ହେ ପ୍ରଭୁ,ଚୀନ ତିଆରି କଲା ନିଜର କୃତ୍ରିମ ସୂର୍ଯ୍ୟ।

china

ଚାଇନାର କୃତ୍ରିମ ସୂର୍ଯ୍ୟ ଯାହା କି ପ୍ରାୟ ୧୨ କୋଟି ଡିଗ୍ରୀ ତାପମାତ୍ରା ସୃଷ୍ଟି କଲା। ତେବେ ଆଜି ଆମେ ଜାଣିବା ଏହି ଆଶ୍ଚର୍ଯ୍ୟଜନକ ଚାଂଚଲ୍ୟକର ତଥ୍ୟ ବାବଦରେ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆପଣ ଆମ ମାନଙ୍କ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ତେବେ ଖବର ମୁତାବିକ ଚାଇନା ତାର ଦେଶରେ ଆଣବିକ ଫ୍ୟୁଜନ ରିଆକ୍ଟର ତିଆରି କରିଛି ଯାହା ଦ୍ୱାରା ସେ ପ୍ରାୟ ୧୨ କୋଟି ଡିଗ୍ରୀ ର ତାପମାତ୍ରା ୧୦୦ ସେକେଣ୍ଡ ପାଇଁ କରି ପାରିଛନ୍ତି। ଏହା ଏକ ବିଶ୍ୱ ରେକର୍ଡ ଅଟେ କାରଣ ଏହା ଆଗରୁ ଆଉ କେହି ବି ଦେଶ ଏପରି କରିବାରେ ସକ୍ଷମ ହେଇ ପାରି ନଥିଲେ। ଏହି କୃତ୍ରିମ ସୂର୍ଯ୍ୟର ତାପମାତ୍ରା ଅସଲ ସୂର୍ଯ୍ୟର ପୃଷ୍ଠ ତାପମାତ୍ରା ଠାରୁ ୧୦ ଗୁଣ ଅଟେ। ଅସଲି ସୂର୍ଯ୍ୟ ଠାରୁ ଆମକୁ ପ୍ରାୟ ୧୫୦ ମିଲିଅନ ଡିଗ୍ରୀର ତାପମାତ୍ରା ମିଳି ଥାଏ ମାତ୍ର ଏହି କୃତ୍ରିମ ସୂର୍ଯ୍ୟ ଠାରୁ ତାହାର ତାପମାତ୍ରା ୧୦ ଗୁଣ ଅଧିକ ଅଟେ। ଏବେ ଯାଏ ଏହା ବାବଦରେ କେହି ସ୍ୱପ୍ନରେ ବି ଭାବି ପାରିନଥିଲା ମାତ୍ର ଚୀନ ଏହି ଅସମ୍ଭବକୁ ସମ୍ଭବ କରିପାରିଛି।

sun

ଏହି ରିଆକ୍ଟରକୁ ଚାଇନା ନିଜର ବାସ ଏକ ପରୀକ୍ଷ ଭାବେ କରିଥିଲା ମାତ୍ର ଏହି ରିଆକ୍ଟରରୁ ଏତେ ମାତ୍ରାରେ ତାପ ନିର୍ଗତ ହେଇଥିଲା କି ଏହାକୁ କୃତ୍ରିମ ସୂର୍ଯ୍ୟ ଭାବେ ନାମକରଣ କରା ଯାଇଥିଲା। ଏଥି ସହିତ ଚାଇନା ନିଜର ଆଣବିକ ଶକ୍ତି କ୍ଷେତ୍ରରେ କରୁଥିବା ଗବେଷଣା ରେ ଗୋଟେ ପାଦ ଆଗକୁ ଚାଲିଯାଇଛି। ଏହା ସହିତ ଚାଇନା ନିଜର ଇନ୍ଧନ କ୍ଷେତ୍ରରେ ଅନ୍ୟ ଦେଶ ମାନଙ୍କ ଉପରେ କରୁଥିବା ନିର୍ଭରକୁ କମ କରିବା ତଥା ନିଜର ପ୍ରଦୂଷଣକୁ କମ କରିବା ପାଇଁ ଚେଷ୍ଟା କରୁଛି।

ଚାଇନା ନିଜର ଏହି ରିଆକ୍ଟର ପୂର୍ବ ବର୍ଷ ଆରମ୍ଭ କରିଥିଲା ଯାହା କି ପ୍ରାୟ ୧୦୦ ସେକେଣ୍ଡ ପାଇଁ ୧୦୦ ମିଲିଅନ ଡିଗ୍ରୀ ତାପମାତ୍ରା ସୃଷ୍ଟି କରି ଏକ ରେକର୍ଡ ସୃଷ୍ଟି କରିଥିଲା ମାତ୍ର ଏବର୍ଷ ଚାଇନା ନିଜର ସେହି ରିଆକ୍ଟରରେ ୧୨୦ ମିଲିଅନ ଡିଗ୍ରୀ ତାପମାତ୍ରା ନିର୍ଗତ କରାଇ ନିଜର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି।

China

ସେଂଜେନର ସାଉଥ ୟୁନିଭରସିଟି ର ପଦାର୍ଥ ବିଜ୍ଞାନର ପ୍ରଫେସର ଲି ଚ୍ୟାଓ ଚାଇନାରେ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି କି ଏହି ତାପମାତ୍ରାରେ ପରବର୍ତ୍ତୀ ସମୟରେ ପ୍ରାୟ ଏକ ସପ୍ତାହ ପାଇଁ ଆମ ରିଆକ୍ଟର କୁ ଚଲେଇବା ଆମ ଆଗ ଲକ୍ଷ ଅଟେ। କୃତ୍ରିମ ଭାବେ ଏତେ ଅଧିକ ଉତ୍ତମ ସୃଷ୍ଟି କରି ପାରିବା ଏକ ବହୁତ ବଡ଼ ସଫଳତା। ବର୍ତ୍ତମାନ ବୈଜ୍ଞାନିକ ମାନେ ତାପମାତ୍ରକୁ କିପରି ଅଧିକରୁ ଅଧିକ ସମୟ ଯାଏ ସ୍ଥିର କରି ରଖାଯାଇ ପାରିବ ତାହା ଉପରେ କାମ କରୁଛନ୍ତି। ଅତ୍ୟଧିକ ଚୁମ୍ବକୀୟ କ୍ଷେତ୍ରରୁ ଏହି ଉତ୍ତାପ ସୃଷ୍ଟି କରାଯାଇପାରୁଛି ବୋଲି କୁହାଯାଇଛି ଆଉ ଏହି ମେସିନ ଚାଇନାର ସବୁଠୁ ବଡ଼ ତଥା ଉନ୍ନତ ପରମାଣବିକ ଫ୍ୟୁଜନ ମେସିନ ବୋଲି ଜଣାଯାଉଛି।

Leave a Reply

Your email address will not be published. Required fields are marked *