ଏହି ଦିନ ହେବ କଳିଯୁଗର ଅନ୍ତ।ନିଜକୁ ସର୍ବଦା ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ।

ଆଜି ଆମେ ଆପଣଙ୍କ ପାଖରେ ଏକ ଅତ୍ୟନ୍ତ ଶିକ୍ଷଣୀୟ କଥା ନେଇକି ଆସିଛୁ ଯାହାକୁ ଶୁଣିବା ପରେ ଆପଣ ନିଶ୍ଚୟ ଭାବିବେ କି ଏହା ଭିତରେ ଅନେକ କିଛି ଶିଖିବାର ଅଛି। ଆଜି ଆମେ ଆପଣଙ୍କ ପାଖରେ କିଛି ବୈଦିକ ଚେତନା ନେଇକି ଆସିଛୁ ଆଉ ତାହା ହୁଏତ ଆପଣଙ୍କର ପଥ ବଦଳାଇ ପାରେ। ଆପଣ ଜୀବନରେ କାହାରିକୁ କଷ୍ଟ ଦିଅନ୍ତୁ ନାହିଁ।କଥାରେ ଅଛି କି ,” କଷ୍ଟ ଦିଅନାହିଁ ହୃଦୟକୁ କାହାର
ହୃଦୟ ଅଟେ ପରା ପ୍ରଭୁଙ୍କ ମନ୍ଦିର” ଅର୍ଥାତ ଆପଣ କାହାରି ହୃଦୟ ଭିତରେ ଦୁଃଖ ଦିଅନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ କ୍ଷତି କାରକ ହେଇପାରେ। ଆପଣ ଅନ୍ୟ ମାନଙ୍କର ଉପକାର କରନ୍ତୁ ଆଉ ତାହା ହୁଏତ ଆପଣଙ୍କର ଉପକାରରେ ଲାଗି ପାରିବ। ଆଜି ଆମେ ଆପଣଙ୍କ ଏକ ଉଦାହରଣ ଦେଇ ବୁଝାଇବୁ।

krishan

ଆମେ ଥରେ ବଜାର ଉପରେ ଆସୁଥିଲୁ ଆଉ ତାହା ସାମ୍ନାରେ ଆମେ ଦେଖିଲୁ ଜଣେ ଦୋକାନୀ ଯିଏ କି କାକୁଡି ବିକ୍ରି କରୁଥିଲା। ସେ କାକୁଡିର ମୁଣ୍ଡ କାଟିଦେଲା, ତାହା ପରେ ତାର ଚୋପା ଛଡାଇ ଦେଲା ଆଉ ତାହାପରେ ସେ ତାର ପେଟକୁ ଚିରି ତାହା ଭିତରେ ଲଙ୍କା ତଥା ଲୁଣ ଇତ୍ୟାଦି ଦେଇ ଆର ଜଣକୁ ଖାଇବାକୁ ଦେଲା। ମୁଁ ନିଜ ମନେ ମନେ ଏହା ଭାବିଲି କି କାକୁଡି ଯାହା କି ଆମର ଏତେ ଅଧିକ ଉପକାର କରୁଛି ତାହା ଉପରେ ଏତେ ଅତ୍ୟାଚାର କାହିଁକି? ତେବେ ତାହାର ଉତ୍ତର ମୋତେ ମିଳିଲା କି କାକୁଡି ସହ ସବୁ ତ ଠିକ ଥିଲା ବାସ ତାହାର ମୁଖ ଟିକେ ପିତା ଥିଲା ଅର୍ଥାତ ତାହାର ମୁଖ ସେତିକି ସୁନ୍ଦର ନଥିଲା ଯାହାକୁ କି ଆଉ କେହି ପସନ୍ଦ କରିପାରିବ। ତେଣୁ ଏହା ତାହାର କଷ୍ଟର କାରଣ ହେଲା।

ଅର୍ଥାତ ଆପଣ ଯେତେ ମିଠା ଆପଣେଇବେ ତଥା ମିଠା କଥା କହିବେ ସେତେ ଯାଏ ଭଗବାନ ଆପଣଙ୍କର ସାହାଯ୍ୟ କରିବେ। ଆଜିକାଲି ତ କଳିଯୁଗ ଆଉ ମନୁଷ୍ୟ ମିଠା ଠାରୁ ଦୂରେଇ ଯାଇଛି ଅର୍ଥାତ ସବୁ ଘର ମାନଙ୍କରେ ତ ମଧୁମେୟ ରୋଗ ଯାହା କି ମନୁଷ୍ୟକୁ ମିଠା ଠାରୁ ଦୂରରେ ରଖୁଛି ତେଣୁ ମନୁଷ୍ୟ ଆଉ ମିଠା କହିବା ଭୁଲିଯାଇଛି। ଏହି ମହାମାରୀ ସମୟରେ ମନୁଷ୍ୟ କେତେଦିନ ବଞ୍ଚିବ ତାହାର ବି ଠିକ ଠିକଣା ନାହିଁ ତଥାପି ମନୁଷ୍ୟ ନିଜର ଅହଂକାରର ବଶବର୍ତ୍ତୀ ହେବାରେ ଲାଗିଛି।

krishan

ଆଜି ସମୟ ଏପରି ହେଇଯାଇଛି କି ଶବକୁ ଠିକଣା ରଖିବାକୁ ଯାଇ ମଣିଷ ନିଜେ ହି ଶବ ପାଲଟି ଯାଉଛି। ହୁଏତ ଏହା ହେଇପାରେ କି ଆମେ ନିଜର ଦାୟିତ୍ତ୍ୱ ଠିକ ରଖିବା, ନିଜକୁ ବଦଳାଇବା, ପ୍ରଭୁଙ୍କର ଉପାସନା କରିବା ତଥା ପ୍ରଭୁଙ୍କ ନାମରେ ସଭିଙ୍କ ଉପକାର କରିବା। ହୁଏତ ଆମେ ଆଗକୁ ମିଠା କଥା କହିବା ତଥା ମିଠା ମିଠା ଜୀବନ ଯାପନ କରିବା ଆଉ ନିଜକୁ ବଦଳାଇବା।

ନିଜକୁ ଏହା ଶପଥ କରିବା କି ଆମେ ପ୍ରଭୁଙ୍କର ଉପାସନା କରିବା ଆଉ ସର୍ବଦା ସକାଳୁ ଏହା ନିଜକୁ କହିବା କି ,” ହେ ପ୍ରଭୁ ମୋ ଦ୍ୱାରା ଯେପରି ଆଉ କେଉଁ ପ୍ରାଣୀ କଷ୍ଟ ନ ପାଉ ଆଉ ସର୍ବଦା ମୁଁ ଜୀବନର ଶେଷ ମୁହୂର୍ତ୍ତ ଯାଏ ବି କାହାରିକୁ କଷ୍ଟ ଯେପରୀ ନ ଦିଏ।” ଏହା ଶପଥ କରିବା ଆଉ ଆଗକୁ ଯିବା।

Leave a Reply

Your email address will not be published. Required fields are marked *