙ୍କ କଣ୍ଠ ଆଉ ଆମେ କେବେ ବି ଶୁଣିପାରିବା ନାହିଁ। ଯେତିକି ଦୁଃଖ ଏହି ଇଣ୍ଡଷ୍ଟ୍ରିର ଲୋକ ମାନଙ୍କୁ ହେଇଛି ତାହାଠାରୁ ଅଧିକ ଦୁଃଖର ଭାରା ଛିଡି ପଡିଛି ତାଙ୍କର ସ୍ୱାମୀ ଦୀପକ ପୂଜାରୀଙ୍କ ଉପରେ ।

ଏହାର ବାସ ଗୋଟେ ମାସ ଆଗରୁ ହି ନିଜର ବାପାଙ୍କୁ ହରେଇଥିଲେ ତପୁଙ୍କର ପରିବାର । ଏହା ଏକ ବହୁତ ବଡ଼ ଦୁଃଖର କାରଣ ଅଟେ। ଆଉ ଏହାପରେ ବି ସେମିତି ହି ଅବସ୍ଥାରେ ଚିକିତ୍ସାଧୀନ ହେଇ ମୃତ୍ୟୁ ବରଣ କଲେ ତପୁ। ଏହା ତାଙ୍କ ପରିବାର ଉପରେ ଦୁଃଖର ଭାରା ଛିଡି ପକାଇଛି। ଏହା ହି କାରଣ କି ତାଙ୍କ ପରିବାର ପାଖକୁ ଆମ ସମସ୍ତଙ୍କର ଆଶା ତଥା ପ୍ରାର୍ଥନା ରହିଛି।

Leave a Reply

Your email address will not be published. Required fields are marked *