ସ୍ୱରାଜ ବାରିକ ଏପରି କାମ କଲେ ଯାହା ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ।

Swaraj

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।

ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ସେପରି ଜଣେ ବଡ଼ ଅଭିନେତାଙ୍କର ଖବର ନେଇକି ଆସିଛୁ ଯାହାଙ୍କର ଏକ ବଡ଼ କାର୍ଯ୍ୟ ଆମ ସଭିଙ୍କର ହୃଦୟ ଜିତି ନେଇଛି। ଆଜି ଆମେ ଆପଣଙ୍କ ପାଖରେ ଓଡ଼ିଆ ଫିଲ୍ମ ଅଭିନେତା ସ୍ୱରାଜଙ୍କର ଖବର ନେଇକି ଆସିଛୁ ଯାହାଙ୍କର ଏକ ବହୁତ ବଡ଼ କାର୍ଯ୍ୟ ସଭିଙ୍କୁ ବହୁତ ପ୍ରଭାବିତ କରିବ। ତାଙ୍କର ଏହି କାର୍ଯ୍ୟଦ୍ୱାରା ସଭିଙ୍କ ଆଖିରେ ଲୁହ ଆସିଯିବ। ତେବେ କଣ ରହିଛି ତାହା ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

Swaraj

ଆପଣ ଅଭିନେତା ସ୍ୱରାଜ ବାରିକଙ୍କ ବାବଦରେ ତ ନିଶ୍ଚୟ ଜାଣିଥିବେ। ଜଣେ ଶିଶୁ ଅଭିନେତା ଭାବେ ଓଡ଼ିଆ ଧାରାବାହିକ ମାନଙ୍କରେ ନିଜର ପ୍ରବେଶ ଜାରି କରିଥିଲେ ସ୍ୱରାଜ। ତାହା ପରେ କିଛି ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରେ ବି ଜଣେ ସୁନାମଧନ୍ୟ ଶିଶୁ ଅଭିନେତା ଭାବେ ସେ ପଦାର୍ପଣ କରିଥିଲେ। ମାତ୍ର ତାହା ପରେ ସେ ନିଜର ପ୍ରାପ୍ତ ବୟସରେ ତୁ ମୋ ଲଭ ଷ୍ଟୋରୀ ଫିଲ୍ମ ସାହାଯ୍ୟରେ ଫିଲ୍ମ ଦୁନିଆରେ ନିଜର କାୟା ବିସ୍ତାର କରିଥିଲେ। ମାତ୍ର ତାହା ପରେ ସେ ବହୁତ ଲୋକପ୍ରିୟତା ଲାଭ କରିଥିଲେ ଆଉ ଆଜି ସେ ଓଡ଼ିଶାର କିଛି ସବୁଠୁ ଲୋକପ୍ରିୟ ଅଭିନେତା ମାନଙ୍କ ଭିତରୁ ଜଣେ ଆଟନ୍ତି।

ଏବେ ଯାହା ଦେଖା ଦେଇଛି କି ସ୍ୱରାଜ ଜଣେ ଛୋଟ ଝିଅଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି କୋଭିଡ କାଳରେ ଅନେକ ଲୋକ ମାନଙ୍କର ଅନେକ କିଛି ହାରି ଯାଇଛି। ଏହି ସମୟରେ ଜଣେ ଛୋଟ ଅର୍ଥାତ ୭ ବର୍ଷର ଝିଅଙ୍କର ପିତା ମାତାଙ୍କର ମୃତ୍ୟୁ ହେଇ ଯାଇଛି। ଏହି ସମୟରେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସ୍ୱରାଜ ବାରିକ। ସେହି ଛୋଟ ଝିଅର ପିତା ମାତାଙ୍କର ଦେହାନ୍ତ ପରେ ସେହି ଝିଅ ଜଣକ ତାଙ୍କର ମାତ୍ର ୪ ମାସର ଛୋଟ ଭାଇର ସବୁ ଲାଳନ ପାଳନ କରୁଥିବାର ନଜର ଆସିଲେ। ତାଙ୍କର ଏହି ଭିଡିଓ ବହୁତ ଅଧିକ ଭାଇରାଲ ହେଲା ସୋସିଆଲ ମିଡିଆରେ।

gi

ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ସେହି କୁନି ଝିଅଙ୍କର ସବୁ ଲାଳନ ପାଳନ ଖର୍ଚ୍ଚ ଉଠାଇବା ପାଇଁ ସ୍ଥିର କଲେ ସ୍ୱରାଜ। ତାଙ୍କର ଲାଳନ ପାଳନର ଦାୟିତ୍ତ୍ୱ ତଥା ତାଙ୍କର ସବୁ ଖାଦ୍ୟ ଖର୍ଚ୍ଚ ବି ଉଠାଇବା ପାଇଁ ପ୍ରସ୍ତୁତ ଅଛନ୍ତି ସ୍ୱରାଜ। ଏହା କରିବେ ବୋଲି କହିଛନ୍ତି ସ୍ୱରାଜ ଆଉ ତାହା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହା ସହିତ ସେ ଏହି ଝିଅଙ୍କ ଯାଇ ତାଙ୍କ ଘରେ ଭେଟିବେ ବୋଲି ମଧ୍ୟ କହିଛନ୍ତି। ତାଙ୍କର ଏହି କାର୍ଯ୍ୟ ପ୍ରକୃତରେ ହୃଦୟସ୍ପର୍ଶୀ ଅଟେ।

Leave a Reply

Your email address will not be published. Required fields are marked *