ଗାୟିକା ତପୁ ମିଶ୍ରଙ୍କର ଶେଷ ଭିଡିଓ। ସୋସିଆଲ ମିଡିଆରେ ବହୁତ ଜୋରରେ ହେଉଛି ଭାଇରାଲ

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ସେପରି ଜଣେ ବଡ ଗାୟିକାଙ୍କର ଖବର ନେଇକି ଆସିଛୁ ଯାହାଙ୍କର ଦେହାନ୍ତ ଆଜି ସମଗ୍ର ଓଡିଶାକୁ ଶୋକରେ ବୁଡାଇ ଦେଇଛି। ତେବେ ଆସନ୍ତୁ ଜାଣିବା।

tapu

ଆଜି ଆମେ କହିବାକୁ ଯାଉଛୁ ଓଲିଉଡର ଜଣେ ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ବାବଦରେ। ଆପଣ ଯେପରିକି ଜାଣନ୍ତି କି ବର୍ତ୍ତମାନ ସମୟରେ ତାଙ୍କର ଦେହାନ୍ତ ହେଇ ଗଲା ଆଉ ଏତେ କମ ବୟସରେ ସେ ଆମକୁ ଛାଡି ଚାଲିଗଲେ ଏକ ଶୁନ୍ୟ ଦୁନିଆକୁ। ତାଙ୍କର ମୃତ୍ୟୁ ପୂର୍ବରୁ ଯେତେବେଳେ ତାଙ୍କ ଦେହ ଏତେ ଭଲ ନଥିଲା ତ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିଲେ। ବହୁତ ସମୟରେ ସେ ନିଜ ପେଜ ରେ ଲାଇଭ ଆସୁଥିଲେ ଆଉ ତାଙ୍କ ଦର୍ଶକ ତଥା ସମର୍ଥକ ମାନଙ୍କ ସହ ମିଶିବାକୁ ତଥା କଥା ହେବାକୁ ଚେଷ୍ଟା କରିଥିଲେ। ତେବେ ଆଜି ଆମେ ଆପଣଙ୍କ ପାଖରେ ତାଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ ନେଇକି ଆସିଛୁ ଯାହା ଭିତରେ ସେ ନିଜର ଦର୍ଶକ ମାନନ୍କ ସହ ତାଙ୍କ ସ୍ୱାମୀଙ୍କ ବାବଦରେ କଥା ହେଉଥିଲେ।

ତପୁଙ୍କୁ ଜଣେ ଦର୍ଶକ ପଚାରିଲେ କି ତାଙ୍କ ସ୍ବାମୀ ଆଉ ତାଙ୍କ ଭିତରେ କିପରି କଣ ସଙ୍ଗୀତକୁ ନେଇ ଚର୍ଚ୍ଚା ହୁଏ। ଏହାର ଜବାବରେ ତପୁ କହିଲେ, ” ମୋ ସ୍ୱାମୀ ଜଣେ ବହୁତ ବଡ଼ ସଙ୍ଗୀତ ପ୍ରେମୀ ଅଟନ୍ତି। ମୋ ଠାରୁ ଅଧିକ ସଙ୍ଗୀତ ସେ ଶୁଣନ୍ତି ଆଉ ଭଗବାନ ଆମର ଜତି ଠିକ ମିଳାଇଛନ୍ତି କାରଣ କିଛି ବୁ ନୂଆ ଗୀତ ଆସିଲେ ସେ ପ୍ରଥମେ ମୋତେ ଖବର ଦିଅନ୍ତି ଆଉ ସେହି ଗାୟକ ଅଥବା ଗାୟିକାଙ୍କ ବାବଦରେ ପଚାରନ୍ତି।”

tapu mishra

ଏହାପରେ ତାଙ୍କୁ ଜଣେ ଦର୍ଶକ ପଚାରିଲେ, ” ଦୀପକ ଭାଇ କିପରି ଅଛନ୍ତି?” ଏହାର ଜବାବରେ ତପୁ କହିଲେ, ” ଦୀପକ ଭାଇ ବହୁତ ଭଲ ଅଛନ୍ତି ଆଉ ସେ ନିଜର କାମ କରୁଛନ୍ତି। ଆମେ ଏଥର ହୋଲି ଖେଳିଲୁ କାରଣ ଆର ଥର ଆମେ ମୁମ୍ବାଇରେ ଲକଡାଉନ ପାଇଁ ରହିଗଲୁ ଆଉ କିଛି ହେଇପାରିଲା ନାହିଁ। ଏଥର ଘରେ ରହିଲୁ ତ ହୋଲି ଜମେଇକି ଖେଳିଲୁ।”

ତା ପରେ ଜଣେ ପଚାରିଲେ,” ଆପଣଙ୍କ ଡ୍ରିମ ପ୍ରିନ୍ସ ଚାର୍ମୀଂ କିଏ?”

ଏହି ପ୍ରଶ୍ନର ଉତ୍ତର ତପୁ ମଜାଳିଆ ଢଙ୍ଗରେ ଦେଲେ ଆଉ କହିଲେ, ” ଆଉ କଣ ଡ୍ରିମ ପ୍ରିନ୍ସ ଚାର୍ମୀଂ କେହି ବାକି ଅଛି କି? ଯିଏ ଥିଲେ ତାଙ୍କୁ ବିବାହ କରିସାରିଛି। ଏ କି ପ୍ରକାର ପ୍ରଶ୍ନ ଅଟେ, ଏହା ସେହି ପରି କଥା କି ରାମାୟଣ ସରିବା ପରେ ଆପଣ ପଚାରିବେ କି ସୀତା କିଏ ଆଉ ତାଙ୍କ ସ୍ବାମୀ କିଏ। ଆଜି ମୁ ଚିକେନ୍ ଭାତ ତଥା ଚିଙ୍ଗୁଡ଼ି ଖାଇ ଦେଇଛି।”

Leave a Reply

Your email address will not be published. Required fields are marked *