ରଜ ପର୍ବ:-ଭୁଲରେ କରନ୍ତୁ ନାହିଁ ଏହି କାମ।

ପବିତ୍ର ରଜପର୍ବ ସାରା ଓଡ଼ିଶାରେ ବଡ଼ ଧୂମ ଧାମରେ ପାଳନ କର ଯାଇଥାଏ। ଏହାକୁ ଜୁନ ମାସ ୧୪ ତାରିଖ ଦିନ ସବୁ ଘର ମାନଂକରେ ପାଳନ କର ଯାଏ ଆଉ ଜୁନ ମାସ ୧୫ ତାରିଖ ଦିନ ରଜ ସଂକ୍ରାନ୍ତି ପାଳନ କରା ଯାଇଥାଏ। ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ତଥ୍ୟ ନେଇକି ଆସିଛୁ ଯାହା ଆପଣଙ୍କ ପାଇଁ ବହୁତ ଦରକାରୀ ହେଇ ଥାଏ। ଆଜି ଆମେ ଏପରି କିଛି କାମ କହିବୁ ଯାହା ଆପଣଙ୍କୁ ରଜ ଦିନ କରିବା ଜମା ବି ଉଚିତ ନୁହଁ ନହେଲେ ସର୍ବନାଶ ହେବ।

raja

ହିନ୍ଦୁ ଧର୍ମରେ ରଜ ସଂକ୍ରାନ୍ତି କୁ ବହୁତ ମହତ୍ତ୍ୱ ଦିଆ ଯାଇଥାଏ। ଏହିଦିନ ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗ କରି ମିଥୁନ ରାଶିରେ ପ୍ରବେଶ କରିଥାନ୍ତି ଆଉ ତାହା ସହ ତା ପରଦିନକୁ ମିଶାଇ ମୋଟ ତିନି ଦିନ ରଜ ସଂକ୍ରାନ୍ତି ପାଳନ କରା ଯାଇଥାଏ। ତେବେ ରଜ ସଂକ୍ରାନ୍ତି କୁ ମିଥୁନ ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ ଯୋଗୁଁ ରଜ କୁହା ଯାଇଥାଏ। ଶାସ୍ତ୍ର ଅନୁସାରେ କେଉଁ ମହିଳାର ଋତୁସ୍ରାବର ପ୍ରଥମ ଦିନରେ ଚଣ୍ଡାଳି, ବ୍ରହ୍ମ ଘାତିନି ତଥା ରାଜକି ହେଇଥାଏ ଆଉ ଚତୁର୍ଥ ଦିନରେ ଭ୍ରମିନି, ଆଉ ସୂତ୍ର ହେଇଥାଏ। ତେଣୁ ଆପଣ ରଜ ସଂକ୍ରାନ୍ତିର ଏହି ଦିନ ମାନଙ୍କରେ ଏହି କାମ ବିଲକୁଲ ବି କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା କି ରଜ ସଂକ୍ରାନ୍ତି ରେ ଆପଣଙ୍କୁ କେଉଁ ସବୁ କାମ କରିବା ଉଚିତ ନୁହଁ।

୧:- କୁମାରୀ ମାନଙ୍କ ପାଇଁ ଶାସ୍ତ୍ରରେ କୁହାଯାଇଛି କି ସେମାନେ ରଜ ସଂକ୍ରାନ୍ତିର ଚାରି ଦିନରେ ଖାଲି ପାଦରେ ଧରଣୀ ଉପରେ ଚାଲିବା ଉଚିତ ନୁହଁ। ଏଥିପାଇଁ ହିଁ ସେମାନଙ୍କ ପାଇଁ ଦୋଳିର ବ୍ୟବସ୍ତା କରା ଯାଇଛି ଆଉ ତାହା ଯଦି ସମ୍ଭବପର ନ ହୁଏ ତେବେ ସେମାନଙ୍କୁ ଜୋତା, ଚପଲ ଅଥବା କଦଳୀ ପତ୍ରର ଚପଲ ପିନ୍ଧି ଚାଲିବା ଉଚିତ।

୨:- ଦ୍ୱିତୀୟ କାମ ହେଉଛି କୃଷକ ମାନଙ୍କ ପାଇଁ। ସବୁ କୃଷକ ମାନେ ତିନି ଦିନ ପାଇଁ ଭୂମି ଉପରେ କିଛି ବି ଅତ୍ୟାଚାର କରିବା ଉଚିତ ନୁହଁ। ଏହି ତିନିଦିନ ସେମାନଙ୍କୁ ଭୂମିକୁ ଆରାମ ଦେବା ଉଚିତ କାରଣ ବସୁଧା ମା ଏହି ତିନି ଦିନ ରାଜଶ୍ୱାଳ ଅବସ୍ଥାରେ ଥାଆନ୍ତି ତେଣୁ ଭୂଖଣ୍ଡନ କରିବା ଅନୁଚିତ ଅଟେ।

raja

୩:- ତୃତୀୟରେ ମହିଳା ମାନେ ଭୁଲ ରେ ବି ଏହି ତିନି ଦିନରେ ଚୁଲି ଜଳାଇବା ଅନୁଚିତ ଅଟେ। ଆପଣଙ୍କୁ ରଜ ପୂର୍ବ ଦିନ ସବୁ ପିଠା ପଣା କରିବା ଉଚିତ ଆଉ ସେଦିନ କିଛି ବି କାର୍ଯ୍ୟ କରିବା ଉଚିତ ନୁହଁ।

୪:- ରଜରେ ଭୁଲ ରେ ବି ଆପଣ ପିଆଜ, ରସୁଣ ଅଥବା ଆମିଷ ଖାଇବା ଉଚିତ ନୁହଁ। ଏହି ସମସ୍ତ କାମସିକ ଖାଦ୍ୟ ହେଇଥାଏ ଆଉ ତାହା ଆପଣଙ୍କୁ ଅପବିତ୍ର କରି ଥାଏ। ତେଣୁ ଏହା ଆପଣ ବର୍ଜନ କରନ୍ତୁ।

୫:- ରଜ ସଂକ୍ରାନ୍ତି ଦିନ ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣ କାହାରି ଉପରେ ରାଗନ୍ତୁ ନାହିଁ ଆଉ ଖରାପ ସମାଲୋଚନା କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *