ଓଡ଼ିଶାର ଯୁକ୍ତ ୨ ତଥା ମାଟ୍ରିକ ରେଜଲ୍ଟ ବାହାରିବ ଏହି ତାରିଖରେ ।

Results

ଆଜି ସକାଳେ ଆପଣ ମାନଙ୍କ ପାଇଁ ଦୁଇଟି ବଡ଼ ଅପଡେଟ ରହିଛି। ଆଜି ଆମେ ଆପଣଙ୍କ ପାଖରେ ଯୁକ୍ତ ଦୁଇ ତଥା ମେଟ୍ରିକ ରେଜଲ୍ଟ କଥା କହିବାକୁ ଯାଉଛୁ ଯାହା କି ବାହାରିବାକୁ ଯାଉଛି। ତେବେ କଣ ରହିଛି ଏହା ବାବଦରେ ସମ୍ପୂର୍ଣ ଅପଡେଟ ତାହା ଆମେ ଆଜି ଜାଣିବା । ଖବର ଶେଷ ଯାଏ ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

Results

ଅଗଷ୍ଟ ୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇର ପରୀକ୍ଷା ଫଳ। ଫଳର ମୂଲ୍ୟାୟନ କରିବା ପାଇଁ ନୋଟିସ ଜାରି କରିଛି ସିଏଚଏସଇ ବିଭାଗ। ଦଶମ ଶ୍ରେଣୀରେ ଦେଇଥିବା ପରୀକ୍ଷା ଅନୁଯାୟୀ ଫଳ ପ୍ରକାଶ ପାଇବ ବୋଲି ଯୁକ୍ତ ଦୁଇ ବୋର୍ଡ ତଥା ଏକ୍ସପର୍ଟ କମିଟି ଖବର ଦେଇଛନ୍ତି। ରେଗୁଲାର ପିଲା ମାନଙ୍କର ଥିଓରି ପରୀକ୍ଷାର ମାର୍କିଂ ଦଶମ ଶ୍ରେଣୀ ପରୀକ୍ଷା ମାର୍କ ଭିତ୍ତିରେ କରା ଯିବ ତଥା ଏକ୍ସ ରେଗୁଲାର ପିଲା ମାନଙ୍କର ଥିଓରି ପରୀକ୍ଷା ମାର୍କିଂ ତାଙ୍କର ପୂର୍ବ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ମାର୍କ ଅନୁସାରେ ହେବ ବୋଲି ଜଣା ପଡୁଛି।

ପୂର୍ବ ବର୍ଷ ଦେଇଥିବା ପରୀକ୍ଷାରେ ପାସ କରିଥିବା ବିଷୟ ମାନଙ୍କ ଉପରେ ମାର୍କ ଦିଆଯିବ ଆଉ ଏହା ସହିତ ପୁର୍ବ ବର୍ଷ ଦେଇଥିବା ପ୍ରାକ୍ଟିକାଲ ପରୀକ୍ଷା ବିଷୟକୁ ବି ଚର୍ଚ୍ଚାକୁ ନିଆଯିବ ଆଉ ତାହାର ମୂଲ୍ୟାୟନ କରାଯିବ। ତେବେ ହାଇ ସ୍କୁଲ ତରଫରୁ ଯଦି କିଛି ପ୍ରାକ୍ଟିକାଲ ଅଥବା ପ୍ରୋଜେକ୍ଟ ମାର୍କିଂ ଥାଏ ତାହେଲେ ସେହି ମାର୍କ ମାନଙ୍କୁ ଚର୍ଚ୍ଚାକୁ ନିଆଯିବ ବୋଲି କୁହା ଯାଇଛି। ଆଉ ଯଦି କେଉଁ ପିଲା ନିଜର ମାର୍କ ମାନଙ୍କୁ ନେଇ ଜମା ବି ସନ୍ତୁଷ୍ଟ ନାହିଁ ତାହେଲେ ସେମାନେ ଆଉ ଥରେ ପରୀକ୍ଷା ଦେଇ ପାରିବେ। ସେହି ପିଲାମାନେ ସବୁ ପରିସ୍ଥିତି ଠିକ ହେବା ପରେ ଅଫ ଲାଇନରେ ପରୀକ୍ଷା ଦେଇ ପାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରା ଯାଇଛି।

Result

ତେବେ ଦଶମ ତଥା ଏକାଦଶ ବୋର୍ଡ ମାନଙ୍କରେ ସବୁଠୁ ଭଲ ମାର୍କ ଥିବା ତିନୋଟି ପେପରରୁ ୩୦% ଲେଖାଏଁ ମାର୍କ ନିଆଯିବ ଆଉ ଦ୍ଵାଦଶ ପରି ବୋର୍ଡ ପରୀକ୍ଷାର ତିନୋଟି ପେପରରୁ ୪୦% ଲେଖାଏଁ ମାର୍କ ନିଆଯିବ ବୋଲି ପ୍ରକାଶ କରା ଯାଇଛି। ଯେଉଁ ପିଲା ମାନେ ଏହି ପରୀକ୍ଷା ମାର୍କିଂ ଦ୍ୱାରା ସନ୍ତୁଷ୍ଟ ନଥିବେ ସେମାନେ ସବୁଠୁ ପରିସ୍ଥିତି ସୁଦୃଢ଼ ହେବା ପରେ ଅଫଳାଇନରେ ପରୀକ୍ଷା ଦେଇ ପାରିବେ ବୋଲି ସୁପ୍ରିମ କୋର୍ଟକୁ ସିବିଏସଇ ଜଣାଇ ଥିଲା।

ଦ୍ୱିତୀୟରେ ହେଉଛି କି ଜୁନ ମାସ ଶେଷ ସପ୍ତାହ ସୁଦ୍ଧା ମେଟ୍ରିକ ପରୀକ୍ଷା ଫଳ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୌମ୍ୟରଂଜନ ଦାସ ସୂଚନା ଦେଇଛନ୍ତି। ତେବେ ମେଟ୍ରିକର ମୂଲ୍ୟାୟନ ଠିକ ଭାବରେ କରା ଯାଉଛି ଆଉ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସେ ମଧ୍ୟ କହିଛନ୍ତି। ସେପଟେ ସ୍କୁଲ ଖୋଲାଯିବା ନେଇ ଏବେ ସ୍କୁଲ ଖୋଲିବା ସମ୍ପର୍କରେ କିଛି କହିବା ଅସମ୍ଭବ ବୋଲି ସେ ମଧ୍ୟ କହିଛନ୍ତି। ତେବେ ବିଶେଷଜ୍ଞ ଆଉ ମୁଖ୍ୟ ମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ।

Leave a Reply

Your email address will not be published. Required fields are marked *