ଗାୟିକା ତପୁ ମିଶ୍ରଙ୍କର ଶେଷ ଭିଡିଓ। ମରିବା ପୁର୍ବରୁ ରଜ କୁଇନ ବିଷୟରେ ଏମିତି କହିଥିଲେ ।

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ସେପରି ଜଣେ ବଡ଼ ଗାୟିକାଙ୍କର ଖବର ନେଇକି ଆସିଛୁ ଯାହାଙ୍କର ବିୟୋଗ ଆମକୁ ତଥା ସମଗ୍ର ଓଡିଶା ବାସୀଙ୍କୁ ଶୋକର ଛାୟାରେ ବୁଡାଇ ଦେଇଛି। ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଓଡ଼ିଶାର ଜଣେ ସୁନାମଧନ୍ୟ ଗାୟିକା ତପୁ ମିଶ୍ରଙ୍କ ବାବଦରେ।

ଏହି ଖବର ଭିତରେ ଆମେ କହିବୁ ତପୁ ମିଶ୍ରଙ୍କର ସିଧା ପ୍ରସାରଣ ଏକ ଭିଡିଓ ବାବଦରେ ଯାହା ଭିତରେ ସେ ସମର୍ଥକ ମାନଙ୍କ ସହ କଥା ହେଉ ଥିବାର ଦେଖାଗଲେ ଆଉ ତାଙ୍କର କିଛି ପ୍ରଶ୍ନର ଜବାବ ଦେଉଥିବାର ଦେଖାଗଲେ।

tapu

ତାଙ୍କୁ ଜଣେ ଦର୍ଶକ ପ୍ରଶ୍ନ କଲେ, ” ମ୍ୟାମ ଆପଣ ରିଆଲିଟି ଶୋ ମାନଙ୍କ ବାବଦରେ କିଛି କୁହନ୍ତୁ ଆଉ ସେଠାରେ ଆପଣ କିପରି ତାଙ୍କର ପ୍ରଶଂସା କରନ୍ତି ତାହା କୁହନ୍ତୁ।” ଏହାର ଜବାବରେ ତପୁ କହିଲେ, ” ଆପଣମାନେ ମୋତେ ଦେଖିଥିବେ କି ମୁ ରିଆଲିଟି ଶୋ ମାନଙ୍କରେ ମିଛ ପ୍ରଶଂସା କେବେ ବି କରନା। କାରଣ ମୁଁ ଜଣେ ଜଜ୍ ଆଉ ସେଠାରେ ବସିଛି ମାନେ ସେହି ପିଲା ମାନଙ୍କୁ ଠିକ ରାସ୍ତାରେ ନେବା ମୋର କର୍ତ୍ତବ୍ୟ ଅଟେ। ତେଣୁ ମୁ ସେମାନଙ୍କୁ ସିଧା ସିଧା କୁହେ। ଭୁଲ ହେଇଥିଲେ କୁହେ, ଠିକ ହେଇଥିଲେ ମଧ୍ୟ ତାଙ୍କୁ କୁହେ। ”

ତାହାପରେ ଜଣେ ତାଙ୍କୁ ପଚାରିଲେ କି, ” ମ୍ୟାମ ଆପଣଙ୍କ ପାଖରେ କଣ ଗୀତ ଶିଖେଇବାର ସମୟ ନାହିଁ?” ତ ଏହାର ଜବାବରେ ତପୁ କହିଲେ କି “ମୋ ପାଖରେ ସମୟ ନାହିଁ। ମୋତେ ବହୁତ ଅଫର ଆସୁଛି ସଙ୍ଗୀତ ଶିଖେଇବାର ମାତ୍ର ମୁ ଶିଖେଇ ପାରୁନାହିଁ। ଯିଏ ଜୀବନରେ ସିଙ୍ଗର ହେବାକୁ ଚାହୁଁଛି ସେ ମୋର ୟୁ ଟ୍ୟୁବ ଚ୍ୟାନେଲକୁ ଫୋଲୋ କରି ପାରିବ। ସେଠାରେ ହି ମୁ ଭଲ ଭଲ ରାସ୍ତା କହିଛି।”

tapu mishra

ତାହାପରେ ତାଙ୍କୁ ଜଣେ ପଚାରିଲେ , ” ଆପଣ କଣ ସବୁବେଳେ ଏପରି ସିଧା ସିଧା କଥା କୁହନ୍ତି?” ଏହାର ଜବାବରେ ତପୁ କହିଲେ କି, ” ମୁ ସିଧା ସିଧା କଥା କହିବାକୁ ହି ପସନ୍ଦ କରେ। କାରଣ ମୁଁ ସେପରି ନୁହଁ କି ସିଧା କଥା କହିପାରିବି ନାହିଁ, ମାତ୍ର ମୁ ସର୍ବଦା ସିଧା ସିଧା କଥା ହି କହିଥାଏ। ଆଉ ଯେତେବେଳେ ଦରକାର ପଡେ ମୁ ମୋର ଆବାଜ ଉଠାଏ।”

ଏହାପରେ ତାଙ୍କୁ ଜଣେ ପଚାରିଲେ, ” ମ୍ୟାମ ଆପଣ ମେକ ଅପ କଣ ଲଗାଇଛନ୍ତି?”

ଏହାର ଜବାବରେ ତପୁ ମିଶ୍ର କହିଲେ, ” ମୁ ସବୁବେଳେ ମେକ ଅପ ଲାଗେଇବାକୁ ପସନ୍ଦ କରନା ଆଉ ମୁଁ ଅଧିକ ଦରକାର ପଡ଼ିଲେ ହି ମେକ ଅପ ନିଏ। ଏବେ ବି ମୁ ଏଠାରେ ଘରେ ବସିଛି ତ ବିନା ମେକ ଅପରେ ହି ବସିଛି। ମୁ ମୁହଁରେ କିଛି ବି ଲଗାଇ ନାହିଁ।”

Leave a Reply

Your email address will not be published. Required fields are marked *